ଜାତୀୟ

ଯୋଗୀ ୧ ନମ୍ବର ମୁଖ୍ୟମନ୍ତ୍ରୀ, ଚତୁର୍ଥରେ ନବୀନ

ନୂଆଦିଲ୍ଲୀ,୨୪ା୧:ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେଶନ ପକ୍ଷରୁ ଜାନୁୟାରୀରେ କରାଯାଇଥିବା ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ଶେଷ ଇଚ୍ଛା ଜଣାଉନାହାନ୍ତି ନିର୍ଭୟା ବଳାତ୍କାରୀ

ନୂଆଦିଲ୍ଲୀ,୨୪ା୧:ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦିଆଯିବାକୁ ଥିବାବେଳେ ଏହାର ୯ ଦିନ ପୂର୍ବରୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କର ଶେଷ ଇଚ୍ଛା ପଚାରିଥିଲେ। ସେମାନେ ପରିବାର ସଦସ୍ୟଙ୍କୁ ଭେଟିବାକୁ ଚାହାନ୍ତି କିମ୍ବା ସେମାନଙ୍କ…

ଓଡ଼ିଆ ଅଫିସର ସି.ପି. ମହାନ୍ତି ଦକ୍ଷିଣାଞ୍ଚଳ ସେନା କମାଣ୍ଡର

ନୂଆଦିଲ୍ଲୀ,୨୪ା୧(ପି.ଟି.):ଓଡ଼ିଆ ଅଫିସର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସି.ପି. ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ ସେନା କମାଣ୍ଡର ଭାବେ ନିଯୁକ୍ତି ମିଳିଛି। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏସ୍‌.କେ. ସାଇନିଙ୍କ ସ୍ଥାନରେ ଶନିବାର…

ଏଏପିର ୫ ବିଦ୍ରୋହୀ ପ୍ରାର୍ଥୀ କେଜ୍‌ରିଓ୍ବାଲଙ୍କ ମୁଖ୍ୟ ସମସ୍ୟା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ପ୍ରଚାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଆମ୍‌ ଆଦ୍‌ମୀ ପାର୍ଟି ଚଳିତ ଥର ୧୫ ଜଣ ବିଧାୟକଙ୍କୁ ଟିକଟ ଦେବାକୁ ମନା କରିଥିଲା। ସେଥିମଧ୍ୟରୁ ୫ ବିଧାୟକ ବିଦ୍ରୋହୀ ପ୍ରାର୍ଥୀ ଭାବେ…

ଗଡ଼ ବିଜୟ ପାଇଁ ଭାଜପାର ନୂଆ ରଣନୀତି: ଛୋଟ ସଭାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୩।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର୍‌ସୋର୍‌ ଆରମ୍ଭ ହୋଇଛି। ଭାଜପା ଚଳିତ ଥର ଗଡ଼ ବିଜୟ ଲକ୍ଷ୍ୟ ନେଇ କେତେକ ନୂଆ ରଣନୀତି ଆପଣେଇଛି। ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାର ସମୟରେ…

ଶାହିନ୍‌ ବାଗ୍‌ ପ୍ରଦର୍ଶନ ପଛରେ ୨ ଯାଆଁଳା ଭାଇ କେଜ୍‌ରିଓ୍ବାଲ-ରାହୁଲ: ଭାଜପା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଦୀର୍ଘ ଦିନ ହେଲା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏନେଇ ଭାଜପା ପକ୍ଷରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରାଯାଇଛି। ଏହି ପ୍ରଦର୍ଶନ ପଛରେ ୨ ଯାଆଁଳା…

ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଖୋଲି କହିବେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୨୩।୧: ଚଳିତ ଜାନୁୟାରୀ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇଛି। ରବିବାର ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ନିଜର ମନର କଥା ଖୋଲି କହିବେ। ଏହି ଦିନ ସାଧାରଣତନ୍ତ୍ର ଦିବସ ପଡୁଥିବାରୁ…

ଚଳିତ ଆର୍ଥିକ ବର୍ଷରେ ୬୨ ଲକ୍ଷରୁ ଅଧିକଙ୍କୁ ମିଳିଛି ନିଯୁକ୍ତି: ଇପିଏଫ୍‌ଓ

ନୂଆଦିଲ୍ଲୀ,୨୩।୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୬୨ ଲକ୍ଷ ୩୮ ହଜାରଙ୍କୁ ନୂତନ ନିଯୁକ୍ତି ମିଳିଛି। ୨୦୧୮-୧୯ରେ ଏହା ୬୧ ଲକ୍ଷ ୧୨ ହଜାର ଥିଲା ବୋଲି କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ…

ସିଏଏ-ଏନ୍‌ଆର୍‌ସି ଯୋଗୁ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତୀୟଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ଭାରତୀୟତା: ନନ୍ଦିତା

ଜୟପୁର,୨୩।୧: ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନନ୍ଦିତା ରାଜସ୍ତାନ ଜୟପୁରରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦେଇ ସିଏଏ ଏବଂ ଏନ୍‌ଆର୍‌ସିକୁ କଡ଼ା ସମାଲୋଚନା କରିଛନ୍ତି। ସିଏଏ-ଏନ୍‌ଆର୍‌ସି ମଧ୍ୟରେ ଥିବା…

୭୦ ବର୍ଷରେ ହୋଇ ନ ଥିବା କାମ ୮ ମାସରେ କରିଛନ୍ତି ମୋଦି: ନଡ୍ଡା

ଆଗ୍ରା, ୨୩।୧: ଦେଶରେ ଗତ ୭୦ ବର୍ଷ ମଧ୍ୟରେ ହୋଇପାରି ନ ଥିବା କାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୮ ମାସରେ କରି ଦେଖାଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବା ପରେ କେ.ପି.ନଡ୍ଡା ଆଗ୍ରାଠାରେ ନାଗରିକତ୍ୱ ସଂଶୋଧନ…

ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଥିବା ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ,୨୩।୧: ନିର୍ଭୟା ମାମଲାରେ ଦୋଷୀଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଥିବା ବିଚାରପତିଙ୍କ ବଦଳି କରାଯାଇଛି। ବିଚାରପତି ସତୀଶ ଆରୋରା ଏଣିପି ପାଟିଆଳା ହାଉସ୍‌ କୋର୍ଟ ପରିବର୍ତ୍ତେ ସୁପ୍ରିମ୍‌କୋର୍ଟରେ ଦାୟିତ୍ୱ ସମ୍ଭାଭାଳିବେ। ଗୋଟିଏ ମାସରେ ସେ ନିର୍ଭୟା ଦୋଷୀଙ୍କୁ ୨ ଥର…

ଲୋକଙ୍କ ସ୍ବାଧୀନତା ଛଡ଼ାଇ ନେଇଛନ୍ତି ଯୋଗୀ ସରକାର: ବିଏସ୍‌ପି ପ୍ରବକ୍ତା

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଗଣତନ୍ତ୍ରର ହତ୍ୟା ହୋଇଛି। ସରକାର ଲୋକଙ୍କ ସ୍ବାଧୀନତା ଛଡ଼ାଇ ନେଇଛନ୍ତି। ଗୁରୁବାର ବିଏସ୍‌ପିର ରାଷ୍ଟ୍ରୀୟ ପ୍ରବକ୍ତା ସୁଧିନ୍ଦ୍ର ଭଦୋରିୟା ଏପରି କହି ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାରତୀୟ ସମ୍ବିଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?