ଜାତୀୟ

ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଅମେଠି,୨୬।୫: ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସୁରେନ୍ଦ୍ର ସ୍ଥାନୀୟ ବରୌଲିଆ ଗାଁର ପୂର୍ବତନ ମୁଖିଆ ଥିଲେ। ସୁରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌ ସ୍ଥିତ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ…

ଶ୍ରୀଲଙ୍କାରୁ ଲାକ୍ଷାଦ୍ୱୀପରେ ପହଞ୍ଚିଲା ସନ୍ଦିଗ୍ଧ ବୋଟ୍‌: ଗୋଇନ୍ଦା ବିଭାଗ ସୂଚନା ଆଧାରରେ କେରଳରେ ହାଇଆର୍ଲଟ

ଥିରୁବନନ୍ତପୁରମ୍‌,୨୬।୫: ଶ୍ରୀଲଙ୍କାରୁ ଏକ ସନ୍ଦିଗ୍ଧ ବୋଟ୍‌ ଲାକ୍ଷାଦ୍ୱୀପରେ ଆସି ପହଞ୍ଚିଛି। ଏଥିରେ ୧୫ ଜଣ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଇନ୍ଦା ବିଭାଗର ତଥ୍ୟ ଭିତ୍ତିକ ସୂଚନା ଆଧାରରେ କେରଳରେ ହାଇ ଆର୍ଲଟ ଜାରି…

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୬।୫: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ଉପରକୁ ମୋର୍ଟାର ସେଲିଂ ମାଡ଼ ହୋଇଛି। ଏଥିରେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ତାଙ୍କୁ…

ଭୂସ୍ଖଳନରୁ ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

ଜମ୍ମୁ,୨୬ା୫(ପି.ଟି.): ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ ଯୋଗୁ ରମ୍ବାନା ଜିଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଛି। କଶ୍ମୀର ସହ ଦେଶର ଅନ୍ୟାନ୍ୟ ଭାଗକୁ ସଂଯୋଗ କରୁଥିବା ଏହି ଏକମାତ୍ର ସଡକପଥ ବନ୍ଦ ହୋଇଯିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।…

ସରକାର ଗଠନ ଦାବି ଜଣାଇଲେ ଜଗନ୍‌ମୋହନ

ହାଇଦ୍ରାବାଦ,୨୬ା୫(ପି.ଟି.): ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଶନିବାର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହଙ୍କୁ ଭେଟି ଆନ୍ଧ୍ରରେ ସରକାର ଗଠନ ଲାଗି ଦାବି ଜଣାଇଛନ୍ତି। ଏହା ପୂର୍ବରୁ ବିଜୟଓ୍ବାଡାରେ ନବନିର୍ବାଚିତ ଓ୍ବାଇଏସ୍‌ଆର୍‌ସି (ଯୁବଜନ ଶ୍ରମିକ ରିଥୁ…

ସିକିମ୍‌ରେ ସରକାର ଗଠନ ଲାଗି ଏସ୍‌କେଏମ୍‌ର ଦାବି

ଗାଙ୍ଗଟକ୍‌,୨୬ା୫(ପି.ଟି.): ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଏକ ପ୍ରତିନିଧି ଦଳ ଏହାର ଅଧ୍ୟକ୍ଷ ପି.ଏସ୍‌. ଗୋଲେଙ୍କ ନେତୃତ୍ୱରେ ଶନିବାର ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ତେବେ ନବନିର୍ବାଚିତ ବିଧାୟକ ଦଳ ନେତା କିଏ…

ସରକାର ଗଠନ ଦାବି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬ା୫(ପି.ଟି.): କେନ୍ଦ୍ର କ୍ୟାବିନେଟର ସୁପାରିସ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଷୋଡ଼ଶ ଲୋକ ସଭାକୁ ଭଙ୍ଗ କରିଛନ୍ତି। ଏଥିସହିତ ସପ୍ତଦଶ ଲୋକ ସଭା ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଶନିବାର ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ ଏମ୍‌ପିମାନଙ୍କ…

ସୁରଟ ଅଗ୍ନିକାଣ୍ଡ : କୋଚିଂ ସେଣ୍ଟର ମାଲିକ ଗିରଫ, ୨ ଅଗ୍ନିଶମ ଅଧିକାରୀ ନିଲମ୍ବିତ

ସୁରଟ,୨୫ା୫ : ଗୁଜୁରାଟର ହୀରା ସହର କୁହାଯାଉଥିବା ସୁରଟର ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଊର୍ଦ୍ଧ୍ୱ ଛାତ୍ର ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଗୁଜୁରାଟ ପୋଲିସ…

ଏନ୍‌ଡିଏ ନେତା ଭାବେ ମୋଦି ନିର୍ବାଚିତ

ନୂଆଦିଲ୍ଲୀ,୨୫ା୫: ନବନିର୍ବାଚିତ ଏନ୍‌ଡିଏ ଏମ୍‌ପିମାନେ ସର୍ବସମ୍ମତିକ୍ରମେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି। ସଂସଦର କେନ୍ଦ୍ରୀୟ ସଭାଗୃହରେ ଅନୁଷ୍ଠିତ ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଓ୍ବାନୀ, ମୁରଲୀ ମନୋହର ଯୋଶୀଙ୍କ…

ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ବିଧାୟକ ଦଳର ନେତା ନିର୍ବାଚିତ

ଅମରାବତୀ,୨୫ା୫: ଓ୍ବାଇଏସ୍‌ଆର୍‌ କଂଗ୍ରେସ ସଭାପତି (YSRCP) ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ଶନିବାର ସର୍ବସମ୍ମତିକ୍ରମେ ଆନ୍ଧ୍ରପ୍ରଦେଶ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ତାଡ଼େପଲ୍ଲୀସ୍ଥିତ ଦଳୀୟ ରାଜ୍ୟ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତା ବୋତ୍ସା…

ରାହୁଲଙ୍କ ଇସ୍ତଫା ନାଟକ: ଅଗ୍ରାହ୍ୟ କଲା କଂଗ୍ରେସ ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା। ଶନିବାର କଂଗ୍ରେସ ଓ୍ବାର୍କିଂ କମିଟି ପକ୍ଷରୁ ଅନୁଷ୍ଠିତ ବିଚାର ବିମର୍ଷ ବୈଠକରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେବ ଅଧିକ ସଶକ୍ତ: ମୋଦି

ନୂଆଦିଲ୍ଲୀ,୨୫।୫: ଏଣିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି। ମୋଦି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହିତ ସାକ୍ଷାତ୍‌ କରି ଏପରି କହିଛନ୍ତି। ନିଜ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri