ଜାତୀୟ

ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେୟାର ଇଞ୍ଜିନିୟର

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସନ୍ଦୀପ ନାମକ ଏହି ଯୁବକ ଜଣଙ୍କ ନିଜ ବିବାହ ମଣ୍ଡପରେ ରଶି ଲଗାଇ ଜୀବନ ହାରିଛନ୍ତି। ବିବାହ ପାଇଁ ଉଭୟ ବର…

ଅଜିତ ପାଓ୍ବାରଙ୍କ ସହ ଯୋଗାଯୋଗରେ ଭାଜପାର ୭ ବିଧାୟକ: ଇସ୍ତଫା ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୧୧।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ହାଇ ଭୋଲଟେଜ୍‌ ଡ୍ରାମା ଲାଗିରହିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ୭ ବିଧାୟକ ଏନ୍‌ସିପି ଯୋଗାଯୋଗରେ ରହିଥିବା କୁହାଯାଉଛି। ଆଉ ଏହି ସମସ୍ତ ବିଧାୟକ ଦଳରୁ ଇସ୍ତାଫା ଦେବେ…

୨୧ ଦିନରେ ତେଜସ୍‌ର ଲାଭ ୭୦ ଲକ୍ଷ

ନୂଆଦିଲ୍ଲୀ,୧୧।୧୧: ଦେଶର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌ ୨୧ ଦିନରେ ୭୦ ଲକ୍ଷ ଟଙ୍କାର ଲାଭ କରି ପାରିଛି। ଅକ୍ଟୋବର ୫ରୁ ଏହାର ଯାତ୍ରା ଆରମ୍ଭ କରିଥିଲା। ଅକ୍ଟୋବର ୨୮ ସୁଦ୍ଧା ଏହା ୩,୭୦ କୋଟି ଟଙ୍କାର ଟିକେଟ ବିକ୍ରି କରିଥିଲା।…

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ

ନୂଆଦିଲ୍ଲୀ,୧୧।୧୧: ଶିବସେନା ନେତା ତଥା ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦେଖି ସେ ଏହି ଇସ୍ତଫା ଦେଇଥିବା କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ମହାରାଷ୍ଟ୍ର…

ମହାରାଷ୍ଟ୍ରରେ କଂଗ୍ରେସର ନୂଆ ଫର୍ମୂଲା: ୧୪-୧୪ ମନ୍ତ୍ରୀ; ୨ ଉପମୁଖ୍ୟ ମନ୍ତ୍ରୀ !

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଘଡ଼ିକେ ଘୋଡ଼ା ଛୁଟୁଛି। ଭାଜପା ସରକାର ଗଠନରୁ ଓହରି ଯିବା ପରେ ଏବେ ଶିବସେନା ଏବେ ଏନ୍‌ସିପି ଏବଂ କଂଗ୍ରେସ ହାତ ଧରି କ୍ଷମତା ଦଖଲ ଯୋଜନା ପ୍ରସ୍ତୁତ କରିଛି। ଇତିମଧ୍ୟରେ ଶିବସେନା ଏନ୍‌ସିପି…

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୭୭ ଗିରଫ

ଲକ୍ଷ୍ନୌ,୧୧।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ସାମ୍ପ୍ରଦାୟିକ ହିଂସାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ହେଲେ କିଛି ବ୍ୟକ୍ତି ରାଜ୍ୟରେ ଶାନ୍ତି ଭଙ୍ଗ କରିବାକୁ ଯାଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହି ମାମଲାରେ…

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନୟୁରେ ତେଜିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ସୋମବାର ଜେଏନୟୁର ସମାବର୍ତ୍ତନ ଉତ୍ସବ ଚାଲିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ…

ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା ଏହି ମହିଳା ଲଢିବେ ନିର୍ବାଚନ

ମାଙ୍ଗାଲୋର,୧୧।୧୧: କର୍ନାଟକର ଏକ ଖାଦ୍ୟ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା ଜଣେ ମହିଳା ଏବେ ଲଢିବେ ନିର୍ବାଚନ। ମେଘନା ଦାସ ନାମକ ଏହି ମହିଳା ଜଣଙ୍କ କଂଗ୍ରେସ ଟିକେଟରେ ମାଙ୍ଗାଲୋର ସିଟି କର୍ପୋରେଶନ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ଘରେ ଘରେ…

୧୦ ଜନପଥ ଉପରେ ସମସ୍ତଙ୍କ ନଜର: ସନ୍ଧ୍ୟାରେ ହେବ ବୈଠକ

ନୂଆଦିଲ୍ଲୀ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଏବେ ପାଗ ଭିଡୁଥିବା ବେଳେ ସୋମବାର ସନ୍ଧ୍ୟା ସୁଦ୍ଧା ତାକୁ ବହୁମତ ସାବ୍ୟସ୍ତ କରିବାକୁ ସମୟ ଦିଆଯାଇଛି। ଏବେ କିନ୍ତୁ କଂଗ୍ରେସ ବିନା ଶିବସେନା ସରକାର ଗଠନ କରିବା ଅସମ୍ଭବ ଥିବାରୁ ସେ…

ଦୁଇ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ଉଦ୍ଧାର କାର୍ଯ୍ୟ ଜାରି

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦ୍‌ରେ ଦୁଇ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ସ୍ଥାନୀୟ କାଚିଗୁଡ଼ା ରେଳ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଖବର ପାଇ ରେଳ ବିଭାଗ ଉଚ୍ଚ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର…

ବେଙ୍ଗାଲୁରୁ ରେଳ ପ୍ରୋଜେକ୍ଟ ଉଦ୍‌ଘାଟନ କଲେ ଶ୍ରମିକଙ୍କ ଝିଅ

ବେଙ୍ଗାଲୁରୁ,୧୧।୧୧: ବେଙ୍ଗାଲୁରୁରେ ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଦକ୍ଷିଣ-ପଶ୍ଚିମ ରେଳ ବିଭାଗ ଦ୍ୱାରା ଏକ ପ୍ରୋଜେକ୍ଟ ଉଦ୍‌ଘାଟନ କରାଯାଇଥିଲା। ଯାହାକୁ ମନ୍ତ୍ରୀ, ଅଧିକାରୀ କି କୌଣସି ସେଲିବ୍ରିଟି ନୁହେଁ, ଜଣେ ଶ୍ରମିକଙ୍କ ଝିଅ ଏହାକୁ ଉଦଘାଟନ କରିଥିଲେ। ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌…

ବିମାନରେ ଜନ୍ମଦିନ ପାଳିଲେ ତେଜସ୍ବି: ଫଟୋ ଭାଇରାଲ

ପାଟନା,୧୧।୧୧: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବି ଯାଦବ ଏକ ଚାର୍ଟର୍ଡ ବିମାନରେ ଜନ୍ମଦିନ ପାଳିବାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଶନିବାର ତାଙ୍କର ଜନ୍ମଦିନ ଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri