ସୁଶୀଲ ମୋଦିଙ୍କ ଅଜବ ଯୁକ୍ତି: ଶ୍ରାବଣ-ଭାଦ୍ରବ ମାସରେ ଦେଖାଦିଏ ଆର୍ଥିକ ମାନ୍ଦାବସ୍ଥା
ପାଟଣା,୨।୯: : ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଦେଶରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅଜବ ମତ ଦେଇଛନ୍ତି। ସେ ଟୁଇଟରେ କହିଛନ୍ତି, ଶ୍ରାବଣ-ଭାଦ୍ରବ ମାସରେ ଦେଶରେ ମାନ୍ଦାବସ୍ଥା ଦେଖାଯାଇଥାଏ। ଏହି ଦୁଇମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ କୌଣସି ନୂଆ କାମ ଆରମ୍ଭ…
ଚନ୍ଦ୍ରୟାନ-୨ରୁ ଅଲଗା ହେଲା ବିକ୍ରମ ଲ୍ୟାଣ୍ଡର
ବେଙ୍ଗାଲୁରୁ,୨।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋର)ର ବୈଜ୍ଞାନିକ ସୋମବାର ଅର୍ଥାତ ସେପ୍ଟେମ୍ବର ୨ ଦିନ ପ୍ରାୟ ୧ଟା ୩୦ରେ ଚନ୍ଦ୍ରୟାନ-୨ର ଅର୍ବିଟରରୁ ବିକ୍ରମ ଲ୍ୟାଣ୍ଡରକୁ ଅଲଗା କରିଦେଇଛନ୍ତି। ଆସନ୍ତା ୨୦ ଘଣ୍ଟା ପର୍ଯ୍ୟନ୍ତ ଏହା ନିଜ କକ୍ଷପଥ ପଛେପଛେ ୨ କିଲୋମିଟର…
ସିଦ୍ଧିବିନାୟକଙ୍କୁ ପୂଜାର୍ଚ୍ଚନା କଲେ ଅମିତ ଶାହ
ମୁମ୍ବାଇ,୨।୯: ମାୟାନଗରୀ ମୁମ୍ବାଇରେ ଧୂମଧାମରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ। ଏହି ଅବସରରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସିଦ୍ଧିବିନାୟକଙ୍କ ଦର୍ଶନ କରି ଆଳତି କରିଥିଲେ।…
ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ପଡିଗଲେ ଦୁଇ କୃଷକ
ହାଇଦ୍ରାବାଦ୍,୨।୯: ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ଦୁଇ କୃଷକ ପଡୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ନିଜ ପୈତୃକ ଜମିକୁ ଅନ୍ୟ ଜଣକ ହାତରେ ଟେକି ଦିଆଯିବାକୁ ନେଇ ରଙ୍ଗା ରେଡ୍ଡୀ ଜିଲାର ଦୁଇ…
ଚାଷୀଙ୍କ ପାଇଁ ୪ହଜାର ୭ଶହ ୫୦ କୋଟିର ପ୍ୟାକେଜ ଘୋଷଣା କଲେ ହରିୟାଣା ସରକାର
ଭିଓ୍ବଣ୍ଡି,୨।୯: ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଚାଷୀଙ୍କ ଲାଗି ୪ହଜାର ୭ଶହ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହି ଘୋଷଣା କରିଛନ୍ତି। ଆହୁରି ମଧ୍ୟ ଋଣ ନେଇଥିବା…
ଉନ୍ନାଓ ପୀଡିତାଙ୍କ ବୟାନ ରେକର୍ଡ କଲା ସିବିଆଇ
ନୂଆଦିଲ୍ଲୀ,୨।୯: ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଚିକିତ୍ସାଧିନ ଥିବା ଉନ୍ନାଓ ବଳାତ୍କାର ପୀତାଙ୍କ ବୟାନ ସିବିଆଇ ରେକର୍ଡ କରିଥିବା ସୂଚନା ମିଳିଛି। ଗୁରୁତର ଥିବା ପୀଡିତା ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କୁ ସାଧାରଣ ଓ୍ବାର୍ଡକୁ…
ବାୟୁସେନା ମୁଖ୍ୟଙ୍କ ସହ ମିଗ୍-୨୧ ଉଡାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନାର ଚିଫ୍ ମାର୍ଶଲ ବିଏସ୍ ଧନଓ୍ବାଙ୍କ ସହ ମିଶି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସୋମବାର ପ୍ରଥମ ଥର ଲାଗି ମିଗ୍-୨୧ ବିମାନ ଉଡାଇଛନ୍ତି। ଗତ ଫେବୃୟାରୀ ୨୭ରେ ପାକିସ୍ତାନର ବାଲାକୋଟ ଆକ୍ରମଣ ପରଠାରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ…
ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡକୁ ନେଇ ପୁଣି ହେଲା ଚର୍ଚ୍ଚା: ଆଗରେ ଜ୍ୟୋତିରାଦିତ୍ୟ
ଭୋପାଳ,୨।୯: ବେଶ୍ କିଛି ମାସ ହେବ ଲୋକ ସଭା ନିର୍ବାଚନ ସରିଥିଲେ ମଧ୍ୟ କଂଗ୍ରେସ ଏପର୍ଯ୍ୟନ୍ତ ଯେମିତି ଏଥିରୁ ବାହାରି ପାରି ନାହିଁ। କାରଣ ଏପର୍ଯ୍ୟନ୍ତ ଦଳ ମଧ୍ୟରେ ଲାଗି ରହିଥିବା ସମସ୍ୟା ଗୁଡିକ ସମାଧାନ ହୋଇ ପାରୁନାହିଁ। ଦଳ ଏପର୍ଯ୍ୟନ୍ତ…
ସାଙ୍ଗରେ ଛୁରୀ ନେଇ ସଂସଦରେ ପହଞ୍ଚିଲେ ରାମ ରହିମଙ୍କ ସମର୍ଥକ
ନୂଆଦିଲ୍ଲୀ,୨।୯: ଦିଲ୍ଲୀ ସଂସଦ ଭବନରେ ସୋମବାର ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି। ଯୁବକ ଜଣକ ସାଙ୍ଗରେ ଛୁରୀ ଧରି ରାମ ରହିମଙ୍କ ନାରା ଦେଇ ସଂସଦରେ ପଶିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ପରିସରରେ ଥିବା ସୁରକ୍ଷାକର୍ମୀ ତାଙ୍କୁ…
ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା
ନୂଆଦିଲ୍ଲୀ,୨।୯: ଜମ୍ମୁ–କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବେଳକୁ ବେଳ ଅଶାନ୍ତି ବଢିବାରେ ଲାଗିଛି। ତେବେ ପାକିସ୍ତାନର କ୍ରୁର ପ୍ରକୃତିକୁ ଦେଖି ଏହାର କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ। ଏନେଇ ଭାରତ ଏବେ ସୀମାରେ ଇଣ୍ଟିଗ୍ରେଟେଡ ବ୍ୟାଟେଲ…
୧୦ ହଜାର ପଇସା କେତେ ଟଙ୍କା: ଉତ୍ତର ଦେଇପାରିଲେନି ଗଣିତ ଶିକ୍ଷୟିତ୍ରୀ
ମୁମ୍ବାଇ,୨।୯: ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’ ଏହାର ଟିଆର୍ପିକୁ ନେଇ ବେଶ୍ ପରିଚିତ। କାରଣ ଏହା ଏକ ଲୋପକ୍ରିୟ ଶୋ’। ନିକଟରେ ଅଗଷ୍ଟ ୩୦ରେ ଏଥିରେ ଭାଗ ନେଇଥିଲେ ଜଣେ ଗଣିତ ଶିକ୍ଷୟିତ୍ରୀ। ଗ୍ରେଟର ନଏଡାର…
ଏଥର ପୂଜା ପାଇଲେ ସୁନା ଗଣେଶ
ମୁମ୍ବାଇ,୨।୯: ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଖୁବ୍ ଧୁମ୍ଧାମରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ମଣ୍ଡପରେ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ। ଏଥର ମୁଟୁଙ୍ଗାରେ ଜିଏସ୍ବି ସେବା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ସୁନାର ଗଣେଶ…
Archives


