Posted inଜାତୀୟ

ସେନାଧ୍ୟକ୍ଷଙ୍କ ସିଏଏ ମନ୍ତବ୍ୟକୁ ନେଇ ବିବାଦ:ଅବସର ବେଳେ ଅଡ଼ୁଆ

ନୂଆଦିଲ୍ଲୀ,୨୭-୧୨(ପି.ଟି.):ସିଏଏକୁ ବିରୋଧ କରିବା ଲାଗି ଯୁବବର୍ଗଙ୍କୁ ଭୁଲ୍‌ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ ବୋଲି ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାଓ୍ବତ୍‌ ଗୁରୁବାର କହିଛନ୍ତି। ଉଗ୍ର ହିଂସାକାଣ୍ଡ, ପୋଡ଼ାଜଳା କରିବା ଲାଗି ଯୁବ, ଛାତ୍ରଙ୍କୁ ଏକାଠି କରି ବାଟବଣା କରିବା ଅନୁଚିତ ବୋଲି ସେ ମତ ଦେଇଛନ୍ତି। ଜଣେ ନେତା ଲୋକଙ୍କୁ ଠିକ୍‌ ବାଟ ଦେଖାଇବା ଉଚିତ। ଜନସାଧାରଣଙ୍କ ସମ୍ପତ୍ତି ଭାଙ୍ଗିବା ଓ ପୋଡ଼ାଜଳା କରିବା ଲାଗି ପ୍ରବର୍ତ୍ତାଇବା ଠିକ୍‌ନୁହେଁ। ପ୍ରକାଶଥାଉ କି, ଜେନେରାଲ ରାଓ୍ବତ୍‌ ଆଗାମୀ ୩୧ରେ ଅବସର ଗ୍ରହଣ କରୁଛନ୍ତି। ସିଡିଏସ୍‌ ପଦବୀରେ ସେ ଅବସ୍ଥାପିତ ହେବାର ସମ୍ଭାବନା ରହିଛି।
ସେନାଧ୍ୟକ୍ଷଙ୍କ ଏଭଳି ମନ୍ତବ୍ୟକୁ ନେଇ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ରାଜନୈତିକ ପ୍ରସଙ୍ଗ ଉପରେ ସେନାଧ୍ୟକ୍ଷ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି କଂଗ୍ରେସ କହିଛି। କଂଗ୍ରେସ ମୁଖପାତ୍ର ବ୍ରିଜେଶ୍‌ କଲାପ୍ପା, ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଆସାଦୁଦ୍ଦିନ୍‌ ଓଓ୍ବାଇସି ଜଣେ ଜଣଙ୍କ କାର୍ଯ୍ୟାଳୟର ପରିସୀମା ଜାଣିବା ଦରକାର ବୋଲି ସମାଲୋଚନା କରି କହିଛନ୍ତି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ସାମ୍ପ୍ରଦାୟିକ ହିଂସା ଓ ଗଣହତ୍ୟା ଲାଗି ବାଟ ଫିଟାଉଥିବା ଲୋକଙ୍କୁ ବି ନେତା କୁହାଯିବା ଅନୁଚିତ ବୋଲି ଜବାବ୍‌ ଦେଇ ମତ ରଖିଛନ୍ତି। ସିପିଏମ୍‌ ପକ୍ଷରୁ ସେନାଧ୍ୟକ୍ଷଙ୍କ ବିବୃତିକୁ ନେଇ ସମାଲୋଚନା କରାଯାଇଛି। ତାଙ୍କ ରାଜନୈତିକ ମନ୍ତବ୍ୟ ସଂସ୍ଥାଗତ ଭୂମିକାର ସୀମା ଲଙ୍ଘନ କରୁଛି ଓ ଏଥିଲାଗି ସେ କ୍ଷମା ମାଗିବା ଉଚିତ ବୋଲି ସିପିଏମ୍‌ ପଲିଟି ବ୍ୟୁରୋ ପକ୍ଷରୁ ଦର୍ଶାଯାଇଛି। ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ପଦାଧିକାରୀ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ସିପିଏମ୍‌ ନେତା ସୀତାରାମ ୟେଚୁରୀ କହିଛନ୍ତି। ପାକିସ୍ତାନ ଭଳି ସେନାର ରାଜନୀତିକରଣ ଆଡ଼କୁ ଯିବା ଅନୁଚିତ। ଭାରତ ସ୍ବାଧୀନତା ଇତିହାସରେ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ରାଜନୀତି କଥା କହି ଗଣତାନ୍ତ୍ରିକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଅନୁଚିତ ବୋଲି ସିପିଏମ୍‌ କହିଛି। ଏଥିଲାଗି ଦେଶକୁ ସେ କ୍ଷମା ମାଗିବା ଦରକାର ବୋଲି ଦଳ ପକ୍ଷରୁ ଦର୍ଶାଯାଇଛି। ମାନବାଧିକାର କର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି, ପାକିସ୍ତାନ ଓ ବାଂଲାଦେଶରେ ସେନା ରାଜନୀତିର ଭାଷା କହେ। ହେଲେ ଭାରତରେ ଏଭଳି ଘଟଣା ଦୀର୍ଘ ୭୦ ବର୍ଷ ହେବ ଶୁଣିବାକୁ ମିଳି ନ ଥିଲା। ସେନାଧ୍ୟକ୍ଷଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

ପଟ୍ଟାଙ୍ଗି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ, ନନ୍ଦପୁର ବ୍ଲକ ଘେରିଲା ବିଜେଡି

ନନ୍ଦପୁର/ପାଡୁଆ,୩ା୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ନିର୍ବାଚନ ପରଠୁ ଶିତଳାବସ୍ଥାରେ ଥିବା ବିଜୁ ଜନତା ଦଳ ବୁଧବାର ଶକ୍ତି ପ୍ରଦର୍ଶନ…

ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri