ଜାତୀୟ

ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି ପାଇଁ ମନା କଲେ କୋର୍ଟ

ଚେନ୍ନାଇ,୧୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି କରିବାକୁ ମାଡ୍ରାସ ହାଇକୋର୍ଟ ମନା କରି ଦେଇଛନ୍ତି। ପୂର୍ବରୁ ୨୨ ଅଗଷ୍ଟରେ ମାଡ୍ରାସ ହାଇକୋର୍ଟ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ୭ ଦୋଷୀଙ୍କ ମଧ୍ୟରୁ ନଳିନୀଙ୍କ…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୩ ଗିରଫ

ଶ୍ରୀନଗର,୧୨।୯: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ମିଳିତ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ୩ ଆତଙ୍କବାଦୀଙ୍କୁ ପଞ୍ଜାବ-ଜମ୍ମୁ-କଶ୍ମୀର ସୀମା ଲଖନପୁରଠାରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪ ଏକେ-୫୬, ୨ ଏକେ-୪୭, ୬ ମାଗାଜିନ୍‌, ୧୮୦ ରାଉଣ୍ଡ ଗୁଳି ଜବତ ହୋଇଥିବା କଠୁଆ…

ପ୍ରବଳ ବର୍ଷା: ରକ୍ଷା ପାଇବା ପାଇଁ ଲୋକେ ପାଳନ କଲେ ବେଙ୍ଗବେଙ୍ଗୁଲୀ ଛାଡ଼ପତ୍ର ପରମ୍ପରା

ଭୋପାଳ,୧୨।୯: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିରୁ ରକ୍ଷା ପାଇଁ ଲୋକେ ସ୍ଥାନୀୟ ଏକ ମନ୍ଦିରରେ ବେଙ୍ଗବେଙ୍ଗୁଲୀଙ୍କ ଛାଡ଼ପତ୍ର ପରମ୍ପରା ପାଳନ କରିଛନ୍ତି। ପୂର୍ବରୁ ଏଠାରେ ଜୁଲାଇ ୧୯ରେ ବର୍ଷା ଲାଗି ବେଙ୍ଗବେଙ୍ଗୁଲୀଙ୍କ ବାହାଘର ପରମ୍ପରା ପାଳନ କରାଯାଇଥିଲା। ବର୍ତ୍ତମାନସୁଦ୍ଧା…

ମୁମ୍ବାଇରେ ଗଣପତି ବିସର୍ଜନ ପାଇଁ ସୁରକ୍ଷାରେ ରହିବେ ୫୦ ହଜାରରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ

ମୁମ୍ବାଇ,୧୨।୯: ମହାରାଷ୍ଟ୍ରରେ ସବୁଠାରୁ ବଡ ପର୍ବ ଗଣେଶ ପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ୧୦ ଦିନ ପରେ ଏଠାରେ ବିଘ୍ନବିନାଶକଙ୍କୁ ବିସର୍ଜନ କରାଯାଇଥାଏ। ବୁଧବାରଠାରୁ ଏହା ଆରମ୍ଭ କରାଯାଇଛି। ଏହାପାଇଁ ମୁମ୍ବାଇ ପୋଲିସ ଓ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର…

ନିଜର ଶ୍ରାଦ୍ଧକର୍ମ ସମୟରେ ଘରକୁ ଫେରିଲେ ବ୍ୟକ୍ତି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୧୨।୯: ବିହାର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ମନେକରି ପରିବାର ସଦସ୍ୟ ଶ୍ରାଦ୍ଧକର୍ମ କରୁଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏହି ସମୟରେ ଘରକୁ ବାହୁଡ଼ିଛନ୍ତି। ସ୍ଥାନୀୟ ମୁଶହରି ଥାନା ଅନ୍ତର୍ଗତ…

ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ ଥେରାପି ଦିଆଯାଉଛି। ଫଳରେ ଏମାନଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ ଏମାନେ ଅଧିକ ପରିମାଣରେ…

ଅମେଠି-ରାୟବରେଲିର ୫ ରେଳ ଷ୍ଟେଶନରେ ମିଳିବ ଓ୍ବାଇ ଫାଇ ସୁବିଧା

ଅମେଠି,୧୨।୯:କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଅମେଠି-ରାୟବରେଲିର ୫ଟି ରେଳ ଷ୍ଟେଶନରେ ଓ୍ବାଇ ଫାଇ ସୁବିଧାର ଶୁଭାରମ୍ଭ କରିଛନ୍ତି। ବୁଧବାର ଇରାନି ସେଠାକୁ ତାଙ୍କର ଦୁଇ ଦିବସୀୟ ଗସ୍ତରେ ଯିବା ସମୟରେ ଏହି ଘୋଷଣା କରିଛନ୍ତି। ଏହି ସମୟରେ ସେ ଅମେଠି-ରାୟବରେଲି ରେଳଖଣ୍ଡର ୫୫୦…

ଲଦାଖରେ ପୁଣି ଭାରତୀୟ ଯବାନ-ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୧୨।୯: ଲଦାଖରେ ପୁଣିଥରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ପୋଙ୍ଗା ହ୍ରଦର ଉତ୍ତର ପାର୍ଶ୍ୱରେ ଭାରତୀୟ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ଚାଇନା ସୈନ୍ୟଙ୍କ ସହିତ ସେମାନେ ମୁହାଁମୁହିଁ ହୋଇଥିଲେ। ଏନେଇ ଦୁଇପକ୍ଷଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା

ଓ୍ବାଶିଂଟନ,୧୨।୯: ଭାରତର ଚନ୍ଦ୍ରୟାନ-୨ ମିଶନ ୯୫ ପ୍ରତିଶତ ସଫଳ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଇସ୍ରୋ ଚିହ୍ନଟ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁନି। ସେଥି ପାଇଁ ଇସ୍ରୋ ନାସାର ସହାୟତା ଲୋଡ଼ିଛି। ନାସା ବିକ୍ରମ ଲ୍ୟାଣ୍ଡର ପାଖକୁ ‘ହେଲୋ’( ହେଲୋ…

ଫାରୁକ୍‌ଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟ ଗଲେ ଭାଇକୋ

ନୂଆଦିଲ୍ଲୀ,୧୨ା୯(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ମୁକ୍ତ କରିବା ପାଇଁ ବୁଧବାର ରାଜ୍ୟ ସଭା ସଦସ୍ୟ ତଥା ଏମ୍‌ଡିଏମ୍‌କେ ଅଧ୍ୟକ୍ଷ ଭାଇକୋ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ଓ…

ଶପଥ ନେଲେ ହିମାଚଳ ରାଜ୍ୟପାଳ

ଶିମ୍‌ଲା,୧୨ା୯(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ବୁଧବାର ହିମାଚଳ ପ୍ରଦେଶର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଧରମଚାନ୍ଦ୍‌ ଚୌଧରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ୭୨ ବର୍ଷୀୟ ଦତ୍ତାତ୍ରେୟ…

ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ନୂଆଦିଲ୍ଲୀ,୧୨ା୯(ଆଇଏଏନ୍‌ଏସ୍‌): ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ(ଡିଆର୍‌ଡି) ବୁଧବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର (ଏମ୍‌ପିଏଟିଜିଏମ୍‌) ସଫଳତାର ସହ ପରୀକ୍ଷା କରିଛି। ଆନ୍ଧ୍ରପ୍ରଦେଶର କୁର୍ନୁଲଠାରେ ପରୀକ୍ଷା କରାଯାଇଥିବା ଏହି ତୃତୀୟ ପିଢ଼ିର କ୍ଷେପଣାସ୍ତ୍ର ଯଥେଷ୍ଟ ହାଲୁକା ହୋଇଥିବାରୁ ଜଣେ ବ୍ୟକ୍ତି ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?