Posted inଜାତୀୟ

କ୍ଷମତା ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଅଙ୍କକଷା: ୨୦୦୪ ଏବଂ ୨୦୦୯ରେ ଏକ୍‌ଜିଟ୍‌ ପୋଲ୍‌ ହୋଇଥିଲା ଭୁଲ୍‌

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା। କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଆରମ୍ଭ ହୋଇଛି ଅଙ୍କକଷା। ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ଏନେଇ ଉତ୍ସବ ଆରମ୍ଭ ହୋଇଥିବାବେଳେ ବିରୋଧୀ ଦଳ ଏହାକୁ ମାନିବାକୁ ଅମଙ୍ଗ। ଦେଶର ରାଜନୈତିକ ଇତିହାସକୁ ଦେଖିଲେ ଜଣାଯାଏ ଯେ, ଏକ୍‌ଜିଟ୍‌ ପୋଲ୍‌ କେତେକ ସମୟରେ ଭୁଲ୍‌ ମଧ୍ୟ ପ୍ରମାଣିତ ହୋଇଛି। ୨୦୦୪ରେ ଭାଜପା କେନ୍ଦ୍ରରେ ଶାସନ ଡୋର ଧରିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ଆଧାରରେ କୁହାଯାଉଥିଲା। ତେବେ ସମସ୍ତ କଳ୍ପନାଜଳ୍ପନାକୁ ଶେଷ କରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଗଠନ କରିଥିଲା। ଏକ୍‌ଜିଟ୍‌ ପୋଲ ଗଣିତ ଭୁଲ୍‌ ହୋଇଥିଲା। ସେହିପରି ୨୦୦୯ରେ ୟୁପିଏ ମେଣ୍ଟ ଏବଂ ବିରୋଧୀଙ୍କ ମଧ୍ୟରେ କମ୍‌ ଆସନର ପାର୍ଥକ୍ୟ ରହିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ଦର୍ଶାଯାଇଥିଲା। ତେବେ ଏହା ଭୁଲ୍‌ ପ୍ରମାଣିତ ହୋଇଥିଲା। କେନ୍ଦ୍ରରେ ୟୁପିଏ ମେଣ୍ଟ କ୍ଷମତା ଦଖଲ କରିଥିଲା। ଏକ୍‌ଜିଟ୍‌ କମ୍‌ ସଂଖ୍ୟକ ଭୋଟରଙ୍କ ମତାମତ ଆଧାରରେ ପ୍ରସ୍ତୁତ କରାଯାଇଥାଏ। ତେଣୁ ଏହାର ଠିକ୍‌ ହେବା ସମ୍ଭାବନା ଶତପ୍ରତିଶତ ହୋଇପାରି ନ ଥାଏ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଟଙ୍କା ଉପରେ ହାଇକୋର୍ଟଙ୍କ ବଡ଼ ରାୟ: ପରିସ୍ଥିତି ଦେଖି ବଦଳିବ ଟଙ୍କା, ସ୍ୱାମୀଙ୍କ ସବୁ ଦରମା ଉପରେ ନାହିଁ ପତ୍ନୀଙ୍କ ହକ୍!

ନୂଆଦିଲ୍ଲୀ, ୧୫।୭: ଭତ୍ତା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କ ଦରମାର ୨୫% ଦେବା ବାଧ୍ୟତାମୂଳକ ନୁହେଁ, ପରିସ୍ଥିତି ଅନୁସାରେ ବଦଳିପାରେ ରାଶି ଆଲ୍ଲାହାବାଦ ହାଇକୋର୍ଟ…

ବିପଦରେ ସୋନମ ୱାଙ୍ଗଚୁକଙ୍କ ଜୀବନ: ୮.୫ କିଲୋ କମିଲା ଓଜନ, ଅନଶନ ଭାଙ୍ଗିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୧୫।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅର୍ନିଦ୍ଦିଷ୍ଟ କାଳୀନ ଅନଶନ ଏବେ ୧୭ ଦିନରେ ପହଞ୍ଚିଛି। ଦେଶର ଶିକ୍ଷା ବ୍ୟବସ୍ଥାରେ…

NDAରେ ସାମିଲ ହେବେ ଶରଦ ପାୱାର? ଅଧରାତିରେ ହୋଇଗଲା ବଡ଼ ଖେଳ, ରାଜନୀତିରେ ହଇଚଇ

ମୁମ୍ବାଇ,୧୫।୭:ମହାରାଷ୍ଟ୍ର ରାଜନୀତିରେ ‘ଅପରେଶନ ଟାଇଗର୍‌’କୁ ନେଇ ଚର୍ଚ୍ଚା ଏବେ ବି ଶାନ୍ତ ପଡ଼ିନଥିବା ବେଳେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ପ୍ରତିଦିନ ନୂଆ ନୂଆ ଆଶଙ୍କା,…

୫୦୦୦ ଟଙ୍କା ପାଇଁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ପଡ଼ୋଶୀ

ପାଟନ୍‌,୧୫।୭: ମାତ୍ର ୫୦୦୦ଟଙ୍କା ଋଣ କାରବାରକୁ କେନ୍ଦ୍ରକରି ଗୁଜରାଟର ପାଟନ୍‌ ଜିଲାରେ ପିଙ୍କିବେନ ପଟନୀ(୩୫) ନାମକ ଜଣେ ବିଧବା ମହିଳାଙ୍କୁ ପଡ଼ୋଶୀ ବାବୁଭାଇ ରାବଲ୍‌ ପେଟ୍ରୋଲ ଢାଳି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

୨୪ ଘଣ୍ଟାରେ ଲଘୁଚାପ: ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri