Posted inଜାତୀୟ

ଉଚ୍ଛେଦ ହେବନି ୩୭୧

ଇଟାନଗର,୨୧।୨(ପି.ଟି.):ଉତ୍ତର-ପୂର୍ବାଞ୍ଚଳକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୧କୁ ହଟାଯିବ ନାହିଁ। ଏହାକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ଉଦ୍ଦେଶ୍ୟ ନାହିଁ। ଅନୁଚ୍ଛେଦ ୩୭୧କୁ ନେଇ ଗୁଜବ ପ୍ରସାର କରୁଥିବା ଲୋକେ ସେମାନଙ୍କ ଉଦ୍ୟମରେ ସଫଳ ହେବେ ନାହିଁ ବୋଲି ଗୁରୁବାର ଚେତାବନୀ ଦେଇଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା।
ଗତ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଏହାସହ ଜମ୍ମୁ-କଶ୍ମୀରଠାରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ପରେ ବିରୋଧୀ ଦଳଗୁଡ଼ିକ ଘୋର ବିରୋଧ କରିଥିଲେ। ଏଥିସହ ଅନୁଚ୍ଛେଦ ୩୭୧କୁ ହଟାଇବା ପାଇଁ ସରକାର ଯୋଜନା କରୁଥିବା ନେଇ ବିରୋଧୀ ସମାଲୋଚନା କରିଥିଲେ। ଅରୁଣାଚଳ ପ୍ରଦେଶକୁ ରାଜ୍ୟ ମାନ୍ୟତା ମିଳିବାର ୩୪ତମ ବର୍ଷପୂର୍ତ୍ତି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ରାଜଧାନୀ ଇଟାନଗର ଗସ୍ତ କରିଥିଲେ। ଏହି ଅବସରରେ ଏକ ସଭାକୁ ସମ୍ବୋଧିତ କରି ଶାହା କହିଥିଲେ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର ପ୍ରତିଷ୍ଠା ଦିବସରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଅନୁଚ୍ଛେଦ ୩୭୧ ହଟିବ ନାହିଁ। ଏହାକୁ ନେଇ ଯେଉଁମାନେ ଅପପ୍ରଚାର ଚଳାଇଛନ୍ତି, ସେମାନେ କେବେହେଲେ ସଫଳ ହେବେ ନାହିଁ। ଆମ ସରକାର ଆପଣମାନଙ୍କ ସଂସ୍କୃତିକୁ ଏକାଠି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସଂସ୍କୃତିର ସୁରକ୍ଷା କେନ୍ଦ୍ର ସରକାରଙ୍କ କେବଳ ଦାୟିତ୍ୱ ନୁହେଁ, କର୍ତ୍ତବ୍ୟ ମଧ୍ୟ। ଏଥିଲାଗି ବିଗତ ୫ ବର୍ଷରେ କେନ୍ଦ୍ରମନ୍ତ୍ରୀମାନେ ୨୦୦ ଥର ଏହି ଅଞ୍ଚଳକୁ ଗସ୍ତ କରିଥିଲେ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ୩୦ ଥର ଉତ୍ତର-ପୂର୍ବାଞ୍ଚଳକୁ ଆସିଛନ୍ତି ବୋଲି ଶାହା ପ୍ରକାଶ କରିଛନ୍ତି। ଅରୁଣାଚଳ ପ୍ରଦେଶ ଓ ମିଜୋରାମର ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୧ ଅଧୀନରେ ଉତ୍ତର-ପୂର୍ବାଞ୍ଚଳର ଅଧିକାଂଶ ରାଜ୍ୟ ସମେତ ଆନ୍ଧ୍ର ପ୍ରଦେଶ, କର୍ନାଟକ ଓ ଗୋଆକୁ ସ୍ବତନ୍ତ୍ର କ୍ଷମତା ମିଳିଛି। ଏହି ରାଜ୍ୟଗୁଡ଼ିକୁ ସେମାନଙ୍କ ଆଦିବାସୀ ସଂସ୍କୃତିର ସଂରକ୍ଷଣ ନିମନ୍ତେ ଏହା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri