ଜାତୀୟ

ଏନ୍‌ଡ଼ିଏ ଫାଟର ପ୍ରଭାବ ମହାରାଷ୍ଟ୍ରରୁ ଝାଡ଼ଖଣ୍ଡରେ ପହଞ୍ଚିଲା: ଏଲ୍‌ଜେପି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କଲା

ରାଞ୍ଚି,୧୨।୧୧: ମହାରାଷ୍ଟ୍ରରେ ଏନ୍‌ଡ଼ିଏ ସହଯୋଗୀ ଶିବସେନା ଓ ଭାଜପା ମଧ୍ୟରେ ହୋଇଥିବା ଫାଟର ପ୍ରଭାବ ଏବେ ଝାଡ଼ଖଣ୍ଡରେ ପହଞ୍ଚିଛି। ଏଠାରେ ଏଲ୍‌ଜେପି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି। ରାଜ୍ୟ ବିଧାନସଭାର ୮୧ ଆସନ ମଧ୍ୟରୁ ଏଲ୍‌ଜେପି ୫୦ଟି ଆସନରେ ନିର୍ବାଚନ…

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ମିଳିବା ପରେ ତାଙ୍କ ପ୍ରଶଂସକମାନେ ଲତାଙ୍କର ଆଶୁ…

ବ୍ରିକ୍ସ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ବ୍ରାଜିଲ୍‌ରେ ହେବାକୁ ଥିବା ୧୧ତମ ବ୍ରିକ୍ସ୍‌ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୧୩ ଓ ୧୪ ଦୁଇ ଦିନ ଧରି ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଦ୍ୱିପ୍ରହରରେ ବ୍ରାଜିଲର…

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଞ୍ଜୟ ରାଉତ କରୁଛନ୍ତି କାମ: ଫଟୋ ଭାଇରାଲ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସଞ୍ଜୟ ହସ୍ପିଟାଲ ବେଡ୍‌ରେ ବସି କାମ କରୁଛନ୍ତି। ସେ ଏକ କାଗଜରେ କିଛି ଲେଖୁଥିବା…

ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: କେନ୍ଦ୍ରମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦେଇଥିବା ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଗ୍ରହଣ କରି ନେଇଛନ୍ତି। ତାଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା…

ଶିବସେନା ପାଇଁ ବୁମେରାଂ ସାଜିଲା ୫୦-୫୦ ଫର୍ମୂଲା

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଭାଜପା ସହିତ ମିଶି ସରକାର ଗଠନ ପାଇଁ ଶିବସେନା ପକ୍ଷରୁ ୫୦-୫୦ ଫର୍ମୂଲା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏବେ ଏହା ଶିବସେନା ଲାଗି ବୁମେରାଂ ସାଜିଛି। ଏନ୍‌ସିପି ସହିତ ମେଣ୍ଟ ସରକାର ଯୋଜନା କରୁଥିବ ଶିବସେନା ଏବେ ହତାଶ୍‌…

ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ। ଲୋକେ ତାଙ୍କର ଦିବ୍ୟ ବାଣୀରୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିକ୍ଷା…

ଶିବସେନା ନେତା ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ର ରାଜନୀତି ଏବେ ନୂଆ ମୋଡ ନେବାକୁ ଯାଉଛି। ଅର୍ଥାତ୍‌ ରାଷ୍ଟ୍ରପତି ଶାାସନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି। କିନ୍ତୁ ଇତିମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା କେସି ପଦଭି କହିଛନ୍ତି ଶେଷ ଫଳାଫଳ ସକରାତ୍ମକ ହେବ ଓ ଶିବସେନା…

ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୨।୧୧: ରାଜସ୍ଥାନରେ ଥିବା ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥିରେ କେତେକ ବିଦେଶୀ ପକ୍ଷୀ ମଧ୍ୟ ରହିଥିବା କୁହାଯାଉଛି। ହ୍ରଦର ଜଳ ଦୂଷିତ ହେବା ଅବା କୌଣସି ଭୁତାଣୁ ଜନିତ ରୋଗରୁ ପକ୍ଷୀଙ୍କ ମୃତ୍ୟୁ…

ହୋଶଙ୍ଗାବାଦ୍‌ରେ ରହିଛି ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ

ହୋଶଙ୍ଗାବାଦ୍‌,୧୨।୧୧: ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ମଧ୍ୟପ୍ରଦେଶର ହୋଶଙ୍ଗାବାଦ୍‌ଠାରେ ଥିବା ଗୁରୁ ସିଂ ସଭା ଗୁରୁଦ୍ୱାରାରେ ମହା ସମାରୋହରେ ପାଳିତ ହେଉଛି। ନର୍ମଦା ନଦୀ କୂଳରେ ଥିବା ଏହି ଗୁରୁଦ୍ୱାରାରେ ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ ରହିଛି। ଏଥିରେ…

ଖୁବ୍‌ଶୀଘ୍ର ଶପଥ ନେବେ ହରିୟାଣା କ୍ୟାବିନେଟ

ହରିୟାଣା,୧୨।୧୧: ହରିୟାଣା ବିଧାନସଭାରେ ଏପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମ ହୋଇନାହିଁ। ଅକ୍ଟୋବର ୨୭ରୁ ମୁଖ୍ୟମନ୍ତ୍ରୀ ଭାବେ ଭାଜପାର ମନୋହର ଲାଲ ଖଟ୍ଟର ଶପଥ ନେଇଥିବା ବେଳେ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ…

ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା

ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡ ପିଥରାଗଡ଼ ଜିଲାର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ପିଥରାଗଡ଼ ରହିଥିବା ଜଣାପଡ଼ିଛି। ସକାଳ ୭ଟା ୩୦ରେ ପିଥରାଗଡ଼ର ମୁନସିୟାରି, ଡିଡିହାଟ ସମେତ ବହୁ ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri