ଜାତୀୟ

କର୍ନାଟକ ବିଧାନସଭାରେ ଯୋଗ ଦେବେ ନାହିଁ ଏନ୍‌ ମହେଶ

ବେଙ୍ଗାଲୁରୁ,୨୧।୭: କର୍ନାଟକ ବିଧାନସଭାରେ ଏଚ୍‌ଡି କୁମାରସ୍ବାମୀଙ୍କ ମେଣ୍ଟ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏଥିରେ ବହୁଜନ ସମାଜ ପାର୍ଟି ବିଧାୟକ ଏନ୍‌ ମହେଶ ଯୋଗ ଦେବେ ନାହିଁ ବୋଲି ରବିବାର କହିଛନ୍ତି। ସେ କହିଛନ୍ତି, ମାୟାବତୀଙ୍କ…

ତସଲିମା ନସରୀନ୍‌ଙ୍କ ଭାରତରେ ରହିବା ସମୟ ପୁଣି ବର୍ଷେ ବଢ଼ିଲା

ନୂଆଦିଲ୍ଲୀ,୨୧।୭: ବାଂଲାଦେଶୀ ଲେଖିକା ତସଲିମା ନସରୀନ୍‌ଙ୍କ ଭାରତରେ ରହିବା ସମୟକୁ ପୁଣି ବର୍ଷେ ପାଇଁ ବଢ଼ାଇ ଦିଆଯାଇଛି। ରବିବାର ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେ ସୁଇଡ଼େନ୍‌ର ନାଗରିକତା ଗ୍ରହଣ କରିଥିବାବେଳେ ଗତ ୨୦୦୪ଠାରୁ ଭାରତରେ ରହି ଆସୁଛନ୍ତି।…

୨୦୨୧ରେ ପଶ୍ଚିମବଙ୍ଗରୁ ମୂଳପୋଛ ହେବ ତୃଣମୂଳ କଂଗ୍ରେସ: ବାବୁଲ୍‌ ସୁପ୍ରିୟୋ

କୋଲକାତା,୨୧।୭: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦିନ ଶେଷ ହେବାକୁ ବସିଛି। ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ ଏହା ରାଜ୍ୟରୁ ମୂଳପୋଛ ହେବ ବୋଲି ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋ ରବିବାର ଟୁଇଟ୍‌ କରିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ସୋନଭଦ୍ରା ଗସ୍ତରେ ଯୋଗୀ ଆଦିତ୍ୟନାଥ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ନରସଂହାର ପରେ ରାଜନେତାମାନେ ଏଠାକୁ ଗସ୍ତ କରୁଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସୋନଭଦ୍ରାର ମୌରପୁର ପହଞ୍ଚିଛନ୍ତି। ଏଠାରେ ସେ ପୀଡିତ ପରିବାରଙ୍କୁ ଭେଟି କଥା ହେବାର…

ପେଶା ଶିକ୍ଷକତା: ନିଶା ପ୍ରତିଦିନ ଗଛ ଲଗାଇବା

ଜୟପୁର,୨୧।୭: ପରିବେଶ ସୁରକ୍ଷା ପ୍ରତି ଜଣେ ଶିକ୍ଷକ ଗତ ୯ ବର୍ଷ ଧରି ପ୍ରତିଦିନ ଗୋଟିଏ ଗଛ ଲଗାଇବା ଜାରି ରଖିଛନ୍ତି। ୨୦୧୦ ଜୁଲାଇ ୧ରୁ ସେ ଏପରି ମହତ୍‌ କାର୍ଯ୍ୟ ଆରମ୍ଭ କରିଥିଲେ। ରାଜସ୍ଥାନ ଅଜମେର ରୋଡ୍‌ ସ୍ଥିତ ଗଜସିଂହପୁରାରେ…

ସ୍କୁଲ ନିର୍ମାଣ ପାଇଁ ୧୪ ବର୍ଷ ତଳେ ମଞ୍ଜୁର ହୋଇଥିଲା ୫ ଲକ୍ଷ: ୧୨ ଖମ୍ବ ପୋତି ଅନୁଦାନ ହଡ଼ପ ଅଭିଯୋଗ

ଭୋପାଳ,୨୧।୭: ସ୍କୁଲ ନିର୍ମାଣ ପାଇଁ ୧୪ ବର୍ଷ ତଳେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ତେବେ ନିର୍ଦ୍ଧାରିତ ସ୍ଥାନରେ କେବଳ ୧୨ଟି କାଠ ଖମ୍ବ ପୋତି ସମସ୍ତ ଟଙ୍କାକୁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ…

ମୂଷାଗାତ ନଦୀବନ୍ଧକୁ କରୁଛି ଦୁର୍ବଳ: ପଦକ୍ଷେପ ନେବାକୁ ଏସ୍‌ଡିଏମ୍‌ ଦେଲେ ନିର୍ଦ୍ଦେଶ

ପାଟନା,୨୧।୭: ବିହାର ପଶ୍ଚିମ ଚମ୍ପାରଣରେ ପିପରା-ପିପରାସିଠାରେ ଗଣ୍ଡକ ନଦୀର ବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏଠାରେ ନଦୀବନ୍ଧରେ ମୂଷାଗାତ କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହାର ମରାମତି କରା ନ ଗଲେ ବନ୍ୟା ହେବାର ଆଶଙ୍କା ଥିବା କୁହାଯାଉଛି। ନଦୀବନ୍ଧ…

ବନ୍ୟା କଲା ବେଘର: ଜାତୀୟ ରାଜପଥର ରୋଡ୍‌ ଡିଭାଇଡର ଏବେ ପାଲଟିଛି ଆଶ୍ରୟ ସ୍ଥଳ

ପାଟନା,୨୧।୭: ବିହାରରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ବେଘର ହୋଇ ଜୀବନ ବିକଳରେ ଲୋକେ ଉଚ୍ଚାସ୍ଥାନକୁ ପଳାଇ ଆସିଛନ୍ତି। କମଳା ନଦୀରେ ବନ୍ୟା ଯୋଗୁ ୧୫ ଶହରୁ ଅଧିକ ପ୍ରଭାବିତଙ୍କ ଆଶ୍ରୟ ସ୍ଥଳ ପାଲଟିଛି ଜାତୀୟ ରାଜପଥର ରୋଡ୍‌ ଡିଭାଇଡର। ଜାତୀୟ…

ତ୍ରିପୁରା ଦେଇ ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି ରୋହିଙ୍ଗ୍ୟା

ଅଗରତାଲା,୨୧।୭: ମ୍ୟାନମାରରୁ ବାଂଲାଦେଶ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ସୀମାକୁ ଲାଗିଥିବା ତ୍ରିପୁରା ଦେଇ ଏମାନେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ତ୍ରିପୁରା ସୀମାଦେଇ ପ୍ରାୟ ୨ ଜଣ ପୁରୁଷ, ୫ ମହିଳା ଓ…

ବିଦ୍ୟୁତ୍‌ ବିଭାଗର ଦାଦାଗିରି: ଭୁଲରେ ପଠାଇଲେ ୧୨୮ କୋଟି ଟଙ୍କାର ବିଲ୍‌; ସଂଯୋଗ ବି କାଟିଲେ

ଲକ୍ଷ୍ନୌ,୨୧।୭: ବିଦ୍ୟୁତ୍‌ ବିଭାଗର ଭୁଲ୍‌ ଯୋଗୁ ଜଣେ ବରିଷ୍ଠ ନାଗରିକ ଏବେ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ପାଖକୁ ୧୨୮ କୋଟି ୪୫ ଲକ୍ଷ ୯୫ ହଜାର ୪ ଶହ ୪୪ ଟଙ୍କାର ବିଲ୍‌ ଆସିଛି। ଏହା ସହିତ ଟଙ୍କା ପୈଠ କରା…

ଅପରାହ୍ନ ୩ଟାରେ ହେବ ଶୀଲାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଶେଷକୃତ୍ୟ ରବିବାର ଅପରାହ୍ନ ୩ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି। ଅପରାହ୍ନ ୨ଟା ୩୦ରେ ସେଠାରେ ତାଙ୍କର ମରଶରୀର ପହଞ୍ଚିବାର ସମୟ ଧାର୍ଯ୍ୟ କରାଯାଇଛି। ରବିବାର ସକାଳେ…

ଭିଟା ମାଟିକୁ ଫେରିବେ କଶ୍ମୀର ପଣ୍ଡିତ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କରିଛି ଯୋଜନା

ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରକୁ ପୁଣି କଶ୍ମୀର ପଣ୍ଡିତ ଫେରାଇ ଆଣିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଗତ ଏକମାସ ଧରି ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଶ୍ମୀର ଡିଭିଜନର ଉଚ୍ଚ ଅଧିକାରୀଙ୍କ ସହିତ ଏକାଧିକ ବୈଠକ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri