Posted inଜାତୀୟ

ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚିଛି ଆଇଏସ୍‌ଆଇ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୯।୧: ଆଗକୁ ଗଣତନ୍ତ୍ର ଦିବସ। ଏହା ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଅଲ-ବଦ୍ର ଆତଙ୍କବାଦୀ ସଂଗଠନ ସହାୟତାରେ ଏଭଳି ଆକ୍ରମଣ କରିବା ଲାଗି ଆଇଏସ୍‌ଆଇ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। କିଛି ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍‌ସିଆର୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଗିରଫ ହୋଇଥିବା କିଛି ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀଙ୍କୁ ପଚରାଉଚରା ସମୟରେ ଜଣାପଡ଼ିଥିଲା ଯେ, ଦିଲ୍ଲୀ ସମେତ ପଶ୍ଚିମ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବଡ଼ଧରଣର ଆକ୍ରମଣ ଲାଗି ଷଡ଼ଯନ୍ତ୍ର ହୋଇଥିଲା।  ଦେଶର ଲୋକପ୍ରିୟ ହିନ୍ଦୁ ନେତା, ପୋଲିସ ଅଫିସର ଏବଂ କେତେକ ସରକାରୀ ଅଧିକାରୀଙ୍କୁ ହତ୍ୟା କରିବା ପାଇଁ ସେମାନଙ୍କୁ ସୁପାରୀ ମିଳିଥିବା ନେଇ ଆତଙ୍କବାଦୀମାନେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?