କର୍ତାରପୁର କରିଡର:ପାକିସ୍ତାନର ନୂଆ ଘୋଷଣାରୁ ଦ୍ୱନ୍ଦ୍ୱ
ଇସ୍ଲାମାବାଦ,୮-୧୧(ଆଇଏଏନ୍ଏସ୍):କର୍ତାରପୁର କରିଡରକୁ ନେଇ ପାକିସ୍ତାନ ସରକାରଙ୍କ ନୂଆ ଘୋଷଣା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କର୍ତାରପୁର ଗୁରୁଦ୍ୱାର ଆସିବା ଲାଗି ଭାରତୀୟ ତୀର୍ଥଯାତ୍ରୀଙ୍କର ପାସ୍ପୋର୍ଟ ଆଣିବା ଆବଶ୍ୟକ ନାହିଁ ବୋଲି ପାକ୍ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏଥିସହିତ ୧୦ ଦିନ ଆଗରୁ…
ସରକାର ଗଠନ ବିଳମ୍ବିତ
ମୁମ୍ବାଇ,୮-୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବିଳମ୍ବିତ ହୋଇଛି। ତ୍ରୟୋଦଶ ବିଧାନସଭା ଅବଧି ଶେଷ ହେବାକୁ ୨୪ ଘଣ୍ଟାରୁ କମ୍ ସମୟ ବାକି ଥିବାବେଳେ କେଉଁ ଦଳ ବା ମେଣ୍ଟ କ୍ଷମତାର ଡୋରି ଧରିବ ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି…
ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ
ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍ଏସ୍):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୩୦…
‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’
ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ (ବ୍ୟବସାୟ ଲାଗି ସହଜ ବ୍ୟବସ୍ଥା) ସୂଚକାଙ୍କରେ ଭାରତ ୭୯ ସ୍ଥାନ ଉପରକୁ ଉଠିପାରିଛି।…
ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ
ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍ଏସ୍):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ। ତେଣୁ…
ଡାଇବେଟିସ୍ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଖାଆନ୍ତୁ ଏହି ପତ୍ରର ଚଟଣି…
ଧନିଆ ପତ୍ର ଚଟଣି ଶରୀର ପାଇଁ ବହୁ ଉପକାରୀ। ନିୟମିତ ଏହାକୁ ଖାଇଲେ ଶରୀରରେ ଇନସୁଲିନ କ୍ଷରଣ ସ୍ବାଭାବିକ ହେବା ସହ ସୁଗାର ଲେବଲ୍ କମ ହୋଇଥାଏ। ଫଳରେ ଡାଇବେଟିସ୍ ସମସ୍ୟା ଦୂର ହୋଇଥାଏ। ଏହା ରକ୍ତସଞ୍ଚାଳନକୁ ନିୟନ୍ତ୍ରିତ କରିବା ସହ…
ପାଣି ଓଭର ଫ୍ଲୋ ହେବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ଜରିମାନା
ଲକ୍ଷ୍ନୌ: କୌଣସି କାର୍ଯ୍ୟାଳୟରେ କିଛି ଭୁଲ ହେଲେ ବରିଷ୍ଠ କର୍ମଚାରୀ ବର୍ତ୍ତି ଯାଉଥିବା ବେଳେ ତଳିଆ କର୍ମଚାରୀ ଫସିଯାଆନ୍ତି। ବେଳେବେଳେ ଏଥିପାଇଁ ସେମାନଙ୍କୁ ଅସୁବିଧା ମଧ୍ୟ ଭୋଗିବାକୁ ପଡ଼ିଥାଏ। ହେଲେ ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ…
ସରକାର ଅନୁମତି ନ ଦେଲେ ବି ପାକିସ୍ତାନ ଯିବି: ସିଦ୍ଧୁ
ନୂଆଦିଲ୍ଲୀ,୭।୧୧: କରତାରପୁର କରିଡର ଉଦଘାଟନ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ପାକିସ୍ତାନ ଯିବା ପାଇଁ ଜିଦ୍ ଧରି ବସିଛନ୍ତି ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି…
ରେଲଓ୍ବେ ଟ୍ରାକ୍ ଉପରେ ସଚେତନତା ସୃଷ୍ଟି କରୁଛନ୍ତି ଯମରାଜା
ମୁମ୍ବାଇ,୭।୧୧: ଯମରାଜା କଥା କହିଲେ ଲୋକେ ଶିହିରି ଉଠିବା ସହ ଯେତେ ସମ୍ଭବ ତାଙ୍କଠାରୁ ଦୂରେଇ ରହିବାକୁ ଚାହାନ୍ତି। ତାଙ୍କୁ ସ୍ବଚକ୍ଷୁରେ କେହି ଦେଖି ନ ଥିବା ବେଳେ ପୌରାଣିକ ମତରେ ତାଙ୍କର ମାନ୍ୟତା ରହିଛି। ଫିଲ୍ମରେ ଦେଖିଥିବେ ଯେକୌଣସି ଦୁର୍ଘଟଣା…
ପାକିସ୍ତାନ ଯିବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଲେ ସିଦ୍ଧୁ
ଚଣ୍ଡିଗଡ଼,୭।୧୧: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଗୁରୁବାର ବିଦେଶ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ କରତ୍ତାରପୁର କରିଡର ସମାରୋହରେ ସାମିଲ ହେବାକୁ ପାକିସ୍ତାନ ଯିବା ପାଇଁ ସେ ଅନୁମତି ମାଗିଛନ୍ତି।…
ଯେଉଁଠି ଭଗବାନ ଶିବଙ୍କ ଗୋଡ଼ ଆଙ୍ଗୁଠି ପୂଜା କରାଯାଏ
ରାଜସ୍ଥାନରେ ଏପରି ଏକ ମନ୍ଦିର ରହିଛି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେକୌଣସି ଶିବ ମନ୍ଦିରରେ ଶିବଙ୍କ ଲିଙ୍ଗ କିମ୍ବା ମୂର୍ତ୍ତି ପୂଜା ପାଉଥିଲାବେଳେ ରାଜସ୍ଥାନ ମାଉଣ୍ଟଆବୁର ଅଚଳଗଡରେ ଥିବା ‘ଅଚଳେଶ୍ୱର ମହାଦେବ’ଙ୍କ ମନ୍ଦିରରେ ଶିବଙ୍କ ଗୋଡ ଆଙ୍କୁଠି…
ଅଯୋଧ୍ୟା ଶୁଣାଣି ପୂର୍ବରୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଅଯୋଧ୍ୟା ପ୍ରଶାସନ ପକ୍ଷରୁ ଗୁରୁବାର ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅଯୋଧ୍ୟାର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଅନ୍ୟପଟେ ପଞ୍ଚ…
Archives


