Posted inଖେଳ

ହିଟ୍‌ଲରଙ୍କ ଶାସନରେ ଆରମ୍ଭ ହୋଇଥିଲା ଅଲିମ୍ପିକ୍‌ ମଶାଲ ରିଲେ

ଟୋକିଓ, ୧୯।୩(ଏପି)- ବିଶ୍ୱ କ୍ରୀଡ଼ା ସର୍ବଶ୍ରେଷ୍ଠ ମହାକୁମ୍ଭ ଅଲିମ୍ପିକ୍ସ ସହିତ ମଶାଲ ରିଲେ ପାରମ୍ପରିକ ଭାବେ ଯୋଡିହୋଇ ଆସିଛି। ତେବେ ଆଧୁନିକ ଅଲିମ୍ପିକ୍ସ ସହିତ ଏହା ପୂର୍ବରୁ ସାମିଲ ନ ଥିଲା। ଏକଥା ବହୁତ କମ୍‌ ଲୋକ ଜାଣିଥିବେ। ଜର୍ମାନୀରେ ଆଡଲ୍‌ଫ ହିଟଲରଙ୍କ ଶାସନ କାଳରେ ବର୍ଲିନ ଅଲିମ୍ପିକ୍ସରେ ମଶାଲ ରିଲେ ଆରମ୍ଭ ହୋଇଥିଲା। ୧୯୩୬ ମସିହାରେ ଅନୁଷ୍ଠିତ ଅଲିମ୍ପିକ୍ସର ଏହି ଏକାଦଶ ସଂସ୍କରଣରେ ମଶାଲ ରିଲେ ପ୍ରଥମ କରି ଆରମ୍ଭ କରାଯାଇଥିଲା। ଏହି ନୂଆ ପରମ୍ପରା ଆୟୋଜକ କମିଟି ଅଧ୍ୟକ୍ଷ କାର୍ଲ ଡିମ୍‌ଙ୍କର ମାନସ ସନ୍ତାନ ଥିଲା।
ଆଗାମୀ ଟୋକିଓ ଅଲିମ୍ପିକ୍ସ ମଶାଲ ରିଲେ ଜାପାନରେ ଆସନ୍ତା ୨୬ ତାରିଖରେ ଉତ୍ତରପୂର୍ବାଞ୍ଚଳ ଫୁକୁସିମାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ୨୦୦୪ ରେ ଟୋନୀ ପେରୋଟେଟ ତାଙ୍କ ପ୍ରକାଶିତ ବହି ‘ଦି ନ୍ୟାକେଡ ଅଲିମ୍ପିକ୍ସ’ ହିଟ୍‌ଲରଙ୍କ ଶାସନ କାଳରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ପ୍ରଶଂସା କରିଛନ୍ତି। ଏବେ ଅବଶ୍ୟ ଏହା ଅଲିମ୍ପିକ୍ସ ପାଇଁ ଏକ ଅଳଙ୍କାର ସଦୃଶ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ସେତେବେଳେ ଗ୍ରୀସ୍‌ରୁ ଜର୍ମାନୀକୁ ମଶାଲ ଆସିଥିଲା ଓ ଏଥିପାଇଁ ୧୨ ଦିନ ସମୟ ଲାଗିଥିଲା। ବର୍ଲିନ ଷ୍ଟାଡିୟମରେ ଏହାର ଚମକ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ମାଲାରେ ଜର୍ମାନୀ ଆମର୍‌ସ ମାନୁଫାକଚରର ବା ଅସ୍ତ୍ର ଉତ୍ପାଦନକାରୀ କମ୍ପାନୀ କ୍ରୁପ୍‌ର ଲୋଗ ରହୁଥିଲା। ୧୯୩୬ ଜୁଲାଇ ୨୦ ତାରିଖରେ ଗ୍ରୀକ୍‌ ଆଥଲେଟ କନଷ୍ଟାଣ୍ଟିନ କୋଣ୍ଡିଲିସ୍‌ ପ୍ରଥମେ ମଶାଲ ପ୍ରଜ୍ୱଳନ କରିଥିଲେ। ଏହାପରେ ଏହି ମଶାଲ ଗ୍ରୀସ୍‌, ବୁଲଗେରିଆ, ୟୁଗୋସ୍ଲୋଭିଆ, ହଙ୍ଗେରୀ, ଅଷ୍ଟ୍ରିଆ, ଚେକୋସ୍ଲୋଭାକିଆ ଦେଇ ଶେଷରେ ଜର୍ମାନୀରେ ପହଞ୍ଚିଥିଲା। ପ୍ରତ୍ୟେକ ଧାବକ ମଶାଲ ଧରି .୬୨ କିଲୋମିଟର ଦୌଡ଼ିଥିଲେ।
ସେତେବେଳ ହିଟ୍‌ଲର ଗ୍ରୀକ୍‌ ଦେବ ଓ ଦେବୀଙ୍କ ଚିତ୍ରକୁ ପ୍ରଶଂସା କରିଥିଲେ। ପରୋକ୍ଷରେ ଅଲିମ୍ପିକ୍ସ ମାଧ୍ୟମରେ ସେ ଜର୍ମାନୀର ଆଧିପତ୍ୟ, ସ୍ବୟଂ ସମ୍ପୂର୍ଣ୍ଣତାକୁ ପ୍ରଚାର ଓ ପ୍ରସାର କରିବାକୁ ଚାହିଁଥିଲେ। ମଶାଲ ରିଲେର ପ୍ରତ୍ୟେକ ସୋପାନ, ପଥ, ପୁରାତନ ଗ୍ରୀକ୍‌ ସଭ୍ୟତାର ଆଥଲେଟଙ୍କ ପ୍ରଚାର ଓ ପ୍ରସାର ସୁଚିନ୍ତିତ ଭାବେ କରାଯାଇଥିଲା। ତେବେ ଅଲିମ୍ପିକ ଜ୍ୟୋତି ପ୍ରଜ୍ୱଳନ ପ୍ରଥମେ ୨୯୧୮ ଆମଷ୍ଟରଡାମ ଗେମ୍ସରେ ଆରମ୍ଭ ହୋଇଥିଲା। ଏହା ପରେ ପୁଣି ୧୯୩୨ ଲସ୍‌ ଏଞ୍ଜେଲ୍ସରେ ପ୍ରଜ୍ୱଳିତ ହୋଇଥିଲା।
ତେବେ ୧୯୨୮ ଓ ୧୯୩୨ ଜ୍ୟୋତି ବାବଦରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏହା ଅଲିମ୍ପିଆ ବଦଳରେ ଘଟଣାସ୍ଥଳ ବା ଷ୍ଟାଡିୟମରେ ପ୍ରଜ୍ୱଳିତ ହୋଇଥିଲା ବୋଲି ଇଣ୍ଟରନ୍ୟାଶନାଲ ସୋସାଇଟି ଅଫ୍‌ ଅଲିମ୍ପିକ୍‌ ହିଷ୍ଟୋରିଆନ୍ସ ପୂର୍ବତନ ଅଧ୍ୟକ୍ଷ ବିଲ୍‌ ମାଲୋନ ଇମେଲ କରି ଜଣାଇଛନ୍ତି। ୧୯୩୬ ପର୍ଯ୍ୟନ୍ତ ମଶାଲ ରିଲେ ଆୟୋଜିତ ହୋଇ ନ ଥିଲା। ତେବେ ଏହାପରଠାରୁ ମଶାଲ ରିଲେ ନିୟମିତ ଭାବେ ଆୟୋଜନ ହୋଇ ଆସିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲିମ୍ପିକ୍ସ ଆୟୋଜନ ହୋଇ ନ ଥିଲା। ଫଳରେ ଟୋକିଓରେ ଆୟୋଜିତ ହେବାକୁ ଥିବା ୧୯୪୦ ଅଲିମ୍ପିକ୍ସ ଗେମ୍ସ ବାତିଲ ହୋଇଥିଲ। ତେବେ ୧୯୪୮ରେ ପୁଣି ଥରେ ଅଲିମ୍ପିକ୍ସ ଆରମ୍ଭ ହୋଇଥିଲା ଓ ଏହାପରେ ମଶାଲ ରାଲିରେ ଆଧୁନିକତା ଆସିବା ସହ ଆହୁରି ଆକର୍ଷଣୀୟ ହୋଇଥିଲା।
ଗ୍ରୀଷ୍ମ ଅଲିମ୍ପିକ ଜ୍ୟୋତି ସବୁବେଳେ ପୁରାତନ ଅଲିମ୍ପିଆରେ ପ୍ରଥମେ ପ୍ରଜ୍ୱଳିତ ହୋଇଥାଏ। କିନ୍ତୁ ଶୀତକାଳୀନ ଅଲିମ୍ପିକ୍ସ ଅଲିମ୍ପିକ୍ସର ମଶାଲ ଏଠାରେ ପ୍ରଜ୍ୱଳିତ ହୋଇ ନ ଥାଏ। ୧୯୫୨ ଓ ୧୯୬୦ ଶୀତକାଳୀନ ଅଲିମ୍ପିକ୍ସର ଜ୍ୟୋତି ମୋର୍ଗେଡାଲରେ ପ୍ରଜ୍ୱଳିତ ହୋଇଥିଲା। ୧୯୫୬ ଶୀତକାଳୀନ ଅଲିମ୍ପିକ୍ସର ଜ୍ୟୋତି ରୋମରେ ପ୍ରଜ୍ୱଳିତ ହୋଇଥିଲା। ଶୀତକାଳୀନ ଅଲିମ୍ପିକ୍ସର ଜ୍ୟୋତି ପ୍ରଜ୍ୱଳନ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ହୋଇଥିଲା।
୧୯୮୪ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ମଶାଲ ରିଲେ ବ୍ୟବସାୟୀକରଣ ହୋଇଥିଲା। ରିଲେ ପ୍ରାୟୋଜକ ଏଟି ଆଣ୍ଡ ଟି କିଲୋମିଟର ଲେଗ୍‌ ବା ଦୂରତାକୁ ବିକ୍ରି କରିଥିଲା। ମଶାଲ ସହ ଲୋକମାନଙ୍କୁ ଦୌଡ଼ିବା ପାଇଁ ସୁଯୋଗ ମିଳିଥିଲା। ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସରେ କୋକା- କୋଲା ପ୍ରାୟୋଜକ ଥିଲା। ଏଥିରେ ଗ୍ରୀସ୍‌ ଅସନ୍ତୋଷ ଜାହିର କରିଥିଲା। ୨୦୦୮ ବେଜିଂ ଅଲିମ୍ପିକ୍ସରେ ମଧ୍ୟ ସମସ୍ୟା ଦେଖା ଦେଇଥିଲା। ତେଣୁ ମଶାଲ ରିଲେରେ ଏବେ ଗ୍ଲାମର ଦେଖିବାକୁ ମିଳୁଛି। କିନ୍ତୁ ବିଭିନ୍ନ ସମୟରେ ଏହି ରାଲିରେ ବିବାଦ ସହିତ ବହୁତ କିଛି ସକାରାତ୍ମକ ସନ୍ଦେଶ ମଧ୍ୟ ମିଳୁଛି। ମଶାଲ ରାଲି ବେଶି ପୁରୁଣା ହୋଇ ନ ଥିଲେ ମଧ୍ୟ ଏବେ ଏହା ଅଲିମ୍ପିକ୍ସ ପାଇଁ ଅପରିହାର୍ଯ୍ୟ ହୋଇ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri