Posted inଜାତୀୟ

ଆନ୍ଧ୍ରପ୍ରଦେଶର ୩ ରାଜଧାନୀ ଫର୍ମୁଲା: ଆଜି ଲାଗିପାରେ ମୋହର, ଅମରାବତୀରେ ୧୪୪ ଧାରା ଜାରି

ହାଇଦ୍ରାବାଦ,୨୭।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସରକାର ରାଜ୍ୟରେ ତିନି ରାଜଧାନୀ କରିବାର ଯୋଜନା ଉପରେ ଶୁକ୍ରବାର ମୋହର ଲଗାଇପାରନ୍ତି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୩ ରାଜଧାନୀ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ଏହାକୁ ନେଇ ଅମରାବତୀରେ ବିରୋଧ ପ୍ରଦର୍ଶନ କରାଯାଇଛି। କୃଷକଙ୍କଠାରୁ ଆରମ୍ଭ କରି ବିପକ୍ଷ ପର୍ଯ୍ୟନ୍ତ ୩ ରାଜଧାନୀ ଫର୍ମୁଲାକୁ ବିରୋଧ କରିଛନ୍ତି। ଫଳରେ ଅମରାବତୀରେ ୧୪୪ ଧାରା ଜାରି କରାଯାଇଛି। ଏହାସହ କିଛି ଟିଡିପି ନେତାଙ୍କୁ ଗିରଫ କରାଯିବା ସହ ଅନ୍ୟ କିଛି ନେତାଙ୍କୁ ନଜରବନ୍ଦୀ ରଖାଯାଇଛି। ସୂଚନାଯୋଗ୍ୟ, ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱ ସରକାର ଗଠନ ପରେ ୩ ରାଜଧାନୀ ରାଜଧାନୀ ନିର୍ମାଣ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି କମିଟିର ସଦସ୍ୟ ଆଗାମୀ ଦୁଇ ମାସରେ ଏହା ଉପରେ ରିପୋର୍ଟ ଦେଇଥିଲେ। ରାଜ୍ୟର ବିକାଶକୁ ଅଧିକ ତ୍ୱରାତ୍ୱିତ କରିବାକୁ ତିନୋଟି ରାଜଧାନୀ ନିର୍ମାଣ ପ୍ରସ୍ତାବ ଉପରେ ବିଚାର କରାଯାଇଥିଲା। ଯଦି ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରସ୍ତାବକୁ କାର୍ୟ୍ୟ କାରୀ କରନ୍ତି ତେବେ ଆନ୍ଧ୍ର ପ୍ରଦେଶ ଦେଶର ପ୍ରଥମ ଏମିତି ରାଜ୍ୟ ହେବ ଯାହାର ତିନୋଟି ରାଜଧାନୀ ହେବ। ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାର ବିଭାଜନ ପରେ ହାଇଦ୍ରାବାଦକୁ ଦୁଇ ରାଜ୍ୟର ଯୁଗ୍ମ ରାଜଧାନୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?