ଜାତୀୟ

ପାକିସ୍ତାନ ରୁଟ ଦେଇ ଯିବନାହିଁ ମୋଦିଙ୍କ ବିମାନ

ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ରାସ୍ତାରୁ କିର୍ଗିଜ୍‌ସ୍ତାନ ଯିବ ନାହିଁ। ଭିଭିଆଇପି ବିମାନ ଓମାନ, ଇରାନ ଓ ମଧ୍ୟ ଏସିଆ ଦେଶ ଦେଇ କିର୍ଗିଜ୍‌ସ୍ତାନର ବିଶକେକ ଯିବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଜୁନ ୧୩ ଓ୧୪କୁ…

ରାହୁଲଙ୍କ ବିକଳ୍ପ: କାର୍ଯ୍ୟକାରୀ ଅଧ୍ୟକ୍ଷ ପାଇଁ ଦୌଡ଼ରେ ୪ ସଦସ୍ୟ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ନେଇ ଅଡ଼ି ବସିଛନ୍ତି। ତେବେ ରାହୁଲଙ୍କ ବିକଳ୍ପ ଭାବେ କାହାକୁ ଚୟନ କରାଯିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତୃତ୍ୱ। ତେବେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ…

୮ ମହଲାରୁ ୨ଟି ପୋଷା କୁକୁର ଛୁଆକୁ ଫୋପାଡି ମାଲିକ ଗିରଫ

ଗୁରୁଗ୍ରାମ, ୧୨।୬: ୮ ମହଲାରୁ ୨ଟି ପୋଷା କୁକୁର ଛୁଆକୁ ଫୋପାଡି ଗିରଫ ହୋଇଛନ୍ତି ମାଲିକ। ଦିଲ୍ଲୀର ଗୁରୁଗ୍ରାମରେ ଏଭଳି ଘଟଣା ଘଟିଛି। ସେକ୍ଟର ୬୫ରେ ରହୁଥିବା ଅଜହର ଅବଦୁଲ ହୁସେନ ନିଜର ଦୁଇଟି ପୋଷା କୁକୁର ଛୁଆକୁ ୮ ମହଲା…

ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶ ଅଖିଳେଶ ଯାଦବଙ୍କ ସରକାରରେ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରହିଛି। ତାଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଥିଲା। ଅମେଠି ବିକାଶ କଲୋନୀସ୍ଥିତ ତାଙ୍କ ବାସଭବନରେ…

ପାକିସ୍ତାନ ଧୂଳିଝଡ଼ ଭାରତ ମୁହାଁ: ଉତ୍ତର ଭାରତରେ ଆଲର୍ଟ ଜାରି

ଇସଲାମାବାଦ୍‌/ନୂଆଦିଲ୍ଲୀ,୧୨।୬: ପାକିସ୍ତାନ ଏବଂ ଆଫଗାନୀସ୍ତାନରୁ ଧୂଳିଝଡ଼ ଭାରତ ମୁହାଁ ହୋଇଛି। ଏହା ବୁଧବାର ଅପରାହ୍ନ ସୁଦ୍ଧା ଉତ୍ତରଭାରତରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ଉତ୍ତରଭାରତରେ ଆଲର୍ଟ ଜାରି ହୋଇଛି। ଧୂଳିଝଡ଼ ଯୋଗୁ ଆଗାମୀ ୨-୩ଦିନ ପ୍ରଭାବିତ…

ଡରାଉଛି ବାତ୍ୟା ‘ବାୟୁ’: ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଗାନ୍ଧୀନଗର, ୧୨।୬: ଧିରେ ଧିରେ ଭୟଙ୍କର ରୂପ ନେଉଛି ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବସାଗରରୁ ସୃଷ୍ଟ ଲଘୁଚାପ ଧିରେ ଧିରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି। ଜୁନ ୧୩ ତାରିଖ ସକାଳେ ଏହା ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି…

‘ଚନ୍ଦ୍ରଯାନ-୨’ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ହାଇଦ୍ରାବାଦ୍‌, ୧୨।୬: ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ। ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପଠାଇବ। ଏହା ପୂର୍ବରୁ ମଡ୍ୟୁଲ୍ସଗୁଡିକର ପ୍ରଥମ ଚିତ୍ର ବୁଧବାର…

୨୦୧୮ରେ ଆସିଛି ଅଧିକ ସାମୁଦ୍ରିକ ଝଡ଼: ୭ ବାତ୍ୟା ନେଇଛି ୩ଶହ ୪୩ ଜୀବନ

ନୂଆଦିଲ୍ଲୀ,୧୨।୬: ଦେଶରେ ୧୯୬୭ଠାରୁ ବର୍ତ୍ତମାନ ସୁଦ୍ଧା ୫୨ ବର୍ଷ ମଧ୍ୟରେ ୧୨୧ ସାମୁଦ୍ରିକ ଝଡ଼ ଆସିଛି। ସେଥିମଧ୍ୟରୁ ୨୦୧୮ରେ ଅଧିକ ଝଡ଼ ହୋଇଛି। ଏଥିରେ ୩ ଶହ୪୩ ଲୋକଙ୍କ ମୃତ୍ୟୁ ଘଟିଥିବା ଭାରତୀୟ ପରିସଂଖ୍ୟାନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ…

ବିହାରରେ ଜାପାନୀ ଜ୍ୱର ଆତଙ୍କ: ଗଲାଣି ୩୧ ଶିଶୁଙ୍କ ଜୀବନ

ପାଟନା, ୧୨।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ଆତଙ୍କ ସୃଷ୍ଟି କରିଛି। ଏଥିରେ ଆକ୍ରାନ୍ତ ହୋଇ ୩୧ ଶିଶୁ ପ୍ରାଣ ହରାଇଲେଣି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଛି। ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲରେ ମୋଟ…

ପ୍ରଧାମମନ୍ତ୍ରୀ ମୋଦିଙ୍କୁ ଆଶ୍ୱାସନା ଦେଇ ଟ୍ରୋଲ ହେଲେ ହାର୍ଦ୍ଦିକ

ଅହମ୍ମଦାବାଦ୍‌, ୧୨।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ନିଖୋଜ ବିମାନ ଏନ-୩୨ ଆଠ ଦିନ ପରେ ଠାବ ହୋଇଛି। ମଙ୍ଗଳବାର ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲାର ପେୟୁମ ସାର୍କିଲରେ…

ସ୍ପାଇସ୍‌ ଜେଟ୍‌ ବିମାନର ଜରୁରୀକାଳୀନ ଅବତରଣ: ରନ୍‌ଓ୍ବେରେ ଫାଟିଲା ଟାୟାର

ଜୟପୁର, ୧୨।୬: ରାଜସ୍ଥାନ ଜୟପୁର ବିମାନ ବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦୁବାଇ-ଜୟପୁର ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନ ଜରୁରୀକାଳୀନ ଅବତରଣ କରିଛି। ଅବତରଣ ସମୟରେ ରନ୍‌ ଓ୍ବେରେ ଏସ୍‌ଜି-୫୮ ବିମାନର ଟାୟାର ଫାଟିଯାଇଥିବା ବମାନ ବନ୍ଦର କର୍ତ୍ତୃପକ୍ଷ…

ପଶ୍ଚିମବଙ୍ଗରେ ଥମୁନି ହିଂସା: ପୁଣି ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ମିଳିଲା

କୋଲକାତା, ୧୨।୬: ପଶ୍ଚିମବଙ୍ଗରେ ଥମୁନି ହିଂସା। ବୁଧବାର ମାଳଦାରେ ଦୁଇଦିନ ହେଲା ନିଖୋଜ ଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଭାଜପା କାର୍ଯ୍ୟକର୍ତ୍ତାମାନେ ଘଟଣାକୁ ବିରୋଧ ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri