ଅନୁଚ୍ଛେଦ ୩୭୦ ହଟାଯିବା ପରେ କଶ୍ମୀରରେ ୮୪ଥର ହୋଇଛି ଅନୁପ୍ରବେଶ ଉଦ୍ୟମ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୦।୧୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପ୍ରଥମ ଥର ସରକାର ସଂସଦରେ ଏହାର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଅଗଷ୍ଟଠାରୁ ଏବେ ପର୍ଯ୍ୟନ୍ତ କଶ୍ମୀରରେ ଅନୁପ୍ରବେଶର ୮୪ଟି ମାମଲା ସାମ୍ନାକୁ ଆସିଛି। ଅଗଷ୍ଟରୁ ଏପର୍ଯ୍ୟନ୍ତ ୫୯ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ…
ଫାଶୀ ଦିଆଯିବା ପୂର୍ବରୁ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁ ନାହାନ୍ତି ନିର୍ଭୟା ମାମଲାର ଦୋଷୀ
ନୂଆଦିଲ୍ଲୀ,୧୦।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଏବେ ଫାଶୀ ଦିଆଯିବାର ସମୟ ପାଖେଇ ଆସୁଥିବା ଜଣାପଡିଛି। ଆସନ୍ତା ୧୬ରେ ଏମାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ମଙ୍ଗଳବାର ମଣ୍ଡୋଲି ଜେଲରେ ଥିବା ଜଣେ ଦୋଷୀଙ୍କୁ ତିହାର…
୨୬ ବର୍ଷରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ: ୫ ରାଜ୍ୟରେ ସର୍ବାଧିକ
ନୂଆଦିଲ୍ଲୀ,୧୦।୧୨: ଦେଶରେ ମାନବାଧିକାରକୁ ଅଣଦେଖା କରାଯାଉଛି। ଫଳରେ ୧୯୯୩ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୨୬ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଜତରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ ଘଟଣା ଘଟିଛି। ବିଚାରାଧୀନ ଅପରାଧୀଙ୍କର ବିଚାର ପୂର୍ବରୁ ମୃତ୍ୟୁ ଘଟିଛି। ଏଭଳି…
ପ୍ରି ଓ୍ବେଡିଂ ଫଟୋ ଶୁଟ୍କୁ ନା, ବରଯାତ୍ରୀରେ ନାଚି ପାରିବେନି ମହିଳା
ଭୋପାଳ,୧୦।୧୨: ମଧ୍ୟପ୍ରଦେଶ ଭୋପାଳର ଜୈନ ଓ ଗୁଜରାଟି ସମାଜ ସଙ୍ଗଠନ ଏକ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ବିବାହ ପୂର୍ବରୁ କରାଯାଉଥିବା ଫଟୋ ଶୁଟ୍କୁ ସଙ୍ଗଠନ ପକ୍ଷରୁ ବାରଣ କରାଯାଇଛି। କେବଳ ସେତିକି ନୁହେଁ ଝିଅଙ୍କ ସଙ୍ଗିତ ସେରିମନୀରେ ପୁରୁଷ କୋରିଓଗ୍ରାଫର…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଆଜ ବିକି ନିଆରା ପ୍ରତିବାଦ
ଆଗ୍ରା, ୧୦।୧୨: ବର୍ତ୍ତମାନ ମହଙ୍ଗା ବଜାରରେ ପିଆଜ ଦର ଶହେ ଟଙ୍କାରୁ ଟପିଛି। ପିଆଜର ମୂଲ୍ୟ ବୃଦ୍ଧି ହେବାରୁ ଏହାର ପ୍ରଭାବ ସିଧାସଳଖ ଗରିବ ଓ ମଧ୍ୟବିତ୍ତ ପରିବାରବର୍ଗଙ୍କ ଉପରେ ପଡୁଛି। ଆଗ୍ରାରେ ପିଆଜ କିଲୋ ପ୍ରତି ୮୦ରୁ ୧୦୦ଟଙ୍କାରେ ବିକ୍ରି…
‘ମେକ୍ ଇନ୍ ଇଣ୍ଡିଆ’ ଏବେ ‘ରେପ ଇନ୍ ଇଣ୍ଡିଆ’: ଅଧିର ରଞ୍ଜନ
ନୂଆଦିଲ୍ଲୀ,୧୦।୧୨: ଦେଶରେ ମହିଳାଙ୍କ ପ୍ରତି ବଢି ଚାଲିଥିବା ଅପରାଧକୁ ନେଇ ଗୃହ ହୋଇଛି ସରଗରମ। ମଙ୍ଗଳବାର ଏହାକୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସବୁ ବିଷୟରେ…
‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ’: ୨୦୧୯ର ଗୋଲ୍ଡେନ୍ ଟୁଇଟ୍
ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ଟୁଇଟରରେ ଦେଇଥିବା ସ୍ଲୋଗାନ୍ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ’କୁ ଟୁଇଟର ପକ୍ଷରୁ ୨୦୧୯ ବର୍ଷର ଗୋଲ୍ଡେନ୍ ଟୁଇଟ୍ ଭାବେ ଘୋଷଣା କରାଯାଇଛି। ଏହାକୁ ମେ ୨୩ ଅପରାହ୍ନ ୨ଟା…
ଫାରୁକ ଅବଦୁଲାଙ୍କ ପିତାଙ୍କୁ ୧୧ ବର୍ଷ ଜେଲରେ ରଖିଥିଲା କଂଗ୍ରେସ: ଶାହ
ନୂଆଦିଲ୍ଲୀ,୧୦।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକ ସଭାରେ ଜମ୍ମୁ-କଶ୍ମୀରରେ ବନ୍ଦୀଥିବା ନେତାଙ୍କୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ମୁକୁଳାଇବା କାମ ସେଠାକାର ପ୍ରଶାସନର। ଏହି ମାମଲାରେ କେନ୍ଦ୍ର ସରକାର ହସ୍ତକ୍ଷେପ…
ପିଆଜ କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ଚାଷୀଙ୍କ ମୃତ୍ୟୁ
ବିଜୟଓ୍ବାଡା,୧୦।୧୨: ସାରା ଦେଶରେ ପିଆଜର ଦରବୃଦ୍ଧି ଲୋକଙ୍କୁ କନ୍ଦାଉଛି। ଏହାର ବର୍ଦ୍ଧିତ ଦର ସିଧାସଳଖ ଲୋକଙ୍କ ପକେଟ ଉପରେ ପଡ଼ୁଛି। ଆନ୍ଧ୍ରପ୍ରଦେଶରେ ସବ୍ସିଡିରେ ମିଳୁଥିବା ପିଆଜକୁ କିଣିବା ପାଇଁ ଧାଡିରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ,…
ସୁନିଲ ସେଟ୍ଟିଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ନୂଆଦିଲ୍ଲୀ,୧୦।୧୨: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ନ୍ୟାଶନାଲ ଆଣ୍ଟି-ଡୋପିଂ ଏଜେନ୍ସି(ଏନ୍ଏଡିଏ)ର ବ୍ରାଣ୍ଡ ଆମ୍ବାସଡର ଭାବେ ମଙ୍ଗଳବାର ସୁନିଲଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ଏନ୍ଏଡିଏ ଓ ଅଲ୍ ଇଣ୍ଡିଆ ଫୁଟବଲ ଫେଡରେଶନ(ଏଆଇଏଫ୍ଏଫ୍) ମିଳିତ ଭାବେ ଏକ ଆଣ୍ଟି…
ପିଆଜ ଶୁଙ୍ଘାଇ ହୋସ୍ ଅଣାଯାଏ; ତେବେ ତାହା ଏବେ ନୁହେଁ ସମ୍ଭବ: ଶିବସେନା
ମୁମ୍ବାଇ,୧୦।୧୨: ଦେଶରେ ପିଆଜର ଦାମ ଆକାଶ ଛୁଇଁଛି। ସେହିପରି ଅର୍ଥବ୍ୟବସ୍ଥା ମଧ୍ୟ ସଙ୍କଟରେ ପଡ଼ିଛି। ଏହାକୁ ନେଇ ଶିବସେନା ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ସାମନାରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ, ପିଆଜ…
ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ
ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍ ହୋଇଛି। ରିଲିଜ୍ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଫିଲ୍ମକୁ ବ୍ୟାନ କରିବା ପାଇଁ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର…
Archives


