Posted inଜାତୀୟ

ବିଜୟ କୁମାର ହୋଇପାରନ୍ତି ଉପରାଜ୍ୟପାଳ

ନୂଆଦିଲ୍ଲୀ,୧୦ା୮: କେନ୍ଦ୍ର ସରକାର ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ବିଜୟ କୁମାରଙ୍କୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିପାରନ୍ତି। ୧୯୭୫ ବ୍ୟାଚ୍‌ ତାମିଲନାଡୁ କ୍ୟାଡର ଆଇପିଏସ୍‌ ଅଫିସର ବିଜୟ କୁମାର ସମ୍ପ୍ରତି ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ଥିଲେ। ସେହିପରି ଦସ୍ୟୁ ବୀରାପ୍ପାନଙ୍କୁ ନିପାତ କରିଥିବା ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ନେତୃତ୍ୱ ମଧ୍ୟ ସେ ନେଇଥିଲେ। ମାଓବାଦୀ ନିରୋଧୀ ବିଶେଷଜ୍ଞ ଭାବେ ତାଙ୍କର ବିଶେଷ ଅନୁଭୂତି ରହିଛି। ତେଣୁ କେନ୍ଦ୍ର ସରକାର ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିପାରନ୍ତି ବୋଲି କୁହାଯାଉଛି। ଏହି ଦୌଡ଼ରେ ୧୯୭୬ ବ୍ୟାଚ୍‌ କେରଳ କ୍ୟାଡର ଆଇପିଏସ୍‌ ଅଧିକାରୀ ତଥା ଗୋଇନ୍ଦା ବ୍ୟୁରୋ (ଆଇବି)ର ପୂର୍ବତନ ନିର୍ଦ୍ଦେଶକ ଦିନେଶ୍ୱର ଶର୍ମା ମଧ୍ୟ ଥିତ୍ବା କୁହାଯାଉଛି। ଦିନେଶ୍ୱର ବର୍ତ୍ତମାନ ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥ ଭାବେ କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?