ଜାତୀୟ

କେନ୍ଦ୍ରୀୟ ରାଜନୀତିରେ ଶିବରାଜଙ୍କ ଏଣ୍ଟ୍ରି: ମିଳିପାରେ ଗୁରୁ ଦାୟିତ୍ୱ !

ନୂଆଦିଲ୍ଲୀ,୧୩।୬: କେନ୍ଦ୍ରୀୟ ରାଜନୀତିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଏଣ୍ଟ୍ରି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଗୁରୁଦାୟିତ୍ୱ ଦେବା ନେଇ ଚର୍ଚ୍ଚା ହେଉଛି। ଏବେ ତାଙ୍କୁ ସଦସ୍ୟତା ଅଭିଯାନ...

ଅନଶନରେ ବସିଥିବା ଡାକ୍ତରଙ୍କୁ ୪ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବାକୁ କହିଲେ ମମତା

କୋଲକତା,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନଶନରେ ବସିଥିବା ଡାକ୍ତରଙ୍କୁ ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି। ନଚେତ୍‌ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମମତା ଗୁରୁବାର ଏସ୍‌ଏସ୍‌କେଏମ୍‌ ସରକାରୀ ହସ୍ପିଟାଲରେ ପହଞ୍ଚିବା...

୨୦୨୨ ସୁଦ୍ଧା ଭାରତ ହେବ ଡିଜିଟାଲ ସମ୍ପନ୍ନ ଦେଶ: ଅଜିତ୍‌ ପାଇ

ଓ୍ବାଶିଂଟନ୍‌,୧୩।୬: ପ୍ରଧାନମନ୍ତ୍ରୀ ମୋଦି ସରକାର ଭାରତକୁ ପୂର୍ଣ୍ଣ ଡିଜିଟାଲ ସମ୍ପନ୍ନ ଦେଶ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତା ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇପାରିବାର ଆଶା ରହିଛି। ଏନେଇ ବରିଷ୍ଠ ଭାରତ-ଆମେରିକା ଅଧିକାରୀ...

ଅଫିସରେ ପାଣି ନ ଥିବାରୁ ଘରେ ବସି କାମ କରିବାକୁ କହିଲା ଆଇଟି କମ୍ପାନୀ

ଚେନ୍ନାଇ,୧୩।୬: ଚଳିତ ବର୍ଷ ପାରଦ ୪୮ ଡିଗ୍ରୀ ଟପିଥିବା ବେଳେ ଦେଶରେ ଅନେକ ସ୍ଥାନରେ ଜଳ ସଙ୍କଟ ଦେଖା ଦେଇଛି। ଏପରି ସ୍ଥଳେ ଚେନ୍ନାଇର ଓଲ୍ଡ ମହାବଳିପୁରମ ରୋଡରେ ଥିବାର କିଛି ଆଇଟି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି...

ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠିବ!

ନୂଆଦିଲ୍ଲୀ, ୧୩।୬: ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆଇନ ମନ୍ତ୍ରଣାଳୟ କିନ୍ତୁ ଏହାକୁ ଖାରଜ କରିଦେଇଥିଲା।...

୭୫ ପ୍ରତିଶତ ଭାରତବାସୀ ଧର୍ମନିରପେକ୍ଷତା ଉପରେ କରନ୍ତି ବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୩।୬: ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଥାତ୍‌ ୭୫ ପ୍ରତିଶତ ଲୋକ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି। ସେଣ୍ଟର ଫର୍‌ ଷ୍ଟଡିଜ୍‌ ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌(ସିଏସ୍‌ଡିଏସ୍‌) ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏସବୁ ଲୋକ...

ପୁଅର ସ୍କୁଲ ଫି’ ଦେଇ ନ ପାରିବାରୁ ପରିବାର ଲୋକଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୩।୬: ତାମିଲନାଡୁର ନାଗପଟ୍ଟନମ୍‌ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଲିପାୟମ ଇଲାକାରେ ଜଣେ ଦମ୍ପତ୍ତି ଏବଂ ତାଙ୍କ ୧୧ବର୍ଷର ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅର ସ୍କୁଲ ଫି’ ଦେବା ଅସମର୍ଥ ଥିବାରୁ ଦମ୍ପତ୍ତି ନିଜ ପୁଅ...

ରାସ୍ତାରେ ଜମା ହୋଇଥିବା ମଇଳା ସଫା କଲେ ରାଜ୍ୟପାଳ

ଭୋପାଳ,୧୩।୬: ହିଲ୍‌ ଷ୍ଟେଶନ୍‌ ପଞ୍ଚମାଢ଼ି ଗସ୍ତରେ ଆସିଥିବା ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ରାସ୍ତାରେ ଜମା ହୋଇଥିବା ମଇଳା ସଫା କରିଛନ୍ତି। ରାଜ୍ୟପାଳଙ୍କ ଗାଡ଼ି ହଠାତ୍‌ ଅଟକି ଯିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେ ହାତରେ ଝାଡୁ ଧରି ରାସ୍ତାରେ...

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନ ନିକଟରେ ପହଞ୍ଚିଲେ ବାୟୁସେନା ଟିମ୍‌

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଜୀବିତ ବ୍ୟକ୍ତିଙ୍କର...

ସ୍ବାଧୀନତାର ୭୨ ବର୍ଷ ପରେ ବି ତ୍ରିଶୁଳି ଗାଁରେ ପହଞ୍ଚିନି ବିଦ୍ୟୁତ୍‌ ଆଲୋକ

ରାୟପୁର,୧୩।୬: ଦେଶ ସ୍ବାଧୀନ ହେବାର ୭୨ ବର୍ଷ ବିତିଯାଇଛି। ଇତିମଧ୍ୟରେ ଦେଶରେ ବିଦ୍ୟୁତ୍‌କରଣ କାର୍ଯ୍ୟ ଜାରି ରହିଛି। ତେବେ ଏବେ ବି ଛତିଶଗଡ଼ର ବଳରାମପୁର ଜିଲା ଅନ୍ତର୍ଗତ ତ୍ରିଶୁଳି ଗାଁରେ ପହଞ୍ଚିପାରିନି ବିଦ୍ୟୁତ୍‌ ଆଲୋକ। ଗାଁରେ ବାସ କରୁଥିବା ଶହେରୁ...

ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ୍‌ ପଡିଲା ମହଙ୍ଗା: ୧୩୮ଜଣଙ୍କ ନାଁରେ କେସ୍‌ ରୁଜୁ

ଥିରୁଭାନନ୍ତପୁରମ୍‌, ୧୩।୬: ଆଜିକାଲି ସୋସିଆଲ ମିଡିଆରେ ସରକାର, ନେତା ଏବଂ ମନ୍ତ୍ରୀଙ୍କ ନାଁରେ ଆପତ୍ତିଜନକ ଟିପ୍ପଣୀ ଅଭିଯୋଗରେ ଲୋକଙ୍କ ବିରୋଧରେ କେସ୍‌ ରୁଜୁ ହେବା ଚର୍ଚ୍ଚାର ବିଷୟ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ ଏବଂ ଏଲଡିଏଫର ଅନ୍ୟ ନେତାଙ୍କୁ...

ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଭାଜପା

ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଭାଜପା ଆସନ୍ତା ବିଧାନସଭା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପାର୍ଟି ମୁଖ୍ୟାଳୟରେ ଗୁରୁବାର ଏକ ବୈଠକ ଆୟୋଜିତ ହୋଇଛି। ଏଥିରେ...

ଇଶ୍ୱରଙ୍କ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଲେ ବିଧାୟକ

ବିଜୟଓ୍ବାଡା, ୧୩।୬: ଆନ୍ଧ୍ରପ୍ରଦେଶର ଜଣେ ନବନିର୍ବାଚିତ ବିଧାୟକ ଇଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନେଲ୍ଲୋରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା କୋଟାମରେଡ୍ଡୀ ଶ୍ରୀଧର ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ହେବା...

ବାତ୍ୟା ବାୟୁର ପ୍ରଭାବ: ସୋମନାଥ ମନ୍ଦିରର ୧୧୫ ଫୁଟ ଉଚ୍ଚ ଶିଖରକୁ ଛୁଇଁଲା ଅଶାନ୍ତ ଜୁଆର

ଅହମ୍ମଦାବାଦ୍‌, ୧୩।୬: ବାତ୍ୟା ବାୟୁ ଗୁଜରାଟ ଉପକୂଳ ସୌରାଷ୍ଟ୍ରରେ ତାଣ୍ଡବ ରଚିଛି। ବାୟୁର ପ୍ରଭାବରେ ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଫଳରେ ଜୁଆର ସ୍ଥାନୀୟ ସୋମନାଥ ମନ୍ଦିରର ୧୫୫ ଉଚ୍ଚ ଶିଖରକୁ ଛୁଇଁଥିବା କୁହାଯାଉଛି। ପାହାଡ଼ ଉଚ୍ଚା ଜୁଆର...

ପଶ୍ଚିମବଙ୍ଗ ହିଂସାକୁ ନେଇ ରାଜ୍ୟପାଳ ଡାକିଲେ ସର୍ବଦଳୀୟ ବୈଠକ

କୋଲକାତା,୧୩।୬: ଲୋକ ସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ଲାଗି ରହିଥିବା ରାଜନୈତୀକ ହିଂସା ଥିମିବାର ନାଁ ନେଉନି। ଏହା ବେଳକୁ ବେଳ ଉଗ୍ର ହେଉଥିବାରୁ ରାଜ୍ୟପାଳ କେଶରି ନାଥ ତ୍ରିପାଠୀ ପ୍ରମୁଖ ରାଜନୈତୀକ ଦଳଙ୍କର ଏକ ବୈଠକ ଡକାଇଛନ୍ତି। ପତ୍ର...

ଭୋକିଲା ଗାଈ ଶବାଧାରରେ ସାମିଲ ହେଲେ ସାଧୁସନ୍ଥ

ଜୟପୁର, ୧୩।୬: ରାଜସ୍ଥାନ ବାରମେର ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଭୋକିଲା ଗାଈର ମୃତ୍ୟୁକୁ ବିରୋଧ ପ୍ରଦର୍ଶନ କରି ବହୁ ସାଧୁସନ୍ଥ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବାରମେର ଏବଂ ଜାସଲମେର ଜିଲାରେ ଘାସ ଚାରା ଅଭାବ ଥିବାରୁ ଗାଈ...

ସୋନିଆ-ପ୍ରିୟଙ୍କାଙ୍କ ହେଲିକପ୍ଟରକୁ ଉଡାଇବାକୁ ମନାକଲେ ପାଇଲଟ

ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନ ପରେ ପ୍ରଥମ ଥର ଲାଗି ରାୟବରେଲି ପହଞ୍ଚିଥିଲେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେଠାରେ ସେମାନେ ଭୋଟରଙ୍କୁ ଧନ୍ୟବାଦ ଦେବାକୁ ପହଞ୍ଚିଥିଲେ। ବୁଧବାର ଉଭୟେ କାର୍ଯ୍ୟକ୍ରମ...

ସୁଧୁରୁନି ପାକିସ୍ତାନ: ୧୧ ମାସରେ କଶ୍ମୀରରେ ବଡ଼ ଧରଣର ୪ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୩।୬: ପାକିସ୍ତାନ ଭାରତ ଉପରେ ଦାଉ ସାଧୁଛି। ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନ ପଟୁ କୌଣସି ଆନ୍ତରିକତା ନାହିଁ। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ ବାଲାକୋଟ୍‌ ଏୟାର ଷ୍ଟାଇକ୍‌ ପରେ ମଧ୍ୟ ପାକିସ୍ତାନ ସୁଧୁରି ପାରିନାହିଁ। ପୂର୍ବରୁ ପୁଲାଓ୍ବାମାରେ...