ଜାତୀୟ

ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ ଥିଲେ ବୋଲି ଏକ ନୂଆ ପୁସ୍ତକରେ ଯୁକ୍ତି ବଢ଼ାଯାଇଛି। ଅଙ୍କିତ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଗରିବ ପ୍ରାର୍ଥୀଙ୍କ ପାଖରେ ଶୂନ ଟଙ୍କା; ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୫ ଶହ କୋଟି

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବ। ୨୮୮ ଆସନ ପାଇଁ ନିର୍ବାଚନ ମଇଦାନରେ ୩ ହଜାର ୨ଶହ ୩୭ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଲଢୁଥିବା ସବୁଠାରୁ ଗରିବ ପ୍ରାର୍ଥୀଙ୍କ ନାମ ହେଉଛି ଭେଙ୍କଟେଶ୍ୱର ମହାସ୍ବାମୀ। ତାଙ୍କ ପାଖରେ କୌଣସି…

ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ ଆସୁଥିବା ଗଧମାନଙ୍କର ନାଁ କୌଣସି ଫିଲ୍ମ ଷ୍ଟାର ଅବା ରାଜନେତାଙ୍କ ନାମ ଅନୁସାରେ ରଖାଯାଇଥାଏ।…

ସେନା ଯବାନଙ୍କ ପାଇଁ ପଠାଯିବ ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌: ଏକେ-୪୭ ଗୁଳିମାଡ଼କୁ ଆଉ ରହିବନି ଭୟ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ମୁକାବିଲା କରୁଥିବା ଯବାନଙ୍କ ସୁରକ୍ଷା ପାଇଁ ଖୁବ୍‌ ଶୀଘ୍ର ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପଠାଯିବ। ଏହି ଜ୍ୟାକେଟ୍‌ର ଏକେ-୪୭ ସହିତ ଅନ୍ୟ ବନ୍ଧୁକର ଗୁଳିମାଡ଼କୁ ସହ୍ୟ କରିବାର କ୍ଷମତା ରହିଛି। ବୋରନ୍‌ କାର୍ବାଇଡ୍‌…

ବଜାରକୁ ଆସିଲା ‘ଇଟ୍‌ କପ୍‌’

ହାଇଦ୍ରାବାଦ: ଦେଶବ୍ୟାପୀ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ପରେ ପରିବେଶ ଉପଯୋଗୀ ବିଭିନ୍ନ ସାମଗ୍ରୀ ବଜାରରେ ଦେଖିବାକୁ ମିଳୁଛି। ବଜାରରେ ଏଭଳି ସାମଗ୍ରୀର ଚାହିଦା ମଧ୍ୟ ବଢ଼ୁଛି। ଏହାଭିତରେ ହାଇଦ୍ରାବାଦ୍‌ର ଏକ କମ୍ପାନୀ ଏଭଳି ଏକ କପ୍‌ ତିଆରି କରିଛି, ଯେଉଁଥିରେ ଥଣ୍ଡା…

ହଷ୍ଟେଲରୁ ଖାଦ୍ୟ ଚୋରି: ଛାତ୍ରଙ୍କୁ ୨୦ ହଜାର ଜରିମାନା

ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଜବ ଘଟଣା। ଭୋକରେ ଥିବା ଜଣେ ଛାତ୍ର ହଷ୍ଟେଲରୁ ଖାଦ୍ୟ ଚୋରିକରି ଖାଇବାରୁ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଲଗାଯାଇଛି। ବି.ଏ. ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଆୟୁଷ ସିଂ ନାମକ ଛାତ୍ରଙ୍କୁ ଏଭଳି…

ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧି ପରୀକ୍ଷା ଦେଲେ ଶିକ୍ଷାର୍ଥୀ: ସୋସିଆଲ ମିଡ଼ିଆରେ ଭାଇରାଲ

ହାଭେରି,୧୯।୧୦: କର୍ନାଟକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଭାଗଥ୍‌ ପିୟୁ କଲେଜରେ ପ୍ରଥମ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଶିକ୍ଷାର୍ଥୀମାନଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧିବାକୁ ପଡ଼ିଛି। କପି ନକରିବା ଲାଗି କଲେଜ ମ୍ୟାନେଜମେଣ୍ଟ୍‌ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା…

ଛତିଶଗଡ଼ରେ ବିକ୍ରି ହେବ ନାହିଁ ଷ୍ଟିକର ଲାଗିଥିବା ଫଳ

ରାୟପୁର,୧୯।୧୦: ଫଳରେ ଷ୍ଟିକର ଲାଗିଥିଲେ ତାହା ବିକ୍ରି ହୋଇପାରିବ ନାହିଁ। ଏମିତି ଫଳ ଉପରେ ଛତିଶଗଡ଼ ସରକାର ଶୁକ୍ରବାର ନିଷେଧାଜ୍ଞା ଜାରି କରିଛନ୍ତି। ଏଥିପାଇଁ ସମସ୍ତ ଫଳ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ସତର୍କ କରି ଦିଆଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ…

ସମୟାନୁବର୍ତ୍ତିତାରେ ଭାରତୀୟ ରେଳ ପଛୁଆ: ଆର୍‌ଟିଆଇ ରିପୋର୍ଟ

ନୂଆଦିଲ୍ଲୀ,୧୯।୧୦: ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସମୟାନୁବର୍ତ୍ତିତାରେ ଏହା ପଛୁଆ ରହିଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ମିଳିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ପାସେଞ୍ଜର ଟ୍ରେନ୍‌ ଗୁଡ଼ିକ ମଧ୍ୟରୁ…

ରାହୁଲ କଲେଜ ଛାତ୍ରଙ୍କ ସହିତ ଖେଳିଲେ କ୍ରିକେଟ୍‌: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ରଓ୍ବୋରି,୧୯।୧୦: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହରିୟାଣାରେ ବିଧାନସଭା ନିର୍ବାଚନ ପଚାର କରିବାକୁ ଯାଇଥିବା ସମୟରେ ନେଟ୍‌ରେ କିଛି ଛାତ୍ରଙ୍କ ସହିତ କ୍ରିକେଟ ଖେଳୁଥିବାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମହେନ୍ଦ୍ରଗଡ଼ରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ…

କୌଣସି କାମ ଛୋଟ ନୁହେଁ: ଜନନୀ

ହାଇଦ୍ରାବାଦ,୧୯।୧୦: ତେଲେଙ୍ଗାନା ହାଇଦ୍ରାବାଦର ୨୦ ବର୍ଷିୟା ଯୁବତୀ ଜନନୀ ରାଓ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କାରଣ ସାମାଜିକ କଟକଣାକୁ ଭାଙ୍ଗି ସେ ଏବେ ସାଜିଛନ୍ତି ଫୁଡ୍‌ ଡେଲିଭରି ଏକଜ୍ୟୁକିଟିଭ। ଅନ୍‌ଲାଇନ୍‌ ଫୁଡ୍‌ ଅଡରିଂ ଆଣ୍ଡ ଡେଲିଭରି ପ୍ଲାଟଫର୍ମ…

କେନ୍ଦ୍ର, ଆସାମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଏନ୍‌ଆର୍‌ସି କୋଅର୍ଡିନେଟରଙ୍କୁ ମଧ୍ୟପ୍ରଦେଶ ବଦଳି କର

ନୂଆଦିଲ୍ଲୀ,୧୯ା୧୦: ଆସାମ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କୋଅର୍ଡିନେଟର ପ୍ରତୀକ୍‌ ହାଜେଲାଙ୍କୁ ମଧ୍ୟପ୍ରଦେଶ ବଦଳି କରିବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ଆର୍‌.ଏଫ୍‌.…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri