ଜାତୀୟ

୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ଭାଜପା

ନୂଆଦିଲ୍ଲୀ, ୯।୮: ଦିଲ୍ଲୀ, ଝାଡଖଣ୍ଡ, ହରିୟାଣା ଏବଂ ମଧ୍ୟ ପ୍ରଦେଶରେ ଆଗାମୀ ଅକ୍ଟୋବରରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାଜପା। ଦଳ ପକ୍ଷରୁ ଏହି ୪ଟି ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ଭାଜପା ରାଷ୍ଟ୍ରୀୟ…

ହରିୟାଣା ବିଧାନସଭା ନିର୍ବାଚନ: ଭାଜପା ପ୍ରଭାରୀ ନିଯୁକ୍ତ ହେଲେ କେନ୍ଦ୍ରମନ୍ତ୍ରୀ ତୋମାର

ଚଣ୍ଡିଗଡ଼,୯।୮: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭାଜପାର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି।…

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରକାଶ ଜାଭଡେକର ଭାଜପା ନିର୍ବାଚନ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୯।୮: ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏନେଇ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଧାନସଭା ନିର୍ବାଚନ…

କେରଳ, କର୍ନାଟକ ସମେତ ୫ଟି ରାଜ୍ୟରେ ବନ୍ୟା ବିତ୍ପାତ: ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଲା ବାୟୁସେନା

ଥିରୁଭାନନ୍ତପୁରମ,୯।୮: ଦେଶରେ ବହୁ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। କେରଳରୁ କର୍ନାଟକ ଓ ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବହୁ ରାଜ୍ୟ ପାଣି ଘେରରେ ରହିଛି। ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ଏନଡିଆର୍‌ଏଫ୍‌…

ବନ୍ୟା ପ୍ରପୀଡିତଙ୍କ ପାଇଁ ମୋଦିଙ୍କୁ ସହାୟତା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୯।୮: କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାୟନାଡ ଜିଲା। ଏଠାରୁ ଏମ୍‌ପି ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବନ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି କିଛି ଘଟିଛି ପଶ୍ଚିମବଙ୍ଗର ରାନୁଙ୍କ କ୍ଷେତ୍ରରେ। ନିକଟରେ କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଲୋକପ୍ରିୟ…

ଶାନ୍ତି ଆଶାରେ କଶ୍ମୀରବାସୀ: ମହିଳା ସୁରକ୍ଷାକର୍ମୀଙ୍କ ସହ ହାତ ମିଳାଇଲେ କଶ୍ମୀର ବାଳକ, ଫଟୋ ଭାଇରାଲ

ଶ୍ରୀନଗର,୯।୮: ଜମ୍ମୁ କଶ୍ମୀରରେ ଧାରା ୩୭୦କୁ ଅଚଳ କରିଦିଆଯିବା ପୂର୍ବରୁ ହିଁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜମ୍ମୁ ଓ ଶ୍ରୀନଗରରେ ଧାରା ୧୪୪ ଲାଗୁ କରାଯିବା ସହ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଇତିମଧ୍ୟରେ ଏକ ସୁନ୍ଦର ଫଟୋ…

ଜମ୍ମୁ-କଶ୍ମୀରରେ ଖୋଲିଲା ସ୍କୁଲ, ହଜ୍‌ ଯାତ୍ରା ସାରି ଫେରୁଥିବା ଯାତ୍ରୀଙ୍କୁ ମିଳିବ ପାସ୍‌

ନୂଆଦିଲ୍ଲୀ, ୯।୮: ଜମ୍ମୁ-କଶ୍ମୀରରେ ୧୪୪ ଧାରା ଲାଗୁ ହୋଇଥିବା ସତ୍ତ୍ୱେ ଶୁକ୍ରବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିଛିି। ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ଆସନ୍ତାକାଲି ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ କହିଛନ୍ତି।…

କଶ୍ମୀର ଘାଟିରେ ମୁତୟନ ଯବାନଙ୍କ ପାଇଁ ଫୋନର ବ୍ୟବସ୍ଥା କଲେ ଡୋଭାଲ

ଶ୍ରୀନଗର,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପୂର୍ବରୁ ସହରରେ ଧାରା ୧୪୪ ଲାଗୁ ହୋଇଥିବା ବେଳେ ଘାଟିରେ ୪୦ରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ଏବେ ବି ବନ୍ଦ ରଖାଯାଇଛି।…

ଅଗଷ୍ଟ ୧୫ରେ ଲଦାଖରେ ପତାକା ଉଡାଇବେ ଧୋନୀ

ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ସ୍ବାଧୀନତା ଦିବସ ଅବସରରେ ଲଦାଖରେ ସେ…

କେରଳରେ ବନ୍ୟା,: ୧୪ ମୃତ, ଅଗଷ୍ଟ ୧୧ ପର୍ଯ୍ୟନ୍ତ ବିମାନସେବା ବନ୍ଦ

ଥିରୁଭାନନ୍ତପୁରମ୍‌, ୯।୮: କେରଳରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏର୍ନାକୁଲମ, ତ୍ରିଶୁର, ପଠାନମଥିଟ୍ଟା, ମଲ୍ଲପୁରମ ଆଦି ଜିଲାରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବର୍ଷା ପାଣି ଘରେ ପଶିଯିବାର ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା…

ମହାରାଷ୍ଟ୍ରରେ ପ୍ରବଳ ବନ୍ୟା: ୨୭ ମୃତ, ୨ ଲକ୍ଷ ଲୋକ ବିସ୍ଥାପିତ

ପୁଣେ, ୯।୮: ମହାରାଷ୍ଟ୍ରରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏପର୍ଯ୍ୟନ୍ତ ବନ୍ୟାରେ ୨୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାିଛି। କୋହ୍ଲାପୁର, ସାଙ୍ଗଲୀ, ସତାରା ଏବଂ ପୁଣେ ଆଦି ଜିଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?