ଶେଷକୃତ୍ୟ ପୂର୍ବରୁ ବଧୂ ବେଶରେ ସଜେଇ ହେଲେ ସୁଷମା
ନୂଆଦିଲ୍ଲୀ, ୭।୮: ଅନ୍ତିମ ଯାତ୍ରାରେ ବାହାରିବା ପୂର୍ବରୁ ବଧୂ ବେଶରେ ସଜେଇ ହୋଇଛନ୍ତି ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ୍। ମଥାରେ ବଡ ବିନ୍ଦି, ଲାଲ ଓଢଣୀରେ ତାଙ୍କୁ ସଜେଇ ଦେଇଛନ୍ତି ଏକମାତ୍ର ଝିଅ ବାଂଶୁରୀ। ସୁଷମା ସବୁବେଳେ ଭାରତୀୟ ନାରୀର…
ଶ୍ରୀନଗରରେ ସୁଧୁରୁଛି ସ୍ଥିତି
ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଛି। ଏହାପରେ କଶ୍ମୀରରେ ଧାରା ୩୭୦କୁ ଅଚଳ କରି ଦିଆଯାଇଛି। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇ କେନ୍ଦ୍ର ଶାସିତ ରାଜ୍ୟ ଭାବେ ବଦଳିଯାଇଛି।…
ସୁଷମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ, ରାଜନାଥ-ନଡ୍ଡା ଦେଲେ କାନ୍ଧ
ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଭାଜପା କାର୍ଯ୍ୟାଳୟରୁ ତାଙ୍କ ମୃତ୍ୟୁ ଶରୀରକୁ ଅନ୍ତିମ ଯାତ୍ରାରେ ନିଆଯାଇଛି। ତାଙ୍କ ମୃତଦେହକୁ କାନ୍ଧ ଦେଇଛନ୍ତି ଭାଜପା ନେତା ରାଜନାଥ…
ଉନ୍ନାଓ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ଗମ୍ଭୀର, ଓକିଲ କୋମାରେ
ନୂଆଦିଲ୍ଲୀ,୭।୮: ଦିଲ୍ଲୀ ଏମ୍ସରେ ଜୀବନ ସହ ସଂଘର୍ଷ କରୁଛନ୍ତି ଉନ୍ନାଓ ବଳାତ୍କାର ପୀଡ଼ିତା। ଏବେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍ ଜାରି କରାଯାଇଛି। ପୀଡ଼ିତାଙ୍କ ରକ୍ତଚାପ ମଧ୍ୟ ଅନିୟନ୍ତ୍ରିତ…
ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କୃଷକଙ୍କ ଆତ୍ମହତ୍ୟା ଉଦ୍ୟମ
ବାଲାପୁର,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ବର୍ଷ ପୂର୍ବରୁ ଯେଉଁ କୃଷକଙ୍କୁ ପ୍ରଶଂସା କରିଥିଲେ ସେ ସୋମବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅକୋଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବାଲାପୁର ତହସିଲର…
ସୁଷମାଙ୍କୁ ଭାଜପା ଦେଲା ଅନ୍ତିମ ବିଦାୟ: ଦଳୀୟ ପତାକା ଢ଼ାଙ୍କିଲେ ଶାହ
ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭାଜପା କାର୍ଯ୍ୟାଳୟରେ ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୁଷମାଙ୍କ ମରଶରୀର ଉପରେ ଦଳୀୟ ପତାକା ଢ଼ାଙ୍କିଛନ୍ତି। ଉପସ୍ଥିତ ସମସ୍ତ ଦଳୀୟ ସଦସ୍ୟ ସୁଷମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ…
ରାମ ରାଜ୍ୟ ସ୍ବପ୍ନ ଦେଖାଇ ମୋଦି ନିର୍ମାଣ କରୁଛନ୍ତି ରାବଣ ରାଜ୍ୟ: ସିଦ୍ଧାରମେୟା
ବେଙ୍ଗାଲୁରୁ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍ ଇନ୍ ଇଣ୍ଡିଆ ଏବଂ ରାମ ରାଜ୍ୟର ସ୍ବପ୍ନ ଦେଖାଇ ପ୍ରକୃତପକ୍ଷେ ରାବଣ ରାଜ୍ୟର ନିର୍ମାଣ କରୁଛନ୍ତି ବୋଲି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ଅଭିଯୋଗ କରିଛନ୍ତି। ଦେଶରେ ବେକାରିଙ୍କ ସଂଖ୍ୟା ବଢୁଥିବାବେଳେ ଆବଶ୍ୟକ ନିଯୁକ୍ତି…
ମହାରାଷ୍ଟ୍ରରେ ୨୦୪ ଗାଁ ବନ୍ୟା ପ୍ରଭାବିତ: ଫଡ଼ନଭୀସ୍
ମୁମ୍ବାଇ,୭।୮: ମହାରାଷ୍ଟ୍ରର ୨୦୪ ଗାଁ ବନ୍ୟା ପ୍ରଭାବିତ। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍ ବୁଧବାର ସୂଚନା ଦେଇଛନ୍ତି। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି। ଏହି ଗାଁ ଗୁଡ଼ିକର ୧୧ ହଜାର ପରିବାରଙ୍କୁ…
ଭାଜପା ଅଫିସ୍କୁ ଅଣାଗଲା ସୁଷମାଙ୍କ ମରଶରୀର
ନୂଆଦିଲ୍ଲୀ, ୭।୮:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ୬୭ବର୍ଷରେ ପରଲୋକ ଘଟିଛି। ଦିଲ୍ଲୀ ଏମ୍ସଠାରେ ପରଲୋକ ହେବା ପରେ ସୁଷମାଙ୍କ ମରଶରୀର ପ୍ରଥମେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…
ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ
ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ ଚାହିଁଲେ ବି ଭୁଲିପାରିବେ ନାହିଁ। କିଛି ଲୋକଙ୍କ ପାଇଁ ସେ ମା’ ସାଜିଥିଲେ। ଭୁଲରେ…
କର୍ନାଟକରେ ବନ୍ୟା ରାଜନୀତି: ୟେଦୁରପ୍ପାଙ୍କ ଉପରେ ଦୋଷ ଲଦିଲା କଂଗ୍ରେସ
ବେଙ୍ଗାଲୁରୁ,୭।୮: କର୍ନାଟକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା ଅଣଦେଖା କରୁଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ବିଧାୟକ କୃଷ୍ଣା ବାୟରେ ଗୌଡ଼ା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ…
ମୋଦିଙ୍କୁ ଧନ୍ୟବାଦ ଦେଇ ସବୁଦିନ ପାଇଁ ନୀରବି ଗଲେ ସୁଷମା
ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।…
Archives


