Posted inଜାତୀୟ

ଭୟ କମାଉଛି ବିଳମ୍ବିତ ନ୍ୟାୟ

ନୂଆଦିଲ୍ଲୀ,୪ା୧୨: ପରିସଂଖ୍ୟାନ କହେ ପ୍ରତି ୧୫ ମିନିଟରେ ଭାରତର କେଉଁଠି ନା କେଉଁଠି ଜଣେ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ୨୦୧୭ରେ ରୁଜୁ ହୋଇଥିବା ମୋଟ ୩୨,୫୫୯ ବଳାତ୍କାର ମାମଲା ମଧ୍ୟରୁ ୨୯୮ ଘଟଣା (୦.୯%) ଏପରି ରହିଛି, ଯେଉଁଠି ପୀଡ଼ିତା ଶିଶୁକନ୍ୟାଙ୍କ ବୟସ ୬ ବର୍ଷରୁ କମ୍‌। ସେହିପରି ୨.୪% ବଳାତ୍କୃତାଙ୍କ ବୟସ ୬ରୁ ୧୨ ବର୍ଷ। ୧୨-୧୬ ବର୍ଷର ଝିଅ ୧୧.୨%, ୧୬-୧୮ ବର୍ଷୀୟା ଯୁବତୀ ୧୫.୯%, ୩୦-୪୫ ବର୍ଷର ମହିଳା ୧୭.୫% ଯୌନ ବିକୃତିକୁ ସାମ୍ନା କରିଛନ୍ତି। ଅନୁରୂପ ଭାବେ ୧.୫% ପୀଡ଼ିତାଙ୍କ ବୟସ ୪୫ରୁ ୫୦ ବର୍ଷ ଭିତରେ ହୋଇଥିବାବେଳେ ୬୦ ବର୍ଷରୁ କମ୍‌ ବୟସର ୦.୪% ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ଅର୍ଦ୍ଧାଧିକ ଅର୍ଥାତ୍‌ ୫୦.୨% ପୀଡ଼ିତାଙ୍କ ବୟସ ୧୮ରୁ ୩୦ ବର୍ଷ ଭିତରେ ବୋଲି ଏନ୍‌ସିଆର୍‌ବି ରିପୋର୍ଟରେ ଦର୍ଶାଯାଇଛି।
କୁହାଯାଏ ବିଳମ୍ବିତ ନ୍ୟାୟ ହେଉଛି ବିଡ଼ମ୍ବିତ ନ୍ୟାୟ। ଅର୍ଥାତ୍‌ ବିଳମ୍ବରେ ନ୍ୟାୟ ମିଳିଲେ ତାହା ନ୍ୟାୟ ନ ମିଳିବା ସହ ସମାନ। ଅଭିଯୁକ୍ତଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାଇ ଦୋଷୀ ସାବ୍ୟସ୍ତ କରିଦେଲେ କାମ ସରିଯାଏ ନାହିଁ। ବଳାତ୍କାରୀଙ୍କୁ ଫାଶୀଖୁଣ୍ଟରେ ଝୁଲା ନ ଯିବା ଯାଏ ବର୍ବରତାର ଶିକାର ହୋଇଥିବା ନିରୀହ ପୀଡ଼ିତାଙ୍କ ଆମତ୍ାକୁ ଶାନ୍ତି ମିଳେ ନାହିଁ। ଅନ୍ୟପକ୍ଷେ ଥାନାରୁ ନେଇ ସୁପ୍ରିମକୋର୍ଟ ଯାଏ ପୀଡ଼ିତାଙ୍କ ପରିବାର ଧାଉଁଥିବାବେଳେ ଆଇନକୁ ବେଖାତିର ଯୌନ ବିକୃତ ମଣିଷ ଘଟାଇ ଚାଲିଥାଏ ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ। ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ନିର୍ଭୟା କାଣ୍ଡ ଭିଆଇଥିବା ବଳାତ୍କାରୀମାନେ ଏବେ ବି ଜୀବିତ। ତିହାର ଜେଲରେ ଘାତକ ନ ଥିବାରୁ ସେମାନଙ୍କ ଆୟୁଷ ବଢ଼ି ବଢ଼ି ଚାଲିଛି। ସମ୍ଭବତଃ ଏହା ଏକ ଦୃଷ୍ଟାନ୍ତ ଭାବେ ଘୃଣ୍ୟ ମାନସିକତା ସମ୍ପନ୍ନ ପୁରୁଷଙ୍କୁ ପରୋକ୍ଷରେ କୁକାର୍ଯ୍ୟ କରିବା ପାଇଁ ପ୍ରେରିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ତ୍ୱରିତ ନ୍ୟାୟ ମର୍ଯ୍ୟାଦାର ସହ ଜୀବନ ବିତାଇବା ନିମନ୍ତେ କେବଳ ଏକ ଅଧିକାର ନୁହେଁ, ବରଂ ଏହାସହ ଆଇନର ଅବ୍ୟର୍ଥତା ମଧ୍ୟ। ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ରିପୋର୍ଟ ଉପସଂହାରରେ ଜଷ୍ଟିସ୍‌ ଜେ.ଏସ୍‌. ବର୍ମା କମିଟି ଏହା ଉଲ୍ଲେଖ କରିଥିଲେ। ଏହି ମାମଲା ଅଦ୍ୟାବଧି ଶେଷ ହୋଇନାହିଁ। ୨୦୧୨ ଦିଲ୍ଲୀ ଗଣବଳାତ୍କାର ପୀଡ଼ିତା ଓ ହାଇଦ୍ରାବାଦ ଗଣବଳାତ୍କାର ପୀଡ଼ିତାଙ୍କ ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଛି। ଉଭୟଙ୍କ ପେସା ଥିଲା ଡାକ୍ତରୀ। ନିର୍ଭୟା ପାରାମେଡିକାଲ ଛାତ୍ରୀ ହୋଇଥିବାବେଳେ ହାଇଦ୍ରାବାଦ ପୀଡ଼ିତା ଜଣେ ପ୍ରାଣୀ ଚିକିତ୍ସକ। ଉଭୟେ ଗଣବଳାତ୍କାରର ଶିକାର ହେବା ପରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ କାମାସକ୍ତ ବ୍ୟକ୍ତିଙ୍କ ଦ୍ୱାରା ପୋଡ଼ିହୋଇ ଜୀବନ ହାରିଥିଲେ। ତେଣୁ ଦୁଇଟିଯାକ ମାମଲାର ପରିଣାମ ସମାନ ନ ହୋଇ ହାଇଦ୍ରାବାଦ ପୀଡ଼ିତାଙ୍କ ବଳାତ୍କାରୀଙ୍କୁ ତୁରନ୍ତ ଫାଶୀ ଦିଆଯାଉ ବୋଲି ସାଧାରଣରେ ଆକ୍ରୋଶ ଓ କ୍ଷୋଭ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?