ଲୋକତନ୍ତ୍ରରେ ହିଂସା ଦୁର୍ଭାଗ୍ୟପୂର୍ଣ୍ଣ: ମୋଦି
ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଲୋକତନ୍ତ୍ରରେ ଏଭଳି ହିଂସା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଟୁଇଟ୍ କରି କହିଛନ୍ତି। ନାଗରିକତା ସଂଶୋଧନ ଆଇନ କୌଣସି ଭାରତୀୟଙ୍କ ବିରୋଧ କରୁ ନାହିଁ। ଏନେଇ ଗୁଜବ…
ବିଶ୍ୱବିଦ୍ୟାଳୟରେ ହିଂସକ ପ୍ରଦର୍ଶନ ଉଚିତ୍ ନୁହେଁ: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ହିଂସାକାଣ୍ଡ ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ଏଭଳି ହିଂସକ ପ୍ରଦର୍ଶନ ଉଚିତ୍ ନୁହେଁ ବୋଲି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ସୋମବାର କହିଛନ୍ତି। ହିଂସାକାଣ୍ଡ ଥମିଲେ ଏହାର ଶୁଣାଣି କରାଯିବ…
ହିଂସାକୁ ନେଇ ମୁହଁ ଖୋଲିଲେ ଜାମିଆ କୁଳପତି: ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପଶିଥିଲା ପୋଲିସ, ଦିଆଯିବ ଏଫ୍ଆଇଆର୍
ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜାମିଆ ମିଲିଆ ଇସ୍ଲାମିଆରେ ରବିବାର ହୋଇଥିବା ହିଂସା ଓ କ୍ୟାମ୍ପସ୍ରେ ପୋଲିସ ପ୍ରବେଶ ନେଇ ବିଶ୍ୱବିଦ୍ୟାଳୟର କୁଳପତି ସୋମବାର ଏକ ଖବରଦାତା ସମ୍ମିଳନୀ କରିଛନ୍ତି। କୁଳପତି ନଜମା ଅଖତର କହିଛନ୍ତି, ବିନା ଅନୁମତିରେ ପୋଲିସ…
ପଛୁଆ ଚାଲି ବିରୋଧ ପ୍ରଦର୍ଶନ କଲେ ଚନ୍ଦ୍ରାବାବୁ
ଅମରାବତୀ,୧୬।୧୨: ତେଲ୍ଗୁ ଦେଶମ ପାର୍ଟି(ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରାବାବୁ ନାଇଡୁ ସୋମବାର ଅମରାବତୀରେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଚନ୍ଦ୍ରାବାବୁ ଦଳୀୟ କର୍ମୀଙ୍କ ସହ ମିଶି ଓଲଟା…
ଆଜମ୍ ଖାଁଙ୍କୁ ଝଟ୍କା: ରଦ୍ଦ ହେଲା ଅବଦୁଲାଙ୍କ ବିଧାୟକ ପଦ
ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି ଏମ୍ପି ଆଜମ୍ ଖାଁଙ୍କୁ ବଡ଼ ଝଟ୍କା ଲାଗିଛି। ସୋମବାର ଆହ୍ଲାବାଦ୍ ହାଇକୋର୍ଟ ତାଙ୍କ ପୁଅ ଅବଦୁଲା ଆଜମ୍ଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ସେ ସ୍ବାର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୭ରେ ନିର୍ବାଚନ ଲଢ଼ିବା ସମୟରେ…
ସିଏଏ ଏବଂ ଏନ୍ଆର୍ସି ବିଭାଜନ ଅସ୍ତ୍ର ଭାବେ କାର୍ଯ୍ୟ କରିବ: ରାହୁଲ
ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍ଆର୍ସି) ଦେଶରେ ବିଭାଜନର ଅସ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍ କରି ସୋମବାର କହିଛନ୍ତି। ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଏବଂ ଅହିଂସା ଭାବେ…
ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ପୁଞ୍ଚ,୧୬।୧୨: ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା କ୍ରିଷ୍ଣା ଘାଟି ସେକ୍ଟରର ସୀମା ନିକଟରେ ପାକିସ୍ତାନ ସକାଳ ପ୍ରାୟ ୯ଟା ୪୫ ମିନିଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ମିଳିଛି। ମୋର୍ଟାର ମାଡ ସହ…
ସିଏଏ ହିଂସା: ଦିଲ୍ଲୀ, ପଶ୍ଚିମବଙ୍ଗ ପରେ ଏବେ ଲକ୍ଷ୍ନୌକୁ ବ୍ୟାପିଲା
ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଏବେ ଦେଶର ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଏନେଇ ବ୍ୟାପକ ପୋଡ଼ାଜଳା ହୋଇଛି। ଏବେ ଏହା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌକୁ ବ୍ୟାପିଛି। ସୋମବାର ଲକ୍ଷ୍ନୌର ନଦଓ୍ବା…
ପୁଣି ସାମ୍ନାକୁ ଆସିଲା ଲାଲୁଙ୍କ ପାରିବାରିକ ଡ୍ରାମା
ପାଟନା,୧୬।୧୨: ଘରୋଇ କଳିକୁ ନେଇ ଆର୍ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ ସମସ୍ୟାର ଅନ୍ତ ଘଟୁନାହିଁ। ରବିବାର ପାଟନାରେ ଥିବା ରାବଡି ଦେବୀଙ୍କ ଘରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଏହାପରେ ଲାଲୁ…
୧୫ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନୀ ମହିଳାଙ୍କ ନାଁରେ ମାମଲା
ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାରି ଭିତରେ ୧୫ ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନର ଜଣେ ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁସାରେ ଏହି…
ମହାରାଷ୍ଟ୍ର ବିଧାନସଭାକୁ ‘ମେ ଭି ସଭରକର’ ଟୋପି ପିନ୍ଧି ଆସିଲେ ଭାଜପା ବିଧାୟକ
ନାଗପୁର,୧୬।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ସଭରକର’ ବୟାନକୁ ନେଇ ବିବାଦ ଥମୁନାହିଁ। ନାଗପୁରରେ ସୋମବାର ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ଯୋଗ ଦେବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକମାନେ ‘ମେ ଭି ସଭରକର’ ଟୋପି…
ସିଏଏକୁ ନେଇ ହିଂସା ପରେ କ୍ୟାମ୍ପସ ଛାଡିଲେ ଜାମିଆ ଛାତ୍ର
ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ରାଜଧାନୀରେ ରବିବାର ଏହାର ତାତି ଦେଖିବାକୁ ମିଳିଛି। ଜାମିଆ ଅଞ୍ଚଳରେ ପ୍ରଦର୍ଶନକାରୀଙ୍କ ହିଂସା ଉଗ୍ରରୂପ ଧାରଣ କରିବା ପରେ ପୋଲିସ ସେମାନଙ୍କ ଉପରେ…
Archives


