ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବାକୁ ଉତ୍ତର ପ୍ରଦେଶରୁ ଆସିପାରନ୍ତି ଜହ୍ଲାଦ
ନୂଆଦିଲ୍ଲୀ,୧୨।୧୨: ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। କାରଣ ଖୁବ୍ଶୀଘ୍ର ଏମାନଙ୍କୁ ଫାଶୀ ମିଳିପାରେ ବୋଲି କୁହାଯାଉଛି। ତିହାର ଜେଲ ପ୍ରଶାସନ ଜେଲ ମୁଖ୍ୟାଳୟକୁ ପତ୍ର ଲେଖି ଜହ୍ଲାଦ…
ହାଇଦ୍ରାବାଦ୍ ଏନ୍କାଉଣ୍ଟର ମାମଲାର ନ୍ୟାୟିକ ଯାଞ୍ଚ୍ ପାଇଁ ନିର୍ଦ୍ଦେଶ: ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ
ନୂଆଦିଲ୍ଲୀ,୧୨।୧୨: ହାଇଦ୍ରାବାଦ୍ ଏନ୍କାଉଣ୍ଟର ମାମଲାର ନ୍ୟାୟିକ ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଗୁରୁବାର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ୩ ଜଣିଆ ଆୟୋଗ ଗଠନ କରାଯାଇଛି। ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ବି.ଏସ୍. ସିରପୁରକରଙ୍କୁ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଆୟୋଗରେ ବମ୍ବେ…
ଆସାମରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ଥିବାବେଳେ ମୋଦି ଟୁଇଟ୍ କରିଛନ୍ତି କାହା ପାଇଁ: କଂଗ୍ରେସ
ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହିତ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ଜାରି ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନାକୁ ମୁତୟନ…
ନାଗରିକତା ସଂଶୋଧନ ବିଲ୍ ବିରୋଧରେ ସୁପ୍ରିମ୍କୋର୍ଟରେ ଆବେଦନ ଦାଖଲ: ମୁସଲିମ୍ ଲିଗ୍ ପକ୍ଷରୁ ଲଢ଼ିବେ ସିିବଲ୍
ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍ ଲୋକ ସଭା ଏବଂ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହାକୁ ବିରୋଧ କରି ଗୁରୁବାର ସୁପ୍ରିମକୋର୍ଟରେ ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ୍ ପକ୍ଷରୁ ଆବେଦନ ଦାଖଲ କରାଯାଇଛି। ମୁସଲିମ୍ ଳିଗ୍ ପକ୍ଷରୁ କପିଲ୍ ସିବଲ୍ ଏହି…
ନାଗରିକତ୍ୱ ବିଲ୍କୁ ନେଇ ଆସାମ, ତ୍ରିପୁରାରେ ବିରୋଧ ପ୍ରଦର୍ଶନ ଜାରି: ରଣଜୀ ଟ୍ରଫି ବାତିଲ
ଗୁଆହାଟି,୧୨।୧୨: ନାଗରିକତ୍ୱ(ସଂଶୋଧନ) ବିଲ୍ (ସିଏବି)କୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଜୋରଦାର ବିରୋଧ କରାଯାଉଛି। ସବୁଠାରୁ ଅଧିକ ବିରୋଧ ଆସାମରେ ଦେଖିବାକୁ ମିଳିଛି। ଏଠାରେ ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ପୋଡାଜଳା ଓ ବିକ୍ଷୋଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସମକୁ ବିମାନ…
ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହସ୍ପିଟାଲରେ ଭର୍ତ୍ତି
ବେଙ୍ଗାଲୁରୁ,୧୨।୧୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଫଳରେ ବୁଧବାର ବିଳମ୍ବିତ ରାତିରେ ସେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର କହିଛନ୍ତି,…
ନବଜାତ ଶିଶୁପୁତ୍ରଙ୍କ ନାମ ‘ନାଗରିକତା’ ରଖିଲେ ଶରଣାର୍ଥୀ ମହିଳା
ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍ ନେଇ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏବେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣ-ମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିପାରିବ। ଏହି ଖୁସିରେ ଜନ୍ମ ହୋଇଥିବା ନବଜାତ ଶିଶୁପୁତ୍ରଙ୍କ ନାମ ନାଗରିକତା ରଖିଛନ୍ତି ଜଣେ…
ଝାଡ଼ଖଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ଆରମ୍ଭ; ୮ ଜିଲାର ୧୭ ଆସନରେ ୩୦୯ ପ୍ରାର୍ଥୀ
ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ୮ଟି ଜିଲାର ୧୭ଟି ଆସନ ଲାଗି ମତଦାନ କରାଯାଉଛି। ଶାନ୍ତିପୂର୍ଣ୍ଣ…
ମା’ବାପାଙ୍କୁ ହଇରାଣ କଲେ ୬ ମାସ ଜେଲ୍
ନୂଆଦିଲ୍ଲୀ,୧୨ା୧୨(ପି.ଟି.): ମାତାପିତା କିମ୍ବା ବରିଷ୍ଠ ନାଗରିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ୬ ମାସ ଜେଲ୍ କିମ୍ବା ୧୦ ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ। ଏନେଇ ଲୋକ ସଭାରେ ବୁଧବାର ବିଲ୍ ଆଗତ ହୋଇଛି। ମାତାପିତା ଓ…
ଶାହାଙ୍କୁ ଘେରିଲେ ବିରୋଧୀ: ପ୍ରସାରଣ ବନ୍ଦ କଲା ଆର୍ଏସ ଟିଭି
ନୂଆଦିଲ୍ଲୀ,୧୨ା୧୨(ପି.ଟି.): ରାଜ୍ୟ ସଭାରେ ନାଗରିକତ୍ୱ (ସଂଶୋଧନ) ବିଲ୍ ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଉପରେ ବର୍ଷିବାରୁ ଗୃହର ଅଧ୍ୟକ୍ଷ ଏମ୍. ଭେଙ୍କାୟା ନାଇଡୁଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭା ଟିଭି (ଆର୍ଏସ୍ଟିଭି) ସାମୟିକ ଭାବେ ଏହାର ପ୍ରସାରଣ…
ଚାକିରି ଛାଡ଼ିଲେ ବରିଷ୍ଠ ଆଇପିଏସ୍ ଅଧିକାରୀ
ମୁମ୍ବାଇ,୧୨ା୧୨: ରାଜ୍ୟ ସଭାରେ ନାଗରିକତ୍ୱ ସଂଶୋଧନ ବିଲ୍, ୨୦୧୯ ଗୃହୀତ ହେବା ପରେ ଏହାର ପ୍ରତିବାଦରେ ଚାକିରି ଛାଡ଼ିଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ୍ ଅଧିକାରୀ ଅବ୍ଦୁର ରହମନ। ଏହି ବିଲ୍ ବିରୋଧରେ ଖୋଲାଖୋଲି ଭାବେ ବିକ୍ଷୋଭ କରିବା ପାଇଁ ସେ ଇସ୍ତଫା…
ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ନାଗରିକତ୍ୱ ଆଇନର ଭାଗ୍ୟ: ଚ୍ୟାଲେଞ୍ଜ କରିବ କଂଗ୍ରେସ
ନୂଆଦିଲ୍ଲୀ,୧୨ା୧୨(ପି.ଟି.): କାମ ଦେଲାନି ବିରୋଧୀଙ୍କ ବିରୋଧ। ଲୋକ ସଭା ପରେ ରାଜ୍ୟ ସଭାରେ ଗୃହୀତ ହୋଇଛି ନାଗରିକତ୍ୱ ସଂଶୋଧନ ବିଲ୍। ଏହା ଆଇନରେ ପରିଣତ ହେବା ପାଇଁ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା। ତେବେ ଏହି ବିବାଦୀୟ ବିଲ୍ ସାମ୍ନାରୁ ପ୍ରତିବନ୍ଧକ…
Archives


