ଖେଳ

ଜୁନ୍‌ ୭ ପର୍ଯ୍ୟନ୍ତ ଡବ୍ଲ୍ୟୁଟିଏ, ଏଟିପି ସିଜନ ବନ୍ଦ

ଓ୍ବାଶିଂଟନ, ୧୯।୩ (ଏପି)- କରୋନା ଭାଇରସ୍‌ର ଆତଙ୍କକୁ ନଜରରେ ରଖି ସମସ୍ତ ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟକୁ ଜୁନ୍‌ ୭ ପର୍ଯ୍ୟନ୍ତ ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତିଯୋଗିତା ଆୟୋଜନ ହୋଇପାରିବ ନାହିଁ ବୋଲି...

ସମର୍‌ସେଟ୍‌ରେ ଯୋଗ ଦେବେନି ଆହତ ଓ୍ବାଡେ

ସିଡ୍‌ନୀ, ୧୯।୩ (ଏଏଫ୍‌ପି)- ବିସ୍ଫୋରକ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ଓ୍ବାଡେ ଆଘାତଜନିତ ସମସ୍ୟା ଲାଗି କାଉଣ୍ଟି କ୍ରିକେଟ୍‌ କ୍ଲବ ସମର୍‌ସେଟ୍‌ ଦଳରେ ଯୋଗଦେବେ ନାହିଁ। ୩୨ ବର୍ଷୀୟ ଓ୍ବାଡେ ବର୍ତ୍ତମାନ ଆଣ୍ଠୁଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ବାମହାତୀ...

କରୋନାକୁ ଲଢ଼ିବା ପାଇଁ ଜର୍ମାନୀ ଫୁଟ୍‌ବଲର୍‌ଙ୍କ ବଦାନ୍ୟତା

ବର୍ଲିନ, ୧୯।୩ (ଏଏଫ୍‌ପି)- ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଜର୍ମାନୀ ଜାତୀୟ ଫୁଟ୍‌ବଲ ଦଳର ଖେଳାଳିମାନେ ଆଗେଇ ଆସିଛନ୍ତି। ଏହି ମହାମାରୀରୁ ସୃଷ୍ଟି ହୋଇଥିବା ସଙ୍କଟକୁ ମୁକାବିଲା କରିବା ପାଇଁ...

୫୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟରେ ଘର ବିକିବେ ଓ୍ବର୍ନ

ନୂଆଦିଲ୍ଲୀ, ୧୯।୩- ପୁରା ବିଶ୍ୱ ଯେତେବେଳେ ପ୍ରାଣଘାତୀ କରୋନା ଭାଇରସ୍‌ର ପ୍ରକୋପରେ ଥରହର ହେଉଛନ୍ତି ସେତେବେଳେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ଓ୍ବର୍ନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମହାନ ଲେଗ୍‌-ସ୍ପିନର ଇଂଲଣ୍ଡର ବ୍ରିଙ୍ଗଟନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରକୁ...

ହିଟ୍‌ଲରଙ୍କ ଶାସନରେ ଆରମ୍ଭ ହୋଇଥିଲା ଅଲିମ୍ପିକ୍‌ ମଶାଲ ରିଲେ

ଟୋକିଓ, ୧୯।୩(ଏପି)- ବିଶ୍ୱ କ୍ରୀଡ଼ା ସର୍ବଶ୍ରେଷ୍ଠ ମହାକୁମ୍ଭ ଅଲିମ୍ପିକ୍ସ ସହିତ ମଶାଲ ରିଲେ ପାରମ୍ପରିକ ଭାବେ ଯୋଡିହୋଇ ଆସିଛି। ତେବେ ଆଧୁନିକ ଅଲିମ୍ପିକ୍ସ ସହିତ ଏହା ପୂର୍ବରୁ ସାମିଲ ନ ଥିଲା। ଏକଥା ବହୁତ କମ୍‌ ଲୋକ ଜାଣିଥିବେ। ଜର୍ମାନୀରେ...

ଆଇସିସି ପ୍ୟାନେଲରେ ୨ ଭାରତୀୟ ମହିଳା ଅମ୍ପାୟର

ମୁମ୍ବାଇ, ୧୯।୩ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଡେଭ୍‌ଲପମେଣ୍ଟ ଅମ୍ପାୟର ପ୍ୟାନେଲରେ ଦୁଇଜଣ ଭାରତୀୟ ମହିଳା ଅମ୍ପାୟର ସ୍ଥାନ ପାଇଛନ୍ତି। ସୋମାନେ ହେଲେ ମୁମ୍ବାଇର ବିନ୍ଦ୍ରା ରଥି ଓ ତାମିଲନାଡ଼ୁର ଜନନୀ ନାରାୟଣ। ଫଳରେ ଆଇସିସି ମହିଳା ଅମ୍ପାୟର...

ଅନିଶ୍ଚିତତାରେ ଗ୍ରାଣ୍ଡସ୍ଲାମ ଟେନିସ

ପ୍ୟାରିସ, ୧୯ା୩- ବିଶ୍ୱରେ କରୋନା ଭାଇରସ ମହାମାରୀ ରୂପ ନେଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ପ୍ରତିଯୋଗିତା ବାତିଲ ହୋଇଥିବାବେଳେ କେତେକ ସ୍ଥଗିତ ରହିଛି ଏବଂ ଆଉ କେତେକ ଟୁର୍ନାମେଣ୍ଟ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଉଛି।...

ଅଲିମ୍ପିକ୍ସ ସ୍ବପ୍ନରେ ମିଡ୍‌ଫିଲ୍ଡର ରାଜ୍‌ କୁମାର

ବେଙ୍ଗାଲୁରୁ, ୧୯।୩- ଭାରତୀୟ ହକି ଦଳର ନୂଆ ଚେହେରା ହେଉଛନ୍ତି ରାଜ କୁମାର ପାଲ। ଉତ୍ତର ପ୍ରଦେଶର ଏହି ପ୍ରତିଭା ସମ୍ପନ୍ନ ଖେଳାଳି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବେଲଜିୟମ ବିପକ୍ଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ଅନ୍ତର୍ଜାତୀୟ ପଦାର୍ପଣ...

ଓଡ଼ିଶା ଏଫସି ଛାଡ଼ିଲେ ଗମ୍ବାଉ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ପ୍ରଥମ ପଦାର୍ପଣରେ ପ୍ରଦର୍ଶନର ଛାପ ଛାଡ଼ିଥିବା ଓଡ଼ିଶା ଏଫସି କୋଚ୍‌ ଜୋସେପ ଗମ୍ବାଉ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପାରିବାରିକ ସମସ୍ୟା ଯୋଗୁ ସେ କୋଚ୍‌ ପଦ ଛାଡ଼ିଥିବା ଓଡ଼ିଶା ଏଫସି...

କରୋନା ଭାଇରସ୍‌: ଆଥଲେଟଙ୍କ ସ୍ବାସ୍ଥ୍ୟ, ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ- ଆଇଓସି

ଲଉସେନ,୧୯।୩(ଏଏଫ୍‌ପି)- କରୋନା ଭାଇରସ୍‌ କାରଣରୁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁହଁ ଖୋଲିଛି। ଅଲିମ୍ପିକ୍ସ ଆୟୋଜନ ନେଇ କୌଣସି ଆଦର୍ଶ ସମାଧାନ ନାହିଁ ବୋଲି ଆଇଓସି ସ୍ପଷ୍ଟ...

ଜୁଲାଇ- ସେପ୍ଟେମ୍ବରରେ ଆଇପିଏଲ୍‌ ଆୟୋଜନ ନେଇ ଯୋଜନା

ମୁମ୍ବାଇ,୧୯।୩- କରୋନା ଭାଇରସ ସଂକ୍ରମଣ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହି ହାଇପ୍ରୋଫାଇଲ କ୍ରିକେଟ ଲିଗ୍‌କୁ ଆସନ୍ତା ଜୁଲାଇ- ସେପ୍ଟେମ୍ବରରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ...

ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା

ଜୋହାନ୍ସବର୍ଗ,୧୯।୩(ପି.ଟି.)- ଭାରତ ଗସ୍ତରୁ ସ୍ବଦେଶ ଫେରିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଗସ୍ତ ଅଧାରୁ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଘରକୁ ଫେରିବାକୁ ପଡିଥିଲା। ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ଆସୋଲେଶନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri