ଜାତୀୟ

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଜୀବନକୁ ବାଜି ଲଗାଇଦେଇଛନ୍ତି। ସୂଚନାଯୋଗ୍ୟ, କନ୍‌ଷ୍ଟେବଳ ଜଗବୀର ସିଂହ ରାଣା(୫୦)ଙ୍କ ସୋମବାର…

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ,୨୩।୪: ୨୦୦୨ ଗୁଜରାଟ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣବଳାତ୍କାର ସହ ତାଙ୍କ ପରିବାରକୁ…

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ନୂଆଦିଲ୍ଲୀ,୨୩।୪: ମହାରାଷ୍ଟ୍ରରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଗରିବ ମହିଳା ନିଜ ଇଛାରେ ଗର୍ଭାଶୟ ବାହାର କରୁଛନ୍ତି। ଏଥି ପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। ପରେ ଠିକାଦାରଙ୍କ ଆଖୁ ଜମିରେ କାମ କରି ଏହାକୁ ସୁଝୁଛନ୍ତି। ସ୍ଥାନୀୟ…

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ନୂଆଦିଲ୍ଲୀ,୨୩।୪: ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ୧୪ଟି ସ୍ଥାବର ସମ୍ପତ୍ତିର ନିଲାମ କରାଯିବା ପାଇଁ ଯୋଜନା କରାଯାଉଛି। ଆଣ୍ଟି ସ୍ମଗଲିଙ୍ଗ୍‌ ଏଜେନ୍ସି ସାଫେମା(ସ୍ମଗଲିଙ୍ଗ୍‌ ଆଣ୍ଡ ଫରେନ୍‌ ଏକ୍ସଚେଞ୍ଜ୍‌ ମାନ୍ୟୁପୁଲେଟରର୍ସ ଆକ୍ଟ)ପକ୍ଷରୁ ଏନେଇ ଉଦ୍ୟମ ଜାରି ରହିଛି। ଏସବୁ ସମ୍ପତ୍ତି ମହାରାଷ୍ଟ୍ରର…

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଲକ୍ଷ୍ନୌ,୨୨।୩: ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। ବିଶେଷ କରି ଉତ୍ତର ପ୍ରଦେଶରେ ପାଖାପାଖି ୩ଶହ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖିବା ପରେ ସମାଜବାଦୀ…

ଦୁଇ ହାତ ନ ଥିବା ଦିବ୍ୟାଙ୍ଗ ଯୁବକ ଗୋଡ଼ ଆଙ୍ଗୁଳିରେ ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୨୩।୪: ଭୋଟ ଦେବା ପାଇଁ ଦେଶର ଲୋକଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ। ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ସାହ ଫିକା ପଡ଼ିନି। ବିହାର ମଧୁବନରେ ଦୁଇ ହାତ ନ ଥିବା ଜଣେ ବିଦ୍ୟାଙ୍ଗ ଯୁବକ ଗୋଡ ଆଙ୍ଗୁଳିରେ କାଳି ଲଗାଇ…

ପ୍ରଥମେ ଭୋଟଦାନ ପରେ ପାଣିଗ୍ରହଣ: ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ବର

ରାୟପୁର,୨୩।୪: ଛତିଶଗଡ଼ ଜଶପୁରରେ ଜଣେ ବର ବିବାହ କରିବା ପୂର୍ବରୁ ମଙ୍ଗଳବାର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଏହାପରେ ନିର୍ଦ୍ଧାରିତ ସମୟଠାରୁ ଅଢ଼େଇଘଣ୍ଟା ବିଳମ୍ବରେ ବରଯାତ୍ରୀ କନ୍ୟାଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ସ୍ଥାନୀୟ ତପକରା ଥାନା ଅଞ୍ଚଳରେ…

ନିଜର ମତ ସାବ୍ୟସ୍ତ କଲେ ୬୮ ବର୍ଷୀୟ କର୍କଟ ପୀଡିତ

ଗୁଆହାଟି,୨୩।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରତ୍ୟେକ ନାଗରିକ ସେମାନଙ୍କ ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ କୁହାଯାଉଛି। ଏବେ ଏଥିରୁ ବାଦ୍‌ ଯାଇ ନାହାଁନ୍ତି ଆସାମର ଜଣେ କର୍କଟ ପୀଡିତ ବ୍ୟକ୍ତି।…

ପଦ୍ମ ଧରିଲେ ଅଭିନେତା ସନ୍ନି

ନୂଆଦିଲ୍ଲୀ,୨୩।୪: ଚଳିତ ଲୋକ ସଭା ନିର୍ବାଚନ ଅବସରରେ କେତେଜଣ ବଲିଉଡ୍‌ ତାରକା ରାଜନୀତିରେ ପାଦ ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଦ୍ମ ଧରିଛନ୍ତି ବଲିଉଡ୍‌ ଅଭିନେତା ସନ୍ନି ଦେଓଲ। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ଭାଜପାରେ…

ମୁର୍ଶିଦାବାଦରେ ୧୭.୫୪ ପ୍ରତିଶତ ଭୋଟିଂ: ମତଦାନ କେନ୍ଦ୍ରରେ ଉତ୍ତେଜନା, ୩ ଟିଏମ୍‌ସି କର୍ମକର୍ତ୍ତା ଆହତ

ମୁର୍ଶିଦାବାଦ,୨୩।୪: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳୁ ମତଦାତାମାନେ ବହୁ ଉତ୍ସାହର ସହ ଭୋଟଦାନ କରିଥିବା ବେଳେ ୧୧ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ଏଥିସହ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ପ୍ରଶାସନ ପକ୍ଷରୁ…

ଆତଙ୍କବାଦୀ-ବିଛିନ୍ନତାବାଦୀଙ୍କୁ ଖାତିର ନାହିଁ: ଅନନ୍ତନାଗରେ ଶହଶହ ସଂଖ୍ୟାରେ ଭୋଟର ମତଦାନ ଅଧିକାର କଲେ ସାବ୍ୟସ୍ତ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀର ଅନନ୍ତନାଗ ଲୋକ ସଭା ଆସନ ପାଇଁ ଶହ ଶହ ସଂଖ୍ୟାରେ ଭୋଟର ମଙ୍ଗଳବାର ଭୋଟ ଦେଇଛନ୍ତି। ଏଠାରେ ଆତଙ୍କବାଦୀ ଏବଂ ବିଛିନ୍ନତାବାଦୀଙ୍କୁ ଖାତିର ନ କରି ସକାଳୁ ମତଦାନ କେନ୍ଦ୍ର ସମ୍ମୁଖରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।…

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ

ବଳରାମପୁର,୨୩।୪: ଝାଡଖଣ୍ଡ-ଛତିଶଗଡ଼ ସୀମାରେ ଥିବା ବନ୍ଦରଚୁଆ ନିକଟରେ ମଙ୍ଗଳବାର ସକାଳେ ଏକ ଆଇଇଡି ବିସ୍ଫୋରଣ ହୋଇଛି। ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?