ଜଳାତଙ୍କକୁ ରୋକିବ ପ୍ରତିଷେଧକ ବ୍ୟବସ୍ଥା

ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ଲିସା ଭାଇରସ୍‌ ନାମକ ଏକ ଭୂତାଣୁ ର଼୍ୟାବିଜ୍‌ ରୋଗ କରିଥାଏ। ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଦ୍ୱାରା ଏହି ରୋଗକୁ ରୋକାଯାଇପାରିବ। କୁକୁର, ବିଲେଇ ଆଦି ଗୃହପାଳିତ ପ୍ରାଣୀ ତଥା ନେଉଳ, ବିଲୁଆ ଆଦି ବନ୍ୟଜନ୍ତୁ ଏହି ରୋଗର ବାହକ। ଆମ ଦେଶରେ ଜଳାତଙ୍କ ରୋଗର ୯୫ ପ୍ରତିଶତ କୁକୁର କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ରୋଗର ଅନ୍ୟ ନାମ ହେଉଛି ଜଳାତଙ୍କ (ଜଳ+ଆତଙ୍କ) ବା ହାଇଡ୍ରୋଫୋବିଆ। ସାଧାରଣତଃ ଲକ୍ଷଣ ପ୍ରକାଶ ପାଇବାର ୭ରୁ ୧୦ ଦିନ ମଧ୍ୟରେ ରୋଗୀର ମୃତ୍ୟୁ ଘଟେ।
ରୋଗ ସୃକାରୀ ଭୂତାଣୁ ସୁସ୍ଥ ପ୍ରାଣୀ/ମନୁଷ୍ୟର ଶରୀରରେ ପ୍ରବେଶ କରିବାର ୩ରୁ ୮ ସପ୍ତାହ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। କେତେକ କ୍ଷେତ୍ରରେ ଏହି ସମୟ ସୀମା ଅତ୍ୟନ୍ତ ଦୀର୍ଘ ହୋଇ ୨୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ପ୍ରାରମ୍ଭିକ ଅବସ୍ଥାରେ କାମୁଡ଼ା ସ୍ଥାନ ପୋଡାଜଳା କରେ ଓ ଯନ୍ତ୍ରଣା ଅନୁଭୂତ ହୁଏ। କ୍ରମଶଃ ଶରୀରର ତାପମାତ୍ରା ବୃଦ୍ଧି, ମୁଣ୍ଡବ୍ୟଥା, କ୍ଷୁଧାହୀନତା, ଗିଳିବାରେ ଅସୁବିଧା, ଦ୍ୱନ୍ଦ୍ୱ ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ଆଦି ଲକ୍ଷଣ ଦେଖାଯାଏ। ମାନସିକ ଭାରସାମ୍ୟ ହରାଇବା ସଙ୍ଗେ ସଙ୍ଗେ ରୋଗୀ ଅତ୍ୟଧିକ ଉତ୍ତେଜିତ ଓ ହିଂସ୍ର ହୋଇପଡ଼େ। ରୋଗୀ ପାଣି ପିଇବାରେ ବହୁତ କଷ୍ଟ ଅନୁଭବ କରେ, ଏପରି କି ପାଣି ଦେଖିଲେ ଭୟଭୀତ ହୋଇପଡେ। ତେଣୁ ପ୍ରତିକାର ନିମନ୍ତେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେଇ ୩ ମାସ ଓ ତଦୁର୍ଦ୍ଧ୍ୱ ବୟସର କୁକୁରମାନଙ୍କୁ ନିୟମିତ ଭାବରେ ଟିକାକରଣ କରିବା ଆବଶ୍ୟକ। ର଼୍ୟାବିଜ୍‌ ଆକ୍ରାନ୍ତ ପ୍ରାଣୀର ଦୁଗ୍ଧ ମାଧ୍ୟମରେ ସଂକ୍ରମଣର ସମ୍ଭାବନା ଥିବାରୁ ଦୁଗ୍ଧକୁ ଫୁଟାଇ ବ୍ୟବହାର କରିବା ଉଚିତ। ଦୁଗ୍ଧ ଦୁହୁଁଥିବା ବ୍ୟକ୍ତିକୁ ସଂକ୍ରମଣର ସମ୍ଭାବନା ଥିବାରୁ ସେ ବ୍ୟକ୍ତି ପ୍ରତିଷେଧକ ଟିକା ନେବା ଆବଶ୍ୟକ। କୌଣସି ବ୍ୟକ୍ତି ବା ଗୃହପାଳିତ ପ୍ରାଣୀ, କୁକୁର ଅଥବା ବନ୍ୟଜନ୍ତୁ କାମୁଡ଼ା/ରାମ୍ପୁଡ଼ାର ଶିକାର ହେଲେ ତତ୍‌କ୍ଷଣାତ୍‌ କ୍ଷତ ସ୍ଥାନକୁ ସାବୁନ ପାଣିରେ ଅନୂ୍ୟନ ୧୫ ମିନିଟ୍‌ ଯାଏ ଧୋଇବା ଆବଶ୍ୟକ। କାମୁଡ଼ା ବା ରାମ୍ପୁଡ଼ା ଦ୍ୱାରା କ୍ଷତ ସୃଷ୍ଟି ହେବାଠାରୁ ୨୪ ଘଣ୍ଟା ମଧ୍ୟରେ ର଼୍ୟାବିଜ୍‌ ପ୍ରତିଷେଧକ ଟିକାର ପ୍ରଥମ ମାତ୍ରା ଦିଆଯିବା ଅତ୍ୟନ୍ତ ଜରୁରୀ। ପ୍ରଥମ ମାତ୍ରା ଟିକା ଦେବାର ଦିନକୁ ୦(ଶୂନ୍ୟ) ଦିନ ଧାର୍ଯ୍ୟ କରି ଯଥାକ୍ରମେ ୦, ୩, ୭, ୧୪ ଓ ୨୮ ଦିନରେ ଟିକା ଦେବା ଉଚିତ। କ୍ଷତ ଗଭୀର ଓ ମସ୍ତିଷ୍କର ନିକଟତର ହୋଇଥିଲେ ନିୟମିତ ଟିକା ସହିତ ଜଳାତଙ୍କ ପ୍ରତିପିଣ୍ଡ ବା ରେବିଜ୍‌ ଇମ୍ମୁନୋଗ୍ଲୋବୁଲିନ ଦିଆଯାଇଥାଏ। ସମ୍ପ୍ରତି ମଣିଷଙ୍କୁ ଅନ୍ତଃଚର୍ମ ଉପାୟରେ ୦, ୩, ୭ ଏବଂ ୨୮ ଦିନରେ ପ୍ରତିଷେଧକ ଟିକା ଦିଆଯାଉଛି। ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ି ମାଧ୍ୟମରେ ଜଳାତଙ୍କର ଚିକିତ୍ସା ସମ୍ଭବ ନୁହେଁ। ଏଣୁ ଡାକ୍ତରୀ ପରାମର୍ଶ କ୍ରମେ ପ୍ରତିଷେଧକ ଟିକାର ସମ୍ପୂର୍ଣ୍ଣ ମାତ୍ରା ନେବା ସର୍ବାଦୌ ବାଞ୍ଚନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri