ଶୋଇଲେ ବି କମେ ମୋଟାପଣ

ନୂଆଦିଲ୍ଲୀ: ଶରୀରରୁ ମୋଟାପଣ କମାଇବ ପାଇଁ କିଏ କେତେ ପ୍ରକାର ଉପାୟ ଆପଣେଇଥାନ୍ତି। ବିଶେଷକରି ଓ୍ବାକ୍‌ଆଉଟ୍‌, ଦୌଡ଼ିବା ବା ପହଁରିବା ଆଦି କଲେ ଓଜନ ହ୍ରାସ ପାଏ। କିନ୍ତୁ କିଛି କାମ ନ କରି ମୋଟାପଣ ଘଟାଇବା ଅସମ୍ଭବ ମନେ ହେଉଥିଲେ ବି ସତ। ବାସ୍‌ କିଛି ସମୟ ଶାନ୍ତିରେ ଶୋଇବା ଦ୍ୱାରା ବି ଶରୀରରୁ କ୍ୟାଲୋରୀ ହ୍ରାସ ପାଇଥାଏ। ଶୋଇବା ସମୟରେ ବି ଶରୀର ବେଶ୍‌ ସକ୍ରିୟ ଥାଏ। ଏହି ସମୟରେ ନୂତନ କୋଷ ତିଆରି ଓ ମସ୍ତିଷ୍କରେ ଥିବା ସୂଚନାକୁ ଫିଲ୍ଟର ହେବା ପାଇଁ ଶରୀରରୁ କିଛି ମାତ୍ରାରେ କ୍ୟାଲୋରୀ ନଷ୍ଟ ହୋଇଥାଏ। କିନ୍ତୁ ଏହା ଶରୀରର ଓଜନ, ତାପମାତ୍ରା ଓ ଶୋଇବା ସମୟ ଆଦି ଉପରେ ନିର୍ଭର କରେ। ଓଜନ କମାଇବା ପାଇଁ କିଛି ଘଣ୍ଟା ଶାନ୍ତିରେ ଶୋଇବା ଆବଶ୍ୟକ। ନିଦ ପୂରା ନ ହେଲେ ଶରୀର ଓ ମସ୍ତିଷ୍କ କ୍ଳାନ୍ତ ହୋଇଯିବା ଦ୍ୱାରା ଅଧିକ ଭୋକ ଲାଗିଥାଏ। ଫଳରେ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ପଡ଼େ। ଏକ ଅଧ୍ୟୟନରୁ ଜଣାପଡ଼ିଛି, ନିଦ ପୂରା ନ ହେଲେ କୋଷଗୁଡ଼ିକ ଇନ୍‌ସୁଲିନ୍‌ ପ୍ରତି କମ୍‌ ସମ୍ବେଦନଶୀଳ ହୋଇପଡ଼ନ୍ତି, ଯାହା ମୋଟାପଣକୁ ନିମନ୍ତ୍ରଣ କରେ। ଅନ୍ଧାର ଘରେ ହିଁ ନିଦ ଖୁବ୍‌ ଭଲ ହୋଇଥାଏ। ମଣିଷ ଶରୀରରୁ ମେଲାଟୋନିନ୍‌ ନାମକ ଏକ ହରମୋନ ଉତ୍ପନ ହୋଇଥାଏ, ଯାହା ଶୋଇବା ପାଇଁ ଅନୁମତି ପ୍ରଦାନ କରେ। ରାତି ପ୍ରାୟ ୧୧ଟାରୁ ଭୋର ୩ଟା ମଧ୍ୟରେ ଏହି ହର୍‌ମୋନ ଉତ୍ପନ୍ନ ହୁଏ। ଶରୀରରେ ବ୍ରାଉନ୍‌ ଫ୍ୟାଟ୍‌ ବଢ଼ିଲେ କ୍ୟାଲୋରୀ କମିଥାଏ। ମେଲାଟୋନିନ୍‌ ହର୍‌ମୋନ୍‌ ଏହି ବ୍ରାଉନ୍‌ ଫ୍ୟାଟ୍‌ ବଢ଼ାଇବାରେ ସହାଯ୍ୟ କରେ, ଯାହାଫଳରେ ଶୋଇବା ସମୟରେ ବି ଶରୀରରୁ କ୍ୟାଲୋରୀ ନଷ୍ଟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri