Posted inଜାତୀୟ

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ

ନୂଆଦିଲ୍ଲୀ,୧୧।୧୧: ଶିବସେନା ନେତା ତଥା ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦେଖି ସେ ଏହି ଇସ୍ତଫା ଦେଇଥିବା କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ଲୋକ ସଭା ନିର୍ବାଚନ ସମୟରେ ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଶିବସେନା ସହ ୫୦-୫୦ ଅଙ୍କକୁ ନେଇ ମେଣ୍ଟ କରିବ ବୋଲି କଥା ହୋଇଥିଲା। ହେଲେ ନିର୍ବାଚନ ଫଳାଫଳ ପରେ କୌଣସି ଦଳକୁ ବହୁମତ ନ ମିଳିବା ଓ ଭାଜପା-ଶିବସେନା ମେଣ୍ଟକୁ ନେଇ ସରକାର ଗଢିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାଜପା ଏଥିରେ ସହମତ ହୋଇ ନ ଥିଲା। ଏପଟେ ଶିବସେନା ଅଢେଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ପଦ ଦାବି କରିବାରୁ ଶେଷରେ ଭାଜପା ଶିବସେନାକୁ ନେଇ ସରକାର ଗଢିବାକୁ ମନା କରି ଦେଇଥିଲା। ଭାଜପାର ଏହି ନୀତିକୁ ଅରବିନ୍ଦ ନିନ୍ଦା କରିବା ସହ ଭାଜପା ମିଛ କହୁଛି ବୋଲି କହି ଏବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri