ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଆବେଦନ: ଶୁଣାଣି ଅକ୍ଟୋବର ୧ରୁ; ଗଠନ ହେଲା ସାମ୍ବିଧାନିକ ପୀଠ

ନୂଆଦିଲ୍ଲୀ,୨୮।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ଅକ୍ଟୋବର ୧ରୁ ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେବ। ଏନେଇ ସାମ୍ବିଧାନିକ ପୀଠ ଗଠନ କରାଯାଇଛି। ବିଚାରପତି ଏନ୍‌.ବି. ରମଣାଙ୍କ ନେତୃତ୍ୱରେ ବିଚାରପତି ସଞ୍ଜୟ କିଶନ କୋଲ୍‌, ବିଚାରପତି ଆର୍‌. ସୁଭାଷ ରେଡ୍ଡୀ,…

ସେଓ ଟ୍ରକ୍‌ରେ ଲୁଚି ଜମ୍ମୁରୁ ଦିଲ୍ଲୀ ଆସୁଥିବା ଆତଙ୍କବାଦୀ ପୋଲିସ ହାତରେ ଧରାପଡ଼ିଲେ

ଶ୍ରୀନଗର,୨୮।୯: ଏକ ସେଓ ଟ୍ରକ୍‌ରେ ଲୁଚି ଜମ୍ମୁରୁ ଦିଲ୍ଲୀ ଆସୁଥିବା ଜଣେ ସନ୍ଦିଗ୍ଧ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ପୋଲିସ ହାତରେ ଧରାପଡ଼ିଛନ୍ତି। ହରିୟାଣାର ଅମ୍ବାଲାଠାରେ ଚେକିଂ ସମୟରେ ଆତଙ୍କବାଦୀଙ୍କୁ ଗିରଫ କରି ଜମ୍ମୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ଆମ୍ବାଲା ପୋଲିସକୁ ଗୋଇନ୍ଦା ସୂତ୍ରରୁ…

ଗାନ୍ଦରବଲ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର ଗାନ୍ଦରବଲରେ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ନାରାନାଦ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଘେରାବନ୍ଦୀ ଆରମ୍ଭ କରିଥିଲେ। ସର୍ଚ୍ଚଅପରେଶନ କରାଯାଇ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା।…

ଆହତଙ୍କୁ ମୃତ ଭାବି ଡାକ୍ତରଖାନା ନେଲା ପୋଲିସ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭିଣ୍ଡ୍‌ ପୋଲିସର ଗୁରୁତର ଅବହେଳା ଶନିବାର ସାମ୍ନାକୁ ଆସିଛି। ଆହତ ବ୍ୟକ୍ତିଙ୍କୁ ମୃତ ଭାବି ପୋଲିସ ହସ୍ପିଟାଲକୁ ନେଇଥିବା ବେଳେ ତାଙ୍କୁ ଜୀବିତ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ଡାକ୍ତର। ସୂଚନାଯୋଗ୍ୟ, ଏକ ଅଜ୍ଞାତ ଗାଡି ବାଇକ୍‌କୁ ଧକ୍କା ଦେଇଥିଲା।…

ତ୍ରିପୁରାରେ ବଳି ବନ୍ଦ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଅଗରତଲା,୨୮।୯: ଜୀବିତ ରହିବା ପ୍ରତି ପ୍ରାଣୀଙ୍କର ମୌଳିକ ଅଧିକାର। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଏନେଇ ତ୍ରିପୁରା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଅନ୍ତର୍ଗତ ଏଣିକି ରାଜ୍ୟରେ ପ୍ରଚଳିତ ପ୍ରରମ୍ପରା ଅନୁସାରେ କୌଣସି ବଳି ଦିଆ ଯାଇପାରିବ ନାହିଁ…

ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧି ସ୍କୁଲ ଆସନ୍ତି ଛାତ୍ର

ଭୋପାଳ,୨୮।୯: ମଧ୍ୟପ୍ରଦେଶ ନରସିଂହପୁର ଜିଲାରେ ଏକ ସରକାରୀ ମାଧ୍ୟମିକ ବାଳକ ବିଦ୍ୟାଳୟରେ ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧି ଛାତ୍ରମାନେ ଆସିଥାନ୍ତି। ସ୍କୁଲରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ ପ୍ରାର୍ଥନାରେ ଗାନ କରାଯାଇଥାଏ। ସ୍ଥାନୀୟ ସିଂହପୁର ବଡ଼ା…

ଅସ୍ଥାୟୀ ଭାବେ ବନ୍ଦ ହେଲା ନେହେରୁ ପ୍ରାଣୀ ଉଦ୍ୟାନ

ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦରେ ଲଗାଣ ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ମିର ଆଲମ ଟ୍ୟାଙ୍କରେ ପାଣି ଭର୍ତ୍ତି ହୋଇଯିବାରୁ ସହରର ରାସ୍ତାଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଟ୍ୟାଙ୍କରେ ଭର୍ତ୍ତି ହୋଇ ଉଛୁଳୁଥିବା ସବୁ…

ଶତାଦ୍ଦୀ ଏକ୍ସପ୍ରେସରେ ବୋମା ଆତଙ୍କ

ମଥୁରା,୨୮।୯: ରାଜଧାନୀ ଦିଲ୍ଲୀରୁ ଭୋପାଳ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ୍‌ ଟ୍ରେନରେ ଶନିବାର ବୋମା ଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ଉକ୍ତ ଟ୍ରେନଟିକୁ ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ କିଛି ସମୟ…

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ

ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ରାଜ୍ୟରେ ବର୍ଷା ବିତ୍ପାତ ଦେଖାଦେଇଛି। ରାସ୍ତାଘାଟରେ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଘର ଗୁଡିକରେ ପାଣିପଶିଯାଇଛି। ଫଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ମାଟି ଓ ଚାଳ ଘରଗୁଡ଼ିକ ବର୍ଷା…

ଆଇଏନ୍‌ଏସ୍‌ ଖଣ୍ଡେରୀ ନୌସେନାରେ ସାମିଲ୍‌: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି; ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଦିଆଯିବ ଉଚିତ ଜବାବ

ମୁମ୍ବାଇ,୨୮।୯: ଆଇଏନ୍‌ଏସ୍‌ ଖଣ୍ଡେରୀକୁ ଭାରତୀୟ ନୌସେନାରେ ସାମିଲ୍‌ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଖଣ୍ଡେରୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁମ୍ବାଇଠାରେ ନୌସେନାରେ ସାମିଲ୍‌ କରିଛନ୍ତି। ସମୁଦ୍ରରେ ଗଭୀର ପାଣି ତଳେ ୧୨ ହଜାର…

ଜଳାତଙ୍କକୁ ରୋକିବ ପ୍ରତିଷେଧକ ବ୍ୟବସ୍ଥା

ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ଲିସା ଭାଇରସ୍‌ ନାମକ ଏକ ଭୂତାଣୁ ର଼୍ୟାବିଜ୍‌ ରୋଗ କରିଥାଏ। ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଦ୍ୱାରା ଏହି ରୋଗକୁ ରୋକାଯାଇପାରିବ। କୁକୁର, ବିଲେଇ ଆଦି…

୯୦ ବର୍ଷରେ ପାଦ ଦେଲେ ଲତା ମଙ୍ଗେସକର

ମୁମ୍ବାଇ,୨୮।୯: କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଶନିବାର ୯୦ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରଠାରୋ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ ଲତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ସେହିବର୍ଷାଂରୁ ସେ ଗୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?