ଭାଜପାକୁ ମିଳିଛି ୭୦୦ କୋଟି ଚାନ୍ଦା
ନୂଆଦିଲ୍ଲୀ,୧୨ା୧୧(ପି.ଟି.): ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ଭାଜପାକୁ ୭ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଚେକ୍ ଏବଂ ଅନ୍ ଲାଇନ ପେମେଣ୍ଟ ଜରିଆରେ ଏହି ଚାନ୍ଦା ମିଳିଛି। ନିର୍ବାଚନ କମିଶନକୁ ଦଳ ପକ୍ଷରୁ…
ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ମନମୋହନ ମନୋନୀତ
ନୂଆଦିଲ୍ଲୀ,୧୨ା୧୧(ପି.ଟି.): ରାଜ୍ୟ ସଭା ଅଧ୍ୟକ୍ଷ ଏମ୍ ଭେଙ୍କାୟା ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କୁ ଅର୍ଥ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ମନୋନୀତ କରିଛନ୍ତି। ଦିଗ୍ବିଜୟ ସିଂଙ୍କ ସ୍ଥାନରେ ତାଙ୍କୁ ନିଆଯାଇଛି। ଦିଗ୍ବିଜୟ ସହରାଞ୍ଚଳ ବିକାଶ…
ଏନ୍ସିପିକୁ ଡାକିଲେ ରାଜ୍ୟପାଳ
ନୂଆଦିଲ୍ଲୀ/ମୁମ୍ବାଇ,୧୨ା୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୋମବାର ବି ଅନିଶ୍ଚିତତା ଜାରି ରହିଛି। ଧାର୍ଯ୍ୟ ସମୟ ସୁଦ୍ଧା ଶିବସେନା ସମର୍ଥନ ପତ୍ର ଦେଖାଇ ନ ପାରିବାରୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ତୃତୀୟ ବୃହତ୍ ଦଳ ଏନ୍ସିପିକୁ ସରକାର ଗଠନ ଲାଗି…
ହାର୍ଟଆଟାକ୍ରୁ ଦୂରେଇ ରଖେ ଏହି ରସ…
ସକାଳେ ଅଧାକପ୍ କାକୁଡ଼ି ଜୁସ୍ ପିଇଲେ ଶରୀରର ବହୁ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳ, ଶ୍ୱେତସାର,ସ୍ନେହସାର, ପୁଷ୍ଟିସାର, ତନ୍ତୁଜ ରହିଥାଏ। ଏହାଛଡ଼ା ଏଥିରେ ଫସଫରସ୍, କ୍ୟାଲସିୟମ, ଲୌହ ଆଦି ରହିଛି। ନିୟମିତ ଏହାକୁ ପିଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ…
ଏହି ଚା’ ପିଅନ୍ତୁ, ଓଜନ କମ୍ କରନ୍ତୁ
ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଔଷଧ ମିଳୁଥିବାବେଳେ ତାହା କାମ ମଧ୍ୟ ଦେଉନାହିଁ। ତେବେ ପ୍ରାକୃତିକ ଉପାୟରେ କେମିତି ଓଜନ କମାଇବେ…
ସୋନିଆଙ୍କ ସହ ଫୋନରେ କଥା ହେଲେ ଉଦ୍ଧବ
ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ରାଜନୀତି ଡ୍ରାମା ସୋମବାର ସନ୍ଧ୍ୟାରେ ଶେଷ ହୋଇପାରେ। ଶିବସେନାକୁ ସମର୍ଥନ କରିବାକୁ ଯାଇ ଏନ୍ସିପି ନିଜର ମତ ସ୍ପଷ୍ଟ କରିସାରିଛି। ହେଲେ କଂଗ୍ରେସର ମତାମତକୁ ଅପେକ୍ଷା କରାଯାଇଛି। ଏନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ…
ଲତା ମଙ୍ଗେସକର ଅସୁସ୍ଥ
ମୁମ୍ବାଇ,୧୧।୧୧: ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ ମୁମ୍ବାଇର ବିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା…
ସଞ୍ଜୟ କରୋଲ ହେଲେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି
ପାଟନା,୧୧।୧୧: ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସଞ୍ଜୟ କରୋଲ ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ସମାରୋହରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର,…
ଆକାଶ ମାର୍ଗରୁ ବୁଲ୍ବୁଲ୍ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ମମତା
କୋଲକାତା,୧୧।୧୧: ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଛନ୍ତି। ଏହାସହ ହେକ୍ଟର ହେକ୍ଟର ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ସରକାର ଗଠନ ପୂର୍ବରୁ ଅସୁସ୍ଥ ହେଲେ ସଞ୍ଜୟ: ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଶିବସେନା ନେତା ଅସୁସ୍ଥ। ଶିବସେନାର ଟାଣୁଆ ନେତା ତଥା ଏମ୍ପି ସଞ୍ଜୟ ରାଉତ ସୋମବାର ମଧ୍ୟାହ୍ନରେ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…
ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ
ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ ପରିବାର ଫଣ୍ଡ ପାଇଁ ୫ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…
ଭାବି ସ୍ବାମୀଙ୍କୁ ମାତାଲ୍ ଅବସ୍ଥାରେ ଦେଖି ବିବାହ କରିବାକୁ ମନା କଲେ କନ୍ୟା
ଲକ୍ଷ୍ନୌ,୧୧।୧୧: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ବି ବାଣ ଫୁଟାଇ କନ୍ୟା ଘର ପାଖରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ବରକୁ ଦେଖି ବିବାହ କରିବାକୁ ମନା କରିଦେଇଥିଲେ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ଲକ୍ଷ୍ମୀପୁରରେ। ଭାବି…
Archives


