ଜାତୀୟ

ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଜଙ୍ଗଲୀ ଓ ପ୍ରାକୃତିକ ଦ୍ରବ୍ୟ ଏବେ ମିଳୁଛି ଗୋଟିଏ ସ୍ଥାନରେ। ତାହା ପୁଣି ନୂଆରୂପ…

ପୁନେରେ ପ୍ରବଳ ବର୍ଷା: ୭ ମୃତ, ସ୍କୁଲ, କଲେଜ ବନ୍ଦ

ପୁନେ,୨୬।୯:ମହାରାଷ୍ଟ୍ରର ପୁନେରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସ୍ଥାନୀୟ ସ୍କୁଲ, କଲେଜ ବନ୍ଦ ଘୋଷଣା…

ଦେଶକୁ ମିଳିବ ନୂଆ ସେନାଧ୍ୟକ୍ଷ: ଦୌଡ଼ରେ ନରାଓ୍ବନେ-ରଣବୀର-ସୈନି

ନୂଆଦିଲ୍ଲୀ,୨୬।୯: ଆଉ ୩ ମାସ ମଧ୍ୟରେ ଦେଶରେ ନୂଆ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ୍‌ ରାଓ୍ବତ୍‌ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ତାଙ୍କ ପରେ ଏହି ପଦବୀରେ କିଏ ନିଯୁକ୍ତ ହେବେ ସେ ନେଇ ଚର୍ଚ୍ଚା…

୨୭ରେ ଇଡିରେ ହାଜର ହେବେ ପାଓ୍ବାର

ନୂଆଦିଲ୍ଲୀ,୨୬ା୯(ପି.ଟି.): ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ (ଏମ୍‌ଏସ୍‌ସିବି) ଦୁର୍ନୀତି ମାମଲାରେ ଫସିଥିବା ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଦିଲ୍ଲୀରେ ମୁଣ୍ଡ ନୂଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ବୁଧବାର କହିଛନ୍ତି। ଆଗାମୀ ୨୭ରେ ସେ ଇଡିରେ ହାଜର ହୋଇ ସମସ୍ତ ସହଯୋଗ କରିବେ…

‘ଜୟ ଶ୍ରୀରାମ’ କହି ୧୭ ସ୍କୁଲ ଛାତ୍ର ନିଲମ୍ବିତ

ରାଞ୍ଚି,୨୬ା୯(ପି.ଟି.): ଝାଡ଼ଖଣ୍ଡର ଷ୍ଟିଲ ସିଟି ଜାମ୍‌ଶେଦ୍‌ପୁରରେ ଏକ ଚର୍ଚ୍ଚ ଦ୍ୱାରା ପରିଚାଳିତ ସ୍କୁଲରେ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ କରି ୧୭ ଛାତ୍ର ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଏହି ନିଲମ୍ବନ ବିରୋଧରେ ହିନ୍ଦୁ ଶାଖା ପକ୍ଷରୁ ବୁଧବାର ବିକ୍ଷୋଭ କରାଯାଇଛି। କେତେକ…

୩୭୦ ଉଚ୍ଛେଦ ପରେ ଜୈଶ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର: ଟାର୍ଗେଟ ୩୦ ସହର ମଧ୍ୟରେ ଭୁବନେଶ୍ୱର

ନୂଆଦିଲ୍ଲୀ,୨୬ା୯: ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦରେ ହତାଶ ହୋଇପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଭାରତ ବିରୋଧରେ ରକ୍ତ ଚାଉଳ ଚୋବାଉଛି। ପଠାନ୍‌କୋଟ ସମେତ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ୍‌ ଆଝାରଙ୍କ ନେତୃତ୍ୱାଧୀନ ଜୈଶ୍‌ ଟାର୍ଗେଟରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜୋତା ସଫା କରିବାର ସହଜ ଉପାୟ

ବଜାରରେ ଆଜିକାଲି ସୁନ୍ଦର ଓ ମହଙ୍ଗା ଜୋତା ବିକ୍ରି ହେଉଛି। ଏହାକୁ କିଣିବା ପରେ ଅପରିଷ୍କାର ହେଲେ ସଫା କରିବା ପାଇଁ ବଜାରରୁ ନାନା ପ୍ରକାରର ଜିନିଷ ଆଣିଥାଉ। ଆଉ ଏଥିପାଇଁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ହେଲେ ଅଳ୍ପ ଖର୍ଚ୍ଚରେ…

ପଞ୍ଚାୟତ ଭବନ ସମ୍ମୁଖରେ ଶୌଚ ହେବାରୁ ୨ ଦଳିତଙ୍କୁ ପିଟି ପିଟି ହତ୍ୟା

ଶିବପୁରୀ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଜିଲା ଭାଭଖେଡ଼ି ଗାଁରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ପଞ୍ଚାୟତ ଭବନ ସମ୍ମୁଖରେ ଶୌଚ ହେବା ଅଭିଯୋଗରେ ୨ଜଣ ଦଳିତ ଶିଶୁଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତ ଶିଶୁ ୨ଜଣଙ୍କ ବୟସ ୧୦…

ଧାନବାଦକୁ ଘାରିଛି କୁକୁର ଭୟ

ଧାନବାଦ: ରାସ୍ତା ସମସ୍ୟା କି ପରିମଳ ସମସ୍ୟାକୁ ନେଇ କୌଣସି ନଗର ନିଗମ ଚିନ୍ତିତ ହେଉଥିବାବେଳେ କୁକୁରଙ୍କୁ ନେଇ ଅସୁବିଧାରେ ପଡିଯାଇଛି ଝାଡ଼ଖଣ୍ଡର ଧାନବାଦ ସହର। ଆତଙ୍କବାଦୀଙ୍କ ଭୟ ସହରକୁ ଯେତିକି ନାହିଁ ତା’ଠାରୁ କୁକୁର ଭୟ ବେଶି ଘାରିଛି। ସହରରେ…

୭୦ ବର୍ଷୀୟ ୟୁନିଭର୍ସିଟି ଟପ୍ପର୍‌

ରାଞ୍ଚି:ଜୀବନର ଅପରାହ୍ନରେ ଯେତେବେଳେ ଶରୀର ସାଥିରେ ମନ ରହିବାକୁ ଚାହେଁନି ଠିକ୍‌ ସେତିକିବେଳେ ୭୦ ବର୍ଷୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ଠାକୁର ୟୁନିଭର୍ସିଟି ଟପ୍ପର ହୋଇଛନ୍ତି। ୧୯୫୦ରେ ଜନ୍ମିତ ଠାକୁର ଲେଖାପଢା ଓ ଶିଖିବାରେ କୌଣସି ବୟସ ନ ଥାଏ…

ସର୍ଦ୍ଦାର ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନ ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୫।୯: ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନର ଶୁଭାରମ୍ଭ କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସର୍ଦ୍ଦାର ପଟେଲଙ୍କ ନାମରେ ରାଷ୍ଟ୍ରୀୟ ପୁରସ୍କାର ଆରମ୍ଭ କରାଯିବା ନେଇ…

ଚିନ୍ମୟାନନ୍ଦଙ୍କଠାରୁ ମୁହଁ ଫେରାଇଲା ଭାଜପା

ଲକ୍ଷ୍ମୌ,୨୫।୯: ଆଇନ ଛାତ୍ରୀ ଯୌନ ନିର୍ଯାତନା ମାମଲାରେ ଜେଲ୍‌ ଯାଇଥିବା ଚିନ୍ମୟାନନ୍ଦ ଆଉ ଭାଜପାର ସଦସ୍ୟ ନାହାନ୍ତି। ବୁଧବାର ଏନେଇ ଉତ୍ତରପ୍ରଦେଶ ଭାଜପାର ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ମାସକ ପୂର୍ବରୁ ଚିନ୍ମୟାନନ୍ଦଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିବା ବେଳେ ଭାଜପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri