ଜାତୀୟ

୨୬ବର୍ଷୀୟ ବ୍ୟକ୍ତିଙ୍କୁ ଲାଗିଥିଲା ୧୮ଟି ଗୁଳି: ୭ଘଣ୍ଟା ଅପରେଶନ୍‌ ପରେ ମିଳିଲା ନୂଆ ଜୀବନ

ପାଟନା,୧୦।୬: ଡାକ୍ତରଙ୍କୁ ଲୋକମାନେ ଭଗବାନ ବୋଲି ଭାବିଥାନ୍ତି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ବହୁଥର ଦେଖିବାକୁ ମିଳିଛି। ଏଭଳି ଏକ ଚମତ୍କାର କରି ଦେଖାଇଛନ୍ତି ବିହାରର ଜଣେ ଡାକ୍ତର। ଜଣେ ବ୍ୟକ୍ତିଙ୍କ ଦେହରେ ୧୮ଟି ଗୁଳି ବାଜିଥିବା ବେଳେ ଦୀର୍ଘ…

କଠୁଆ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଦୋଷୀ ସାବ୍ୟସ୍ତ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ମଧ୍ୟରୁ ପଠାନକୋଟ କୋର୍ଟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ଅଭିଯୁକ୍ତ ଗାଁ ମୁଖିଆ ସାଞ୍ଜି ରାମ, ପରଭେଶ କୁମାର,…

ଭୋପାଳ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଅନ୍ତିମ ସଂସ୍କାରରେ ସାମିଲ ହେଲେ ଦିଗ୍‌ବିଜୟ

ଭୋପାଳ, ୧୦।୬: ମଧ୍ୟପ୍ରଦେଶର କମଳାନଗରରେ ଜଣେ ନାବାଳିକାଙ୍କ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଏଭଳି ଲଜ୍ଜାଜନକ ଘଟଣା ଯୋଗୁ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ସୋମବାର ତାଙ୍କ ମୃତଦେହକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ…

ପଶ୍ଚିମବଙ୍ଗ ହିଂସା: ସୁରକ୍ଷା ନେଇ ଏନ୍‌ଏସ୍‌ଏ, ଆଇବି ଏବଂ ର ମୁଖ୍ୟଙ୍କ ସହିତ ଶାହ କଲେ ଆଲୋଚନା

ନୂଆଦିଲ୍ଲୀ, ୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ, ଆଇବି ଏବଂ ର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ସ୍ବରାଷ୍ଟ୍ର ସଚିବ ରାଜୀବ…

ନିଖୋଜ ବିମାନକୁ ଖୋଜିବେ ପର୍ବତାରୋହୀ

ଗୁଆହାଟି,୧୦।୬: ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ହେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରିନାହିଁ। ସୋମବାର ପାଗ ଖରାପ ଥିବାରୁ ସର୍ଚ୍ଚ ଅପରେସନ୍‌ରେ ବାଧା ସୃଷ୍ଟି ହୋଇଛି। ଅପରପକ୍ଷରେ ନିଖୋଜ ବିମାନକୁ ଖୋଜିବା ପାଇଁ…

୯୨ ରାଷ୍ଟ୍ରାୟତ କମ୍ପାନୀରେ ବିନିବେଶ ଯୋଜନା: ମୋଦି ସରକାରଙ୍କୁ ଚେତାବନୀ ଦେଲା ସ୍ବଦେଶୀ ଜାଗରଣ ମଞ୍ଚ

ପୁଣେ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ୯୨ଟି ରାଷ୍ଟ୍ରାୟତ କମ୍ପାନୀରେ ବିନିବେଶ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଛନ୍ତି। ଏସବୁ କମ୍ପାନୀ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ ଏବଂ ଏୟାର ଇଣ୍ଡିଆ ଆଦି ରାଷ୍ଟ୍ରାୟତ କମ୍ପାନୀ ରହିଛନ୍ତି। ସରକାରଙ୍କ ଏହି ଯୋଜନାକୁ…

କ୍ୟାପଟେନ୍‌ଙ୍କ ଉପରେ ଅସନ୍ତୁଷ୍ଟ ସିଦ୍ଧୁ ପହଞ୍ଚିଲେ ରାହୁଲଙ୍କ ପାଖରେ

ନୂଆଦିଲ୍ଲୀ,୧୦।୬: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଉପରେ ଖପ୍ପା ହୋଇଛନ୍ତି। କାରଣ ଅମରିନ୍ଦର ତାଙ୍କୁ ଇତି ମଧ୍ୟରେ ଦୁଇଥର ଝଟ୍‌କା ଦେଇ ସାରିଲେଣି। ସୋମବାର ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ…

ମହଙ୍ଗା ପଡ଼ିଲା ଚଳନ୍ତା କାର୍‌ରେ ଷ୍ଟଣ୍ଟ କରିବା

ମୁମ୍ବାଇ,୧୦।୬: ଖାର୍‌ ପୋଲିସ ଷ୍ଟେଶନ ଅନ୍ତର୍ଗତ କାର୍ଟର ରୋଡରେ ରାତିରେ ଚଳନ୍ତା କାର୍‌ରେ ଷ୍ଟଣ୍ଟ କରିବା ୩ ଜଣ ଯୁବକଙ୍କୁ ମହଙ୍ଗା ପଡିଛି। ଚଳନ୍ତା କାର୍‌ର ଓ୍ବିଣ୍ଡୋ ଦେଇ ଏମାନେ ବିପଜ୍ଜନକ ଭାବେ ଷ୍ଟଣ୍ଟ କରୁଥିବା ଦେଖି ଖାର ପୋଲିସ ସେମାନଙ୍କୁ…

ଅଭେଦ୍ୟ ହେବ ଦିଲ୍ଲୀ ଏନ୍‌ସିଆର୍‌: ଚାରିପଟେ ସୁରକ୍ଷା ଲାଗି ମୁତୟନ କରାଯିବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ଏନ୍‌ସିଆର୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏହାର ଚାରିପଟେ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ କ୍ଷେପଣାସ୍ତ୍ର ମୁତୟନ କରାଯିବ। ଏଥିପାଇଁ ଭାରତ ଆମେରିକା, ରୁଷିଆ ତତା ଇସ୍ରାଏଲ୍‌ ସହିତ କଥାବାର୍ତ୍ତା ଜାରି ରଖିଛି।…

ମାନବିକତାର ବଳିଷ୍ଠ ଉଦାହରଣ: ୪୫ ଏଚ୍‌ଆଇଭି ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋଲୋମନ

ଚେନ୍ନାଇ,୧୦।୬: ତାମିଲନାଡୁର ଚେନ୍ନାଇରେ ରହୁଥିବା ସୋଲୋମନ ରାଜ ନାମକ ଜଣେ ବ୍ୟକ୍ତି ଏବେ ମାନବିକତାର ଏକ ବଳିଷ୍ଠ ଉଦାହରଣ ପାଲଟି ଯାଇଛନ୍ତି। ୪୫ ଜଣ ଏଚ୍‌ଆଇଭି ଆକ୍ରାନ୍ତ ପିଲାଙ୍କୁ ସୋଲୋମନ ଏବେ ପୋଷ୍ୟଭାବେ ଗ୍ରହଣ କରିଛନ୍ତି। ଏହି ପିଲାମାନଙ୍କୁ ସେମାନଙ୍କ ଘର…

ପୂର୍ବତନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଜାନକୀରମଣଙ୍କ ପରଲୋକ

ପୁଡୁଚେରୀ,୧୦।୬: ଡିଏମ୍‌କେ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍‌.ଭି. ଜାନକିରମଣଙ୍କର ସୋମବାର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ କିଛିଦିନ ହେବ ସେ ଏକ ଘରେଶଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କ ସ୍ବାସ୍ଥ୍ୟରେ ସେଭଳି କୌଣସି…

ମୃତ ଶାବକର ଅନ୍ତିମ ସଂସ୍କାର କଲେ ହାତୀପଲ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୧୦।୬: ମଣିଷ ସମାଜରେ କାହାର ମୃତ୍ୟୁ ହେଲେ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥାଏ। ତେବେ ପ୍ରାଣୀ ଜଗତରେ ଏଭଳି ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏଭଳି ଏକ ଘଟଣାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?