ଭାରତଛାଡ଼ ଆନ୍ଦୋଳନର ୭୭ ବର୍ଷ ପୂର୍ତ୍ତି
ନୂଆଦିଲ୍ଲୀ,୯।୮: ଭାରତଛାଡ଼ ଆନ୍ଦୋଳନ ତଥା ଅଗଷ୍ଟ କ୍ରାନ୍ତି ଦିବସର ୭୭ତମ ବାର୍ଷିକୀ ଗୁରୁବାର ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ୧୯୪୨ ଅଗଷ୍ଟ ୮ରେ ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ବୈଠକରେ ମହାତ୍ମା…
ଲଦାଖ ଏମ୍ପି ସୋସିଆଲ ମିଡିଆ ଷ୍ଟାର:ଲୋକ ସଭାରେ ପ୍ରଭାବୀ ମତ ରଖି ପ୍ରଶଂସିତ
ନୂଆଦିଲ୍ଲୀ, ୯।୮:ଲୋକ ସଭାର ଶେଷ ବେଞ୍ଚରେ ବସୁଥିବା ଲଦାଖର ଯୁବ ଏମ୍ପି ଜାମ୍ୟାଙ୍ଗ ସେରିଙ୍ଗ ନମ୍ବୟାଲ୍ ରାତାରାତି ସୋସିଆଲ ମିଡିଆର ଷ୍ଟାର୍ ପାଲଟି ଯାଇଛନ୍ତି। ଏବେ ଟୁଇଟରରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି। ମଙ୍ଗଳବାର ସୁଦ୍ଧା ଏହା ୪ ହଜାର…
ଆଗ୍ରା ଜେଲ୍କୁ ଗଲେ ୩୦ ଆତଙ୍କବାଦୀ
ଆଗ୍ରା,୯।୮(ଆଇଏଏନ୍ଏସ୍):୩୦ କଶ୍ମୀରୀ ଆତଙ୍କବାଦୀଙ୍କୁ ଗୁରୁବାର ଅପରାହ୍ନରେ ଆଗ୍ରା ଜେଲ୍କୁ ନିଆଯଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆଗ୍ରାସ୍ଥିତ ଖେରିଆ ବିମାନବନ୍ଦରକୁ ନିଆଯାଇଛି। ସେଠାରୁ ଆଗ୍ରା କେନ୍ଦ୍ରୀୟ ଜେଲ୍କୁ ନିଆଯାଇଥିବା ଜଣାପଡ଼ିଛି। କାରାଗାର ବାହାରେ ଅତିରିକ୍ତ ବଳ,…
ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ :ତ୍ୱରିତ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା
ନୂଆଦିଲ୍ଲୀ,୯।୮(ପି.ଟି.):ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ୍ର ତ୍ୱରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଉପଯୁକ୍ତ ସମୟରେ ଏହାର ଶୁଣାଣି ହେବ ବୋଲି ଅଦାଲତ କହିଛନ୍ତି। ପିଟିଶନ୍ ଦାଏର କରିଥିବା ଆଇନଜୀବୀ ଏମ୍.ଏଲ୍. ଶର୍ମା ଆସନ୍ତା…
ସମଝୌତା ଏକ୍ସପ୍ରେସ୍କୁ ସୀମାରେ ଅଟକାଇଲା ପାକ୍
ଇସ୍ଲାମାବାଦ/ନୂଆଦିଲ୍ଲୀ,୯।୮:ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ସେବାକୁ ଇସ୍ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ୍ ରଶିଦ୍ ଗୁରୁବାର ଘୋଷଣା କରିଥିବାବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଏନେଇ ଇସ୍ଲାମାବାଦ ପକ୍ଷରୁ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି…
୧୯୪୭ ସ୍ମୃତି ଉଜ୍ଜୀବିତ
ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନର ବାଟ ଫିଟାଇଛି ଗଣତନ୍ତ୍ରର ମନ୍ଦିର ପାର୍ଲାମେଣ୍ଟ। ଏହାକୁ ନେଇ ଦଙ୍ଗା ଘଟି ବ୍ୟାପକ ଜଳାପୋଡ଼ା, ଭଙ୍ଗାରୁଜା ଘଟିବାର ଆଶଙ୍କା ଥିବାରୁ ହଜାର ହଜାର…
୩୭୦ ମୃତ୍ୟୁରେ କଶ୍ମୀରୀଙ୍କ ଆଶାର ଜନ୍ମ
ନୂଆଦିଲ୍ଲୀ,୯।୮(ଆଇଏଏନ୍ଏସ୍):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଉପତ୍ୟକାରେ ଶ୍ମଶାନ ନୀରବତା ଛାଇଯାଇଥିବାବେଳେ ଏକ ଚାପା ଉତ୍ତେଜନା ଲାଗିରହିଛି। ଏହାସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ବହୁ କଶ୍ମୀରୀଙ୍କ ପାଇଁ ନୂଆ ଆଶାକୁ ଜନ୍ମ ଦେଇଛି। କାରଣ ଏବେ କଶ୍ମୀରବାସୀଙ୍କୁ ନିଜକୁ କଶ୍ମୀରୀ…
ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ଉପତ୍ୟକା ଓ ଲଦାଖର ବିକାଶରେ ସହାୟକ ହୁଅନ୍ତୁ
ନୂଆଦିଲ୍ଲୀ,୮।୮(ପି.ଟି./ଆଇଏଏନ୍ଏସ୍)- ଜମ୍ମୁ-କଶ୍ମୀରରେ ଖୁବ୍ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉପତ୍ୟକାବାସୀ ସେମାନଙ୍କ ମତାଧିକାର ସାବ୍ୟସ୍ତ କରି ନିଜ ନିଜ ପ୍ରତିନିଧି ବାଛିବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ପଷ୍ଟ କରିବା ସହ ଏହାକୁ ନେଇ ରହିଥିବା ଅନିଶ୍ଚିତତା…
ଯାଯାବର ଜୀବନ ବିତେ ଶଗଡ଼ ଉପରେ…
ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ କଟିଥାଏ। ଝିଅକୁ ବିବାହରେ ଏହି ସମ୍ପ୍ରଦାୟ ଶଗଡ଼ ଯୌତୁକ ଦେଇଥାନ୍ତି। ଶଗଡ଼ରେ ନିତିଦିନିଆ ଜୀବନରେ…
ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ
ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି ଆଖୁ ଚାଷ କରନ୍ତି ଓ ନୀଳଗାଇ,ହରିଣ ତାହାକୁ ଖାଇବା ପାଇଁ ଆସନ୍ତି। ବାଘ ସେହି…
ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ
ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ ମନ୍ତ୍ର ଦେଉଥିଲେ ତାହା ଛାତ୍ରମାନଙ୍କୁ ଉତ୍ସାହିତ କରୁଥିଲା। ଗାନ୍ଧିଜୀଙ୍କ ଭାଷଣ ଶୁଣି ଆଲିଗଡ ବିଶ୍ୱବିଦ୍ୟାଳୟର…
୩୭୦ ଉପରେ ପାର୍ଲାମେଣ୍ଟରେ ଭାଷଣ ଦେଇ ରାତାରାତି ହିରୋ ହେଲେ ଏମ୍ପି, ଏବେ ଫେସବୁକକୁ ନେଇ ଚିନ୍ତିତ
ନୂଆଦିଲ୍ଲୀ, ୮।୮:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ଏବଂ ରାଜ୍ୟକୁ ଦୁଇଭାଗ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଦେଶବାସୀ। କିଛି ରାଜନୈତିକ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲେ ମଧ୍ୟ ମୋଟାମୋଟି ଭାବେ…
Archives


