ବାୟୁସେନା ବିମାନ ବନ୍ଦରରେ ହାଇ ଆର୍ଲଟ: ଆତ୍ମଘାତୀ ଆକ୍ରମଣ ଆଶଙ୍କା
ନୂଆଦିଲ୍ଲୀ,୨୫।୯: ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ୍ର ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାରତୀୟ ବାୟୁସେନା ବିମାନବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି। ଏସବୁ ବିମାନ ବନ୍ଦର ଉପରେ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଇଛି। ଶ୍ରୀନଗର, ଅଓ୍ବନ୍ତୀପୋରା, ଜମ୍ମୁ, ପଠାଣକୋଟ୍. ହିଣ୍ଡନ୍…
ମହଙ୍ଗା ପିଆଜ ଯୋଗୁ ଅତୀତରେ ୨ ସରକାରଙ୍କ ପତନ ଘଟିଛି: ଏବେ କେଜ୍ରିଓ୍ବାଲ ସରକାରଙ୍କ ଉପରେ ଖଣ୍ଡା
ନୂଆଦିଲ୍ଲୀ,୨୫।୯: ଦେଶରେ ପିଆଜ ଦାମ୍ ଏବେ ବଢ଼ିଚାଲିଛି। ଅତୀତରେ ମହଙ୍ଗା ପିଆଜ ଯୋଗୁ ଦିଲ୍ଲୀର ୨ ସରକାରଙ୍କ ପତନ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଭିନ୍ନ ସ୍ଥାନରେ ୨୨ ଟଙ୍କାରେ ପିଆଜ ଯୋଗାଇବା ଜାରି ରଖିଛନ୍ତି। ୧୯୯୮ରେ…
ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଗିରଫ
ଶାହଜାହାନପୁର,୨୫।୯: ପୂପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ ପୀଡ଼ିତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଏସ୍ଆଇଟି ପକ୍ଷରୁ ଏହାର ତଦନ୍ତ ଜାରି ରହିଛି। ଚିନ୍ମୟାନନ୍ଦଙ୍କଠାରୁ ୫ କୋଟି ଟଙ୍କା…
ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପାକିସ୍ତାନୀ ଡ୍ରୋନ୍ ଧରାପଡ଼ିଲା
ଅମୃତସର,୨୫।୯: ଭାରତରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଡ୍ରୋନ୍ର ବ୍ୟବହାର କରୁଛି। ଏନେଇ ପଞ୍ଜାବ ପୋଲିସ ଏକ ଡ୍ରୋନ୍କୁ ଜବତ କରିଛି। ପଞ୍ଜାବ ପୋଲିସର ଗୋଇନ୍ଦା ଶାଖା ପକ୍ଷରୁ ଏଭଳି ଏକ ଡ୍ରୋନ୍କୁ ଧରାଯାଇଛି। ଏହା ଭାରତ-ପାକିସ୍ତାନ ସୀମାନ୍ତ ଜିଲା…
ଜୈଶ୍ ଟାର୍ଗେଟ୍ରେ ମୋଦି-ଶାହ-ଡୋଭାଲ୍: ୩୦ ସହର ଓ ୪ ବିମାନ ବନ୍ଦର ଉପରେ ଆକ୍ରମଣ ପାଇଁ ମିଳିଲା ଧମକପୂର୍ଣ୍ଣ ଚିଠି
ନୂଆଦିଲ୍ଲୀ,୨୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ୍ଙ୍କୁ ଟାର୍ଗେଟ୍ କରିଛି। ଏନେଇ ଲକ୍ଷ୍ନୌର ବ୍ୟୁରୋ ଅଫ୍…
‘ଡିସେମ୍ବର ୬ରୁ ରାମମନ୍ଦିର ନିର୍ମାଣ’
ଏଟା,୨୫ା୯(ଆଇଏଏନ୍ଏସ୍): ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୬ ତାରିଖରୁ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ମଙ୍ଗଳବାର ଭାଜପା ଏମ୍ପି ସାକ୍ଷୀ ମହାରାଜ କହିଛନ୍ତି। ଉତ୍ତରପ୍ରଦେଶର ଉନ୍ନାଓ ଆସନର ଭାଜପା ଏମ୍ପି ସାକ୍ଷୀ କହିଛନ୍ତି, ରାମମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି ପ୍ରାୟ ଶେଷ…
ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନ ଖାରଜ
ଶାହଜାହାନପୁର,୨୫ା୯(ପି.ଟି.): ଜଣେ ଆଇନ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଥିବା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନକୁ ଉତ୍ତରପ୍ରଦେଶର ଶାହଜାହାନପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଖାରଜ କରିଦେଇଛନ୍ତି। ସେସନ୍ସ କୋର୍ଟରେ ଏନେଇ ଆବେଦନ କରିବାକୁ କୋର୍ଟ ପରାମର୍ଶ…
‘କଶ୍ମୀର ସ୍ଥିତି ଅତି ଖରାପ’
ଜମ୍ମୁ,୨୫ା୯(ପି.ଟି.): ଜମ୍ମୁ-କଶ୍ମୀର ସ୍ଥିତି ଅତ୍ୟନ୍ତ ଖରାପ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ମଙ୍ଗଳବାର କହିଛନ୍ତି। ବର୍ତ୍ତମାନ ସେ ଗଣମାଧ୍ୟମକୁ କିଛି କହିବେ ନାହିଁ। ଯାହା କହିବାର ଅଛି ଗସ୍ତ ଶେଷ ହେବା ପରେ ହିଁ କହିବେ। ତାଙ୍କୁ…
୨୫ ହଜାର କୋଟିର ମନିଲଣ୍ଡରିଂ ମାମଲା: ପାଓ୍ବାରଙ୍କ ବିରୋଧରେ ଇଡିର ତନାଘନା
ନୂଆଦିଲ୍ଲୀ,୨୫ା୯(ପି.ଟି.): ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଏବେ ମନି ଲଣ୍ଡରିଂ ମାମଲାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ସେ ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜାଲରେ ପଡ଼ିଛନ୍ତି। ଏନେଇ…
ପିଓକେରେ ଶକ୍ତିଶାଳୀ ଭୂକମ୍ପ:୨୬ ମୃତ
ଇସ୍ଲାମାବାଦ/ନୂଆଦିଲ୍ଲୀ,୨୫-୯(ପି.ଟି.) :ପାକ୍-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍ଲାମାବାଦ ସମେତ ପାକିସ୍ତାନର ଉତ୍ତରଭାଗର ଅନେକ ଅଞ୍ଚଳ ଥରିଉଠିଛି। ଏଥିରେ ଅନୂ୍ୟନ ୨୬ ଜଣ ପ୍ରାଣ ହରାଇଥିବାବେଳେ…
ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…
ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି। ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧାକପ୍ ସପୁରୀ ରସ ପିଇଲେ ବାର୍ଦ୍ଧକ୍ୟଠାରୁ ଏହା ଦୂରେଇ…
ପିଓକେରେ ଭୂକମ୍ପ: ୧୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୩୦୦ରୁ ଊର୍ଦ୍ଧ୍ୱ ଆହତ
ଇସ୍ଲାମାବାଦ/ନୂଆଦିଲ୍ଲୀ,୨୪ା୯(ପି.ଟି.)- ପାକ୍-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍ଲାମାବାଦ ସମେତ ପାକିସ୍ତାନର ଉତ୍ତରଭାଗର ଅନେକ ଅଞ୍ଚଳ ଥରିଉଠିଛି। ଏଥିରେ ଅନୂ୍ୟନ ୧୯ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ…
Archives


