ଜାତୀୟ

ମୁମ୍ବାଇ ମାରାଥନରେ ଭାଗନେଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୯।୧: ରବିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୭ତମ ମୁମ୍ବାଇ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଡ୍ରିମ୍‌ ରନ୍‌ରେ ଯୋଗ ଦେବାକୁ ବହୁ ସଂଖ୍ୟକ ପ୍ରତିଯୋଗୀ ପହଞ୍ଚିଥିବା ଦେଖାଯାଇଛି। ପିଲାମାନଙ୍କ ସହ ବଲିଉଡ୍‌ ଅଭିନେତା ରାହୁଲ ବୋଷ,…

ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ। ହେଲେ କାର୍‌ରେ ତାଙ୍କ ସହ ଥିବା ତାଙ୍କ ସ୍ବାମୀ ଜାଭେଦ ଅଖତର ଅଳ୍ପକେ…

ସାଇବାବାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ଶିରିଡି,୧୯।୧: ଆଜି ଶିରିଡି ବନ୍ଦ ଥିବା ବେଳେ ସାଇବାବାଙ୍କ ମନ୍ଦିର କିନ୍ତୁ ଖୋଲା ରହିଛି। ସକାଳୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡିରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ନୁହେଁ ବୋଲି…

ଭାଇଚାରାର ବାର୍ତ୍ତା ନେଇ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଲେ

ଅଜମେର,୧୯।୧: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ଏବଂ ଭାଇଚାରା ଜାରି ରଖିବା ପାଇଁ ଅଜମେରର ସୁଫିଆ ଖାଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ସୁଫିଆ ୧୦୦ ଦିନରେ ୪ ହଜାର ୩୫ କିମି ଦୌଡ଼ିବା ଲାଗି ଯୋଜନା କରିଥିଲେ। ତେବେ ୮୭ ଦିନରେ…

ଭାଜପା କର୍ମୀଙ୍କ ଉପରେ ପୋଲିସର ଲାଠିମାଡ଼

କୋଲକାତା,୧୮ା୧(ଏଆଇଏନ୍‌ଏସ୍‌): ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ଶନିବାର ଶୋଭାଯାତ୍ରା ବାହାର କରିଥିବା ଭାଜପା କର୍ମୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ରାଜ୍ୟ ଭାଜପା ସଭାପତି ଦିଲୀପ ଘୋଷଙ୍କ ନେତୃତ୍ୱରେ ଏହି ର଼୍ୟାଲି…

୫୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ମୁମ୍ବାଇ,୧୯।୧(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ଶନିବାର ୫୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପୂର୍ବତନ ଏଏପି ନେତା ଆଳକା ଲାମ୍ବା ଚାନ୍ଦ୍‌ନୀଚୌକ, ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ କୀର୍ତ୍ତି ଆଜାଦ୍‌ଙ୍କ ସ୍ତ୍ରୀ ପୁନମ୍‌ ସଙ୍ଗମବିହାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ…

‘ଭଗବାନ କହିଲେ ବି କ୍ଷମାଦେବିନି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦିଲ୍ଲୀର ପାରାମେଡିକାଲ ଛାତ୍ରୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କରିଥିବା ଅନୁରୋଧକୁ ନିର୍ଭୟାର ମାଆବାପା ଅଗ୍ରାହ୍ୟ କରିଦେଇଛନ୍ତି। ଭଗବାନ କହିଲେ ବି ସେ କ୍ଷମା ଦେବେନାହିଁ…

ଦୈନିକ ଆତ୍ମହତ୍ୟା କରୁଛନ୍ତି ୩୫ ବେକାର

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦେଶରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ୨୦୧୮ରେ ଦୈନିକ ହାରାହାରି ୩୫ ଜଣ ବେରୋଜଗାରୀ ଓ ୩୬ଜଣ ଆତ୍ମନିଯୁକ୍ତି ପାଇଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିବର୍ଷ ମୋଟ ୨୬,୦୮୫ ଜଣ ବେରୋଜଗାରୀ ଓ ଆତ୍ମନିଯୁକ୍ତ ବ୍ୟକ୍ତି ଜୀବନ ହାରିଥିବା ଜାତୀୟ…

ରାଜନୀତି ସହ ଆର୍‌ଏସ୍‌ଏସ୍‌ର ସମ୍ପର୍କ ନାହିଁ: ଭାଗବତ

ମୋରାଦାବାଦ୍‌,୧୮।୧(ପି.ଟି.): ଦେଶବାସୀଙ୍କ ନୈତିକ ବିକାଶ, ସାଂସ୍କୃତିକ ଓ ମାନବିକ ମୂଲ୍ୟବୋଧର ଉତ୍‌ଥାନ ଲାଗି ଆର୍‌ଏସ୍‌ଏସ୍‌ କାମ କରିଆସୁଛି, ରାଜନୀତି ସହ ଏହି ସଙ୍ଗଠନର କୌଣସି ସମ୍ପର୍କ ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଆର୍‌ଏସ୍‌ଏସ୍‌ର ୪…

ସଭର୍‌କରଙ୍କ ବିରୋଧୀ ଆଣ୍ଡାମାନ ଜେଲ୍‌ରେ ୨ ଦିନ କାଟନ୍ତୁ: ରାଉତ

ମୁମ୍ବାଇ,୧୮।୧(ପି.ଟି.): ହିନ୍ଦୁତ୍ୱ ବିଚାରଧାରା ସମ୍ପନ୍ନ ଭି.ଡି. ସଭର୍‌କରଙ୍କୁ ଭାରତରତ୍ନ ପ୍ରଦାନ କରିବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି। ଏହାକୁ ବିରୋଧ କରୁଥିବା ଲୋକେ ସଭର୍‌କର ରହିଥିବା ଆଣ୍ଡାମାନ ସେଲୁଲାର୍‌ ଜେଲରେ ୨ ଦିନ କାଟନ୍ତୁ ବୋଲି ସେ…

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି ଓ କିଛି ତଥ୍ୟ…

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ସେଥିରେ ତାଙ୍କ ସ୍ବାମୀ ଜାଭେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?