ଜାତୀୟ

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୨୫।୪: ରାଜସ୍ଥାନର ସିକରରେ ଏକ କନ୍ୟା ଅପହରଣ ମାମଲାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଜାଠ ସମାଜର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ସିକର ବନ୍ଦ ଘୋଷଣା କରାଯିବା ସହ ଲୋକେ ଜିଲାପାଳ ଓ ଏସ୍‌ପି ଅଫିସ ଘେରାଉ କରିଛନ୍ତି।…

ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଅହମ୍ମଦାବାଦ,୨୫।୪: ଦେଶରେ ଚାଷୀ ଆତ୍ମହତ୍ୟା ଏବେ ବି ଥମିନି। ଚାଷୀ ଫସଳ ଅମଳ ପାଇଁ ଋଣ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି। ଆବଶ୍ୟକତା ଅନୁସାରେ ଫସଲ ଅମଳ ନ ହେବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଲଗାତାର ଶୋଚନୀୟ ହେବାରେ ଲାଗିଛି। ଏପରି…

ଉତ୍ତରପ୍ରଦେଶ-ବିହାର: ୭୦ ବର୍ଷର ସୀମା ବିବାଦ; ଫସଲ ଅମଳ ବେଳେ ଗର୍ଜୁଛି ବନ୍ଧୁକ

ପାଟନା/ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ-ବିହାର ସୀମାରେ ଥିବା ବଲିଆ ଜିଲାରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ କେତେ ସରକାର ଗଲେଣି କେତେ ନୂଆ ସରକାର ଆସିଲେଣି କିନ୍ତୁ ବଲିଆ ବାସିନ୍ଦାଙ୍କ ଦୁଃଖ କମିନି। ସୀମାବର୍ତ୍ତୀ ଅଞ୍ଚଳରେ ଥିବା…

ତାମିଲନାଡୁ ଉପକୂଳରେ ପ୍ରଚଣ୍ଡ ଘୂର୍ଣ୍ଣିବାତ୍ୟା: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨୫।୪: ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି କି ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଲଘୁଚାପର ରୂପ ନେଇଛି। ଏହା ବଙ୍ଗୋପ ସାଗରରେ ୩.୧ କିଲୋମିଟର ମଧ୍ୟରେ ରହିଥିବାରୁ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଡିପ୍ରେଶନର…

ଦିଲ୍ଲୀ ପାଇଁ ଘୋଷଣାପତ୍ର ଜାରି କଲା ଏଏପି

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀ ପାଇଁ ଗୁରୁବାର ଆମ ଆଦ୍‌ମୀ ପାର୍ଟି(ଏଏପି) ତା’ର ଘୋଷଣାପତ୍ର ଜାରି କରିଛି। ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି ଘୋଷଣାପତ୍ର ଜାରି କରିବା ସହ ଭାଜପା ଉପରେ ଖୁବ୍‌ ବର୍ଷିଛନ୍ତି। ତେବେ…

ବାରାଣସୀରେ କଂଗ୍ରେସ ପ୍ରାର୍ଥୀ ହେଲେ ଅଜୟ ରାୟ

ନୂଆଦିଲ୍ଲୀ, ୨୫।୪: ବାରଣାସୀ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନେଇ ଜାରି ରହିଥିବା ଚର୍ଚ୍ଚା ଶେଷରେ ବନ୍ଦ ହୋଇଛି। ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅଜୟ ରାୟଙ୍କୁ ଟିକେଟ ମିଳିଛି। ପୂର୍ବରୁ ଏହି ଅସନରୁ କଂଗ୍ରେସ…

ପତ୍ନୀଙ୍କ ପାଇଁ ପ୍ରଚାର କଲେ ଅନୁପମ

ଚଣ୍ଡିଗଡ଼,୨୫।୪: ଲୋକ ସଭା ନିର୍ବାଚନରେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବଲିଉଡ୍‌ କଳାକାର କିରୋନ୍‌ ଖେର୍‌। ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କୁ ହାତେଇବାକୁ ସେ ଜୋରସୋରରେ ପ୍ରଚାର କାମରେ ଲାଗିଛନ୍ତି। ଗୁରୁବାର ତାଙ୍କ ସ୍ବାମୀ ତଥା ବଲିଉଡ୍‌ ଅଭିନେତା ଅନୁପମ ଖେର…

ଲୋକ ସଭା ନିର୍ବାଚନ ପରେ ଘୋଷଣା ହେବ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ

ମୁମ୍ବାଇ,୨୫।୪: ଆସନ୍ତା ମେ’ରେ ଲୋକ ସଭା ନିର୍ବାଚନ ଥିବାରୁ ଏହାପରେ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ ଘୋଷରା କରାଯିବ ବୋଲି ବୁଧବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରତିବର୍ଷ ଏହି ବିଜେତାଙ୍କ ନାମ ଏପ୍ରିଲ…

ଯୌତୁକରେ ମିଳିଥିବା ୧୧ ଲକ୍ଷ ଫେରାଇ କନ୍ୟା ପିତାଙ୍କଠାରୁ ଟଙ୍କାଏ ନେଇ ବିବାହ କଲେ ଯୁବକ

ଜୟପୁର,୨୫।୪: ଦେଶରେ ଯୌତୁକ ବିରୋଧରେ ଜାରି ରହିଛି ସଚେତନତା। ଏହି ମର୍ମରେ ରାଜସ୍ଥାନ ସିକର ଜିଲାରେ ଜଣେ ଯୁବକ ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ। ସେ ଯୌତୁକରେ ମିଳିଥିବା ୧୧ ଲକ୍ଷ ଫେରାଇ କନ୍ୟା ପିତାଙ୍କଠାରୁ ଟଙ୍କାଏ ନେଇ ବିବାହ…

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି। ଲୋକେ ପୂର୍ବରୁ ଗୁମ୍‌ନାମୀ ବାବାଙ୍କୁ ଭଗବାନଜୀ କହୁଥିଲେ। ସେ ଫୈଜାବାଦ୍‌ ଜିଲାର ରାମ ଭବନରେ…

୨୧ ବର୍ଷର ରେକର୍ଡ: ଯେଉଁ ଦଳ ଦିଲ୍ଲୀ ଜିତିଛି ସେହି ଦଳ କେନ୍ଦ୍ରରେ ଗଢ଼ିଛି ସରକାର !

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ୭ ଲୋକ ସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଗତ ୨୧ ବର୍ଷ ଧରି ଏସବୁ ଆସନ ନେଇ ଏକ ରେକର୍ଡ ରହିଛି। ଏସବୁ ଆସନରୁ ଅଧିକ ଆସନରେ ବିଜୟ ହୋଇଥିବା ଦଳ କେନ୍ଦ୍ରରେ ସରକାର ଗଢ଼ିବାକୁ ସକ୍ଷମ ହୋଇଛି।…

ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଲେ ମୁସଲମାନ୍‌ ପରିବାର

ଲକ୍ଷ୍ନୌ,୨୫।୪: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଉତ୍ତରପ୍ରଦେଶର ଏକ ମୁସଲମାନ୍‌ ପରିବାର ସଦସ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଶାହାଜାହାନ୍‌ପୁର ଚିଲୁଓ୍ବା ଗାଁରେ ବାସ କରୁଥିବା ଏହି ପରିବାର ସେମାନଙ୍କ ଝିଅ ରୁକ୍‌ଶାର୍‌ର ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?