ଜାତୀୟ

ପୋଲିସକୁ ଦେଖି ଅପହରଣକାରୀ ନିଜକୁ ମାରିଲେ ଗୁଳି

ପ୍ରୟାଗରାଜ, ୨୨।୫: ଉତ୍ତର ପ୍ରଦେଶର ପ୍ରୟାଗରାଜ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମଙ୍ଗଳବାର ଜଣେ ଠିକାଦାରଙ୍କୁ ପୁଅକୁ ଅପହରଣ କରିନେଇଥିବା ଜଣେ ଅପହରଣକାରୀ ପୋଲିସକୁ ଦେଖି ଭୟରେ ନିଜକୁ ଗୁଳି ମାରିଛନ୍ତି। ସୂଚନାଯୋଗ୍ୟ, ଅଲ୍ଲାପୁରରେ ରହୁଥିବା ରଣବୀର ସିଂହଙ୍କ ଜଣେ ଠିକାଦାର।…

ଜମ୍ମୁ-କଶ୍ମୀରରେ ଆଇଇଡି ବିସ୍ଫୋରଣ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୨୨।୫: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଆଇଇଡି ବିସ୍ଫୋରଣରେ ବୁଧବାର ଜଣେ ଜବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ମେଣ୍ଢର ଅଞ୍ଚଳରେ ଏଭଳି ହୋଇଥିବା ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ପ୍ରକାଶ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି।

ମହଙ୍ଗା ପଡିଲା ମନ୍ତବ୍ୟ: ସିଦ୍ଧୁଙ୍କ ବିରୋଧରେ ବାହାରିଲେ ୬ ମନ୍ତ୍ରୀ

ଜଳନ୍ଧର, ୨୨।୫:  ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ଏହି ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ  ମନ୍ତ୍ରୀ ଥିବା ସିଦ୍ଧୁଙ୍କ ଅଡୁଆ ପୁଣି ବଢିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ…

ରାଜୀବ କୁମାରଙ୍କ ବଢିଲା ଚିନ୍ତା: ଜାମିନ ପାଇଁ ଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ସମ୍ପୃକ୍ତ ଥିବା କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ ଓକିଲ ଆନ୍ଦୋଳନ ଚାଲିଥିବାବେଳେ ସ୍ବତନ୍ତ୍ର ଖଣ୍ଡପୀଠରେ ଏନେଇ ଶୁଣାଣି ଲାଗି ଅଦାଲତ ମନାକରିଦେବାରୁ ଆଗୁଆ ଜାମିନ…

କ୍ଷମତା ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଅଙ୍କକଷା: ୨୦୦୪ ଏବଂ ୨୦୦୯ରେ ଏକ୍‌ଜିଟ୍‌ ପୋଲ୍‌ ହୋଇଥିଲା ଭୁଲ୍‌

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା। କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଆରମ୍ଭ ହୋଇଛି ଅଙ୍କକଷା।…

୫ ଲକ୍ଷ ଫଲୋଅର୍ସ ଥିବା ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୨।୫: ଦିଲ୍ଲୀର ନଜଫଗଡରେ ଜଣେ ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ମୃତକଙ୍କ ଜଣଙ୍କ ହେଲେ ମୋହିତ। ପେଶାରେ ସେ ଜଣେ ଜିମ୍‌ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥିବା ମୋହିତଙ୍କ ଟିକ୍‌ଟକ୍‌…

କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିର୍ବାଚନୀ ଜାଲିଆତିରେ ସୁପ୍ରିମକୋର୍ଟ ମଧ୍ୟ ସମ୍ପୃକ୍ତ

ନୂଆଦିଲ୍ଲୀ, ୨୨।୫: ଇଭିଏମ ଏବଂ ଭିଭିପାଟକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ କଂଗ୍ରେସ ନେତା ଉଦିତ ରାଜ ସୁପ୍ରିମକୋର୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁପ୍ରିମକୋର୍ଟଙ୍କ ବିଶସନୀୟତା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ସୁପ୍ରିମକୋର୍ଟ ନିର୍ବାଚନୀ ଜାଲିଆତିରେ ସମ୍ପୃକ୍ତ ଅଛନ୍ତି।…

ମର୍ମନ୍ତୁତ ସଡକ ଦୁର୍ଘଟଣା: ୪ ଏମବିବିଏସ ଛାତ୍ରୀଛାତ୍ରଙ୍କ ଗଲା ଜୀବନ

ନୋଏଡା, ୨୨।୫: ଉତ୍ତର ପ୍ରଦେଶର ନୋଏଡାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଏମବିବିଏସ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିବା ସହ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ୫ ଜଣ ଏମବିବିଏସ ଛାଛ୍ରୀଛାତ୍ର କାରରେ ଯାଉଥିବାବେଳେ ଚାନ୍ଦିନଗର…

ଡେରାଡୁନ୍‌ରେ ଆର୍‌ଏସ୍‌ଏସ୍‌ ଖୋଲିବ ଆଧୁନିକ ମଦ୍ରାସା

ଡେରାଡୁନ୍‌,୨୨।୫: ଆର୍‌ଏସ୍‌ଏସ୍‌ ପକ୍ଷରୁ ଡେରାଡୁନ୍‌ରେ ଆଧୁନିକ ମଦ୍ରାସା ଖୋଲିବା ଯୋଜନା କରାଯାଇଛି। ଆର୍‌ଏସ୍‌ଏସ୍‌ର ମୁସଲମାନ୍‌ ମଞ୍ଚ ଶାଖା ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି। ମଦ୍ରାସା ପାଇଁ ଆବଶ୍ୟକ ଜମି ମଧ୍ୟ ଆବଣ୍ଟନ କରାଯାଇଥିବା କୁହାଯାଉଛି। ଏହି ମଦ୍ରାସରେ ଧାର୍ମିକ ପୁସ୍ତକ…

ଟଙ୍କାଏରେ ହେବ ଅନ୍ତିମ ସଂସ୍କାର

ହାଇଦ୍ରାବାଦ୍‌,୨୨।୫: ପୂର୍ବରୁ ଟଙ୍କାଏରେ ଖାଦ୍ୟ ଯୋଜନା ଆରମ୍ଭ ହୋଇଥିଲା। ତେବେ ଏବେ ତେଲେଙ୍ଗାନାର କରିମ୍‌ନଗର ନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ଯୋଜନା। ଏହା ଦେଶରେ ପ୍ରଥମକରି ଆରମ୍ଭ ହୋଇଥିବା କୁହାଯାଉଛି। ଏଠାରେ ମୃତକଙ୍କ ଅନ୍ତିମ ସଂସ୍କାର କେବଳ…

ଥରିଲା ଆଣ୍ଡାମାନ

ପୋର୍ଟବ୍ଲେୟାର,୨୨।୫: ଆଣ୍ଡାମାନ ନିକୋବରରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୬ଟା ୯ରେ ଏଠାରେ ଭୂକମ୍ପ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିବାଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୋର୍‌ ସମୟରେ ଭୂକମ୍ପ ହେବାରୁ ଘରେ ଥିବା ଲୋକେ…

ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ: ସୀମାରେ ରହିବ କଡ଼ା ନଜର

ଶ୍ରୀହରିକୋଟା,୨୨।୫: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶ୍ରୀହରିକୋଟାଠାରୁ ବୁଧବାର ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଏହା ପିଏସ୍‌ଏଲ୍‌ଭି-ସି-୪୬ରୁ ଉତ୍‌କ୍ଷେପଣ କରାଯାଇଛି। ଏହି ରାଡାର ଇମେଜିଂ ଆର୍ଥ ସାଟେଲାଇଟ୍‌ ଭୋର୍‌ ୫ଟା ୨୭ରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି। ୬ଶହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri