୫ ଜଣ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବାକୁ ୫୦ ମହିଳାଙ୍କୁ ଠକିଲେ
ଭୋପାଳ,୧୭।୧୦: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚାକିରି କରାଇଦେବା ନାଁରେ ୫୦ ମହିଳାଙ୍କୁ ଠକିଥିବା ଜଣେ ବ୍ୟକ୍ତିଙ୍କ ଗୁମର ଖୋଲିଛନ୍ତି ମଧ୍ୟ ପ୍ରଦେଶ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) । ମଧ୍ୟ ପ୍ରଦେଶ ପୋଲିସରେ ଅଭିଯୋଗ ହୋଇଥିଲା କି କେତେଜଣ ଲୋକ…
ଶଗଡ଼ରେ ପିଲାଙ୍କୁ ସ୍କୁଲ ପଠାଇଲେ ଅଭିଭାବକ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଶ୍ରୀକାକୁଲମ୍,୧୭।୧୦: ଆନ୍ଧ୍ରପ୍ରଦେଶରେ ରାଜ୍ୟ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ବସ୍ ସେବା ଶ୍ରୀକାକୁଲଏମ୍ ସ୍ଥିତ କୋମାରାଡ଼ା-କୁନେରା ରାଜ୍ୟ ରାଜପଥରେ ବନ୍ଦ କରିଦିଆଯାଇଛି। ଏହାକୁ ବିରୋଧ କରି କୋମାରାଡ଼ା ଗ୍ରାମବାସୀ ନିଜ ପିଲାଙ୍କୁ ସ୍କୁଲ ପଠାଇବା ଲାଗି ଶଗଡ଼ ଗାଡ଼ିର ବ୍ୟବହାର କରୁଛନ୍ତି।…
ଆମେରିକାରେ ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟ ଦିଲ୍ଲୀ ଫେରିଲେ
ନୂଆଦିଲ୍ଲୀ,୧୭।୧୦: ଆମେରିକାର ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟଙ୍କୁ ଦିଲ୍ଲୀ ଫେରାଇ ଅଣାଯାଇଛି। ସେମାନଙ୍କୁ ୬୦ ଜଣିଆ ସୁରକ୍ଷାକର୍ମୀ ଭାରତ ଫେରାଇ ଆଣିଛନ୍ତି। ଅନ୍ତର୍ଜାତୀୟ ଏଜେଣ୍ଟଙ୍କ ସହାୟତାରେ ସେମାନେ ମେକ୍ସିକୋ ଯାଇଥିଲେ। ସେଠାରୁ ଆମେରିକାରେ ଅନୁପ୍ରବେଶ କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଏଜେଣ୍ଟ…
ଏହି ଜିଲାରେ ୧ କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଦେଲେ ମିଳୁଛି ୧ କିଲୋ ଚାଉଳ
ହାଇଦ୍ରାବାଦ୍,୧୭।୧୦: ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ପ୍ରୟାସ ଚାଲିଛି। ନିକଟରେ ଛତିଶଗଡର ଅମ୍ବିକାପୁରରେ ଏକ ‘ଗାର୍ବେଟ୍ କାଫେ’ ଖୋଲାଯାଇଛି। ଯେଉଁଠି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଦେଲେ ପେଟ ପୂରା ଖାଇବାକୁ ମିଳୁଛି। ସେହିପରି ତେଲେଙ୍ଗାନାର ମୁଲୁଗୁ ଜିଲାରେ ମଧ୍ୟ ଏକ ଭିନ୍ନ…
୧୧ବର୍ଷରେ ୭୩ କୋଟି ଟଙ୍କାର କୂଅ ପାଣି ଚୋରି: ୬ ଜଣଙ୍କ ବିରୋଧରେ ମାମଲା
ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ମୁମ୍ବାଇରେ ପୋଲିସ କୂଅ ପାଣି ଚୋରି ଅଭିଯୋଗରେ ୬ ଜଣଙ୍କ ବିରୋଧରେ ଏକ ମାମଲା ଦାଏର କରିଛି। ୧୧ ବର୍ଷ ମଧ୍ୟରେ ଅଭିଯୁକ୍ତମାନେ ୭୩ କୋଟି ୧୯ ଲକ୍ଷ ଟଙ୍କାର ଭୂତଳ ଚୋରି କରିଥିବା ପୋଲିସ ସୂଚନା ଦେଇଛି।…
ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ବୀକାର କରିବି: ଇକ୍ବାଲ୍ ଅନସାରୀ
ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାରେ ଏତେ ବର୍ଷ ପରେ ସୁପ୍ରିମ୍କୋର୍ଟ ରାୟର ନିକଟବର୍ତ୍ତୀ ହୋଇଛନ୍ତି। ଦୀର୍ଘଦିନ ଧରି ଏଠାରେ ଚାଲିଥିବା ରାଜନୀତି ଏବେ ବନ୍ଦ ହୋଇଯିବ। ସ୍ଥାନୀୟ ଲୋକଙ୍କ ବିକାଶ ହେବାର ସମ୍ଭାବନା ରହିବ ବୋଲି ଏହି ମାମଲାରେ ଜଡ଼ିତ ଥିବା ଇକ୍ବାଲ୍…
ଅଯୋଧ୍ୟା ପରେ ମଥୁରା ଏବଂ କାଶୀ ମନ୍ଦିର ପାଇଁ ସୁପ୍ରିମ୍କୋର୍ଟରେ ଦାଖଲ ହେବ ମାମଲା: ସୁବ୍ରମଣ୍ୟମ୍ ସ୍ବାମୀ
ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାର ସମାଧାନ ପରେ ଖୁବ୍ଶୀଘ୍ର ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ କାଶୀର ବିଶ୍ୱନାଥ ମନ୍ଦିର ପାଇଁ ସୁପ୍ରିମ୍କୋର୍ଟରେ ମାମଲା ଦାଖଲ କରାଯିବ। ଏନେଇ ଭାଜପା ଏମ୍ପି ସୁବ୍ରମଣ୍ୟମ୍ ସ୍ବାମୀ ସୂଚନା ଦେଇଛନ୍ତି। ଭାରତରେ ମୁସଲମାନ ଶାସକଙ୍କ ଦ୍ୱାରା ୪୦…
ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମଧ୍ୟରେ ସାଭରକରଙ୍କ ନାଁ ଥିଲା: ଦିଗ୍ବିଜୟ
ନୂଆଦିଲ୍ଲୀ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଥିଲା। ଆଉ ଏଥିରେ କୁହାଯାଇଥିଲା କି ମହାରାଷ୍ଟ୍ରରେ ଯଦି ଭାଜପା ଶାସନ କ୍ଷମତାକୁ ଆସେ ତେବେ ଭାରତ ରତ୍ନ ପାଇଁ…
ମହାରାଷ୍ଟ୍ରରେ ଭାଜପାକୁ ମିଳିବ ବହୁମତ: ଅମିତ ଶାହ
ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଉ ୩ ଦିନ ପରେ ହେବ। ଏଠାରେ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇଛି। ୨୮୮ ବିଧାନସଭା ଆସନ ମଧ୍ୟରୁ ୧୬୪ରେ ଭାଜପା ପ୍ରାର୍ଥୀ ଦେଇଥିବାବେଳେ ୧୨୪ ଆସନରେ ଶିବସେନା ପ୍ରାର୍ଥୀ ନିର୍ବାଚନ…
ରାଜଧାନୀରେ ଲୋକେ ଅଣନିଃଶ୍ୱାସୀ
ନୂଆଦିଲ୍ଲୀ,୧୭।୧୦: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଏବେଠାରୁ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗୁଥିବା ଅଭିଯୋଗ ଆସିଲାଣି। ଆଗକୁ ଏହା ଆହୁରି ବଢିବ ବୋଲି କୁହାଯାଇଛି। ସେଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ…
ଜଗନମୋହନଙ୍କ ନୂଆ ଯୋଜନା: ବୁଣାକାର-ଆଇନଜୀବୀ ଓ ଧୀବରଙ୍କୁ ମିଳିବ ଆର୍ଥିକ ସହାୟତା
ଅମରାବତୀ,୧୭।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍.ଜଗନମୋହନ ରେଡ୍ଡୀ ରାଜ୍ୟର ବୁଣାକାର-ଆଇନଜୀବୀ ଓ ଧୀବରଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓ୍ବାଇଏସ୍ଆର୍ ନେତନ୍ନା ନେସ୍ତାମ୍ ଯୋଜନା ଅନ୍ତର୍ଗତ ବୁଣାକାରଙ୍କୁ ବର୍ଷକୁ ୨୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।…
ନୀତୀଶଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢିବ ଏନ୍ଡିଏ: ଶାହ
ନୂଆଦିଲ୍ଲୀ,୧୭।୧୦: ଆସନ୍ତା ୨୦୨୦ରେ ବିହାରରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ନିର୍ବାଚନ ଲଢିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଦେଇଥିବା ଏକ ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି। ଏବେ ସ୍ପଷ୍ଟ ହୋଇଛି…
Archives


