ଜାତୀୟ

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୧ କିଲୋ ପ୍ଲାଷ୍ଟିକ ଅବା ୧୦ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ପ୍ୟାକେଟ(୫୦୦ଗ୍ରାମ) କ୍ଷୀର…

ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତୀୟ ସେନା : ୨ ପାକ୍‌ ସେନା ନିହତ

ନୂଆଦିଲ୍ଲୀ,୨୬।୧୨: ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ପାକିସ୍ତାନ ପକ୍ଷରୁ ବୁଧବାର ଏଲ୍‌ଓସିର ଉରି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ପାକିସ୍ତାନ ପଟରୁ କରାଯାଇଥିବା ଗୁଳି ଚାଳନାରେ ଭାରତୀୟ ସେନାର ଜଣେ ଯବାନ…

ପର୍ଯ୍ୟଟକଙ୍କ ପସନ୍ଦର ୧୦୦ ସହର: ଟପ୍‌ ୨୦ରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: କର୍ମମୟ ଜୀବନରେ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ଅଫିସ ବା ଘର କାମରୁ କିଛି ସମୟ ବାହାର କରି ଲୋକମାନେ ଟିକେ ବୁଲି ଆସିବାକୁ ଭାବନ୍ତି। ଘରଠୁ ଦୂର ଯେକୌଣସି ଜାଗାକୁ ଯାଇ ଶରୀର ଓ ମସ୍ତିଷ୍କକୁ ଟିକେ ରେଷ୍ଟ…

ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିଲେ ମୋଦି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ବିରଳ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବେଳେ ଏହାର ଏକ ଫଟୋ ଶେୟାର କରିଛନ୍ତି। ଏହା ପୂର୍ଣ୍ଣ ସୂର୍ଯ୍ୟୋପରାଗ ହୋଇ ନ ଥିବା ବେଳେ ସୂର୍ଯ୍ୟର ବାହାର…

ମାଙ୍ଗାଲୁରୁ ବିକ୍ଷୋଭକାରୀ ମୃତ୍ୟୁ ଘଟଣା: ସହାୟତା ଫେରାଇନେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୬ା୧୨(ପି.ଟି.): ମାଙ୍ଗାଲୁରୁରେ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ନିହତ ଦୁଇଜଣ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବାକୁ କର୍ନାଟକ ସରକାର ଘୋଷଣା କରିଥିଲେ। ଏହି ସହାୟତାକୁ ପ୍ରତ୍ୟାହାର କରିନିଆଯାଇଥିବା ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା…

ସମ୍ପତ୍ତି ନଷ୍ଟକୁ ନିନ୍ଦା କଲେ ମୋଦି

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୬ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରାଯିବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ବିକ୍ଷୋଭକାରୀ ଠିକ୍‌ କରିଛନ୍ତି, ନା ଭୁଲ୍‌ ତାହାର ଆତ୍ମସମୀକ୍ଷା କରିବା ଆବଶ୍ୟକ। ସର୍ବସାଧାରଣ ସମ୍ପତ୍ତିର ଯତ୍ନ…

କଂଗ୍ରେସ କ୍ଷମତାକୁ ଆସିଲେ ରିହାତିରେ ମିଳିବ ବିଦ୍ୟୁତ: ସୁଭାଷ ଚୋପ୍ରା

ନୂଆଦିଲ୍ଲୀ,୨୬।୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେଠାରୁ ପ୍ରାୟ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତ କଲେଣି। ଏବେ ସାରା ଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନୈରାଶ୍ୟଜନକ ପ୍ରଦର୍ଶନ ସହ କଂଗ୍ରେସ ଦୁଇପାଦ…

ଦୃଶ୍ୟମାନ ହେଲା ବର୍ଷର ଶେଷ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି। ବିଭିନ୍ନ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କାରଣ ଏହାକୁ ଖାଲି ଆଖିରେ…

ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ନୋଟିସ ଜାରି କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ମାନବାଧିକାର ଉଲ୍ଲଂଘନ ହୋଇଥିବା ନେଇ ଏନ୍‌ଏଚ୍‌ଆର୍‌ସିରେ ଏକାଧିକ ଅଭିଯୋଗ ହୋଇଥିଲା।…

ଝାଡ଼ଖଣ୍ଡ ଫଳାଫଳ କହୁଛି ଆଗାମୀ ନିର୍ବାଚନରେ ଦିଲ୍ଲୀରୁ ସବୁ ଆସନ ପୋଛିନେବ ଏଏପି: ସଞ୍ଜୟ

ନୂଆଦିଲ୍ଲୀ,୨୬।୧୨: ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି ନିକଟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ବାରି ହୋଇପଡୁଛି ଏଥର ଦ୍ୱିତୀୟ ଥର ଲାଗି ଦିଲ୍ଲୀରେ ଶାସନ କ୍ଷମତା ହାତକୁ ନେବ ଏଏପି। ଏହି ଦଳ ବହୁମତରେ ବିଜୟ…

ୟୁପିରେ ସିଏଏ ବିରୋଧୀ ହିଂସା: ୩୦୦ ଜଣଙ୍କୁ ନୋଟିସ

ଲକ୍ଷ୍ନୌ, ୨୬ା୧୨: ସିଏଏ ବିରୋଧୀ ହିଂସାକାଣ୍ଡ ଓ ପୋଡ଼ାଜଳା ଯୋଗୁ ଉତ୍ତରପ୍ରଦେଶ(ୟୁପି)ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉଭୟ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟହୋଇଛି। ଏହି କ୍ଷୟକ୍ଷତି ଭରଣା ଲାଗି ଉତ୍ତରପ୍ରଦେଶର ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।…

ମହାରାଷ୍ଟ୍ରରେ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ

ପୁଣେ,୨୬ା୧୨(ଏଏଫ୍‌ପି): ମହାରାଷ୍ଟ୍ରରେ ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୫ ଏପ୍ରିଲ ୧ରୁ ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପ ମିଆଦୀ କୃଷିଋଣ ଛାଡ଼ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?