୪୦ ଫୁଟ ଉଚ୍ଚତାରୁ ଝୁଲି ରହି ମନ୍ତ୍ରୀ ଦେଲେ ଫିଟ୍ ରହିଥିବାର ସଙ୍କେତ
ଭୋପାଳ,୪।୧୨: ମଧ୍ୟପ୍ରଦେଶର ଖେଳ ଓ ଯୁବ କଲ୍ୟାଣ ମନ୍ତ୍ରୀ ଜିତୁ ପଟଓ୍ବାରୀ ନିଜେ ଫିଟ୍ ରହିଥିବା ନେଇ ଏକ ନିଆରା ଢ଼ଙ୍ଗରେ ସଙ୍କେତ ଦେଇଛନ୍ତି। ସେ ୪୦ ଫୁଟ ଉଚ୍ଚତାରୁ ଝୁଲି ରହି ଏଭଳି କରିଛନ୍ତି। ଏହା ସହିତ ସେ ହାତରେ…
ପଳାତକ ତାଲିକାରେ ୫୧ଜଣଙ୍କ ନାମ: ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ
ନୂଆଦିଲ୍ଲୀ,୪।୧୨: ଦେଶରେ କୋଟି କୋଟି ଟଙ୍କାର ଠକେଇ କରି ବିଦେଶ ପଳାଇଥିବା ପଳାତକ ତାଲିକାରେ ୫୧ ଜଣଙ୍କ ନାମ ରହିଛି। ସେମାନେ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ରୀୟ ଅର୍ଥ ରାଷ୍ଟ୍ର ମନ୍ତ୍ରୀ…
ମିଳିଲାନି ଆମ୍ବୁଲାନ୍ସ: ପ୍ରସୂତିଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ପରିବାର ସଦସ୍ୟ
ଚେନ୍ନାଇ,୪।୧୨: ସରକାର ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ସେ ସବୁ ଯୋଜନା ବାଟବଣା ହେଉଛି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁର ଇରୋଡରେ। ଜଣେ ପ୍ରସୂତିଙ୍କୁ ପରିବାର ଲୋକେ କାନ୍ଧରେ ବୋହି…
ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ: ୬ ଯବାନ ମୃତ
ରାୟପୁର, ୪।୧୨: ଛତିଶଗଡର ନାରାୟଣପୁର ଜିଲାରେ ଏକ ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଯାବନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନାରାୟଣପୁର ଏସପି ମୋହିତ ଗର୍ଗ ଏହି…
କେଜରିଓ୍ବାଲଙ୍କ ଫ୍ରି ଓ୍ବାଇଫାଇ ଯୋଜନା: ମାସକୁ ମିଳିବ ମାଗଣା ୧୫ ଜିବି ଡାଟା
ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟି(ଏଏପି)ର ହାତମୁଠାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟାଣ କରିବାର ପ୍ରୟାସ କରିଛନ୍ତି। ସେ ବୁଧବାର ଫ୍ରି ଓ୍ବାଇଫାଇ ଯୋଜନାର ଘୋଷଣା କରିଛନ୍ତି। ଏଣିକି ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡ୍ ସମେତ କେତେକ…
ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍ସି/ଏସ୍ଟି ସଂରକ୍ଷଣ: ବଢ଼ିଲା ୧୦ ବର୍ଷ
ନୂଆଦିଲ୍ଲୀ,୪।୧୨: ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍ସି/ଏସ୍ଟି ସଂରକ୍ଷଣକୁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ୧୯୬୦ଠାରୁ ଏହି ପ୍ରସ୍ତାବକୁ ପ୍ରତି ୧୦ ବର୍ଷ ବଢ଼ାଯାଉଛି। ପୂର୍ବରୁ ୨୦୦୯ରେ ଏହାର…
ପିଆଜ କିଲୋ ୧୩୦ ଟଙ୍କା
ନୂଆଦିଲ୍ଲୀ, ୪।୧୨: ପିଆଜ ଦର ବୃଦ୍ଧି ରୋକିବାକୁ ସରକାର ଯେତେ ପଦକ୍ଷେପ ନେଉଥିଲେ ମଧ୍ୟ ତାହା କମିବାର ନାଁ ନେଉନି। ବୁଧବାର ଦେଶର ଅଧିକାଂଶ ସ୍ଥାନରେ ପିଆଜ ଦର କିଲୋ ପିଛା ୧୩୦ ଟଙ୍କାରେ ପହଞ୍ଚିଛି। ବେପାରୀଙ୍କ କହିବା ମୁତାବକ, ଆଗାମୀ…
ନାଗରିକତା ସଂଶୋଧନ ବିଲ୍: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି
ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏବେ ବିଲ୍କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ଏହା ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ। ଭାଜପା ପାଖରେ…
ହାଇଦ୍ରାବାଦ୍ ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ, ୮ ମାସ ପୂର୍ବରୁ କରିଥିଲେ ବିବାହ
ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାର ବହ୍ନି ଏବେ ସାରା ଦେଶରେ ଦେଖିବାକୁ ମିଳିଛି। ଗିରଫ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଓ ନ୍ୟାୟ ଦାବିରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ବିକ୍ଷୋଭ ଦେଖିବାକୁ ମିଳିଛି। ଏହି ୪…
ନାଗରିକତା ସଂଶୋଧନ ବିଲ୍: ମୋଦିଙ୍କ କ୍ୟାବିନେଟ୍ରେ ମିଳିଲା ମଞ୍ଜୁରୀ; ସଂସଦରେ ହେବ ଉପସ୍ଥାପିତ
ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ବୁଧବାର ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ। ସଂସଦ ଭବନରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ବିଲ୍ ଉପରେ ଆଲୋଚନା ପରେ ଉପସ୍ଥିତ ସଦସ୍ୟମାନେ…
ଆଇଏନ୍ଏକ୍ସ୍ ମିଡ଼ିଆ ମାମଲା: ଚିଦାମ୍ବରମଙ୍କୁ ମିଳିଲା ଜାମିନ୍
ନୂଆଦିଲ୍ଲୀ,୪।୧୨: ଆଇଏନ୍ଏକ୍ସ୍ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କୁ ବୁଧବାର ସର୍ତ୍ତ ମୂଳକ ଜାମିନ୍ ମିଳିଛି। ସୁପ୍ରିମ୍କୋର୍ଟ ଜାମିନ୍ ଆବେଦନର ବିଚାର କରି ଏହାକୁ ମଞ୍ଜୁର କରିଛନ୍ତି। ଏହି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ସହିତ ଜଡ଼ିତଥିଲା। ପୂର୍ବରୁ ସିବିଆଇ ମାମଲାରେ ଚିଦାମ୍ବରମ୍ଙ୍କୁ…
ଜମ୍ମୁ-କଶ୍ମୀରରେ ପ୍ରବଳ ହିମସ୍ଖଳନ: ଯବାନ ନିଖୋଜ
ଶ୍ରୀନଗର,୪।୧୨: ଉତ୍ତର କଶ୍ମୀରରେ ଅନେକ ଯାଗାରେ ପ୍ରବଳ ହିମସ୍ଖଳନ ଦେଖିବାକୁ ମିଳିଛି। ଏଥିଯୋଗୁ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ଯବାନ ଜଣଙ୍କ ବରଫ ଅତଡା ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି। ତାଙ୍କୁ ଖୋଜିବା ପାଇଁ ସେନାର ଏଆରଟି ଲାଗିପଡିଛନ୍ତି। ସୂଚନାଯୋଗ୍ୟ,…

