ବିଟେକ୍ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ
ରାଞ୍ଚି, ୨୨ା୧୨(ପି.ଟି.): ତିନିବର୍ଷ ପୂର୍ବେ ରାଞ୍ଚିର ଜଣେ ବିଟେକ୍ ଛାତ୍ରୀଙ୍କୁ ନିଜ ଘରେ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଶନିବାର ଏହି ମାମଲାର ଦୋଷୀ ବିହାରର ନାଳନ୍ଦା ଜିଲା ନିବାସୀ ରାହୁଲ ରାଜ୍ଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଫାଶୀ ଦଣ୍ଡାଦେଶ ଦେବା…
ଥରୁର୍ଙ୍କ ନଁ।ରେ ଗିରଫ ପରଓ୍ବାନା
ନୂଆଦିଲ୍ଲୀ, ୨୨ା୧୨: କଂଗ୍ରେସ ଏମ୍ପି ଶଶୀ ଥରୁର୍ଙ୍କ ବିରୋଧରେ ଥିରୁବନନ୍ତପୁରମ୍ କୋର୍ଟ ଗିରଫ ପରଓ୍ବାନା ଜାରି କରିଛନ୍ତି। ବାରମ୍ବାର ସମନ୍ ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇ ନ ଥିଲେ। ଥରୁର୍ ତାଙ୍କ ଉପନ୍ୟାସ ‘ଦ ଗ୍ରେଟ୍ ଇଣ୍ଡିଆନ୍ ନୋବେଲ୍’ ରେ…
ଫୈଜାବାଦ କୋର୍ଟ ବିସ୍ଫୋରଣ ମାମଲା: ୨ ଜଣଙ୍କୁ ଆଜୀବନ ଜେଲ
ଫୈଜାବାଦ, ୨୨ା୧୨(ପି.ଟି.): ୨୦୦୭ ନଭେମ୍ବରରେ ଉତ୍ତର ପ୍ରଦେଶର ଫୈଜାବାଦ କୋର୍ଟରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଶନିବାର ସ୍ବତନ୍ତ୍ର ଆତଙ୍କ ନିରୋଧୀ ଅଦାଲତ ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। କୋର୍ଟ ପରିସରରେ ୨ଟି ବିସ୍ଫୋରଣ କରାଯିବା ଫଳରେ ୫…
ଦିଲ୍ଲୀ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ନୂଆଦିଲ୍ଲୀ,୨୨ା୧୨(ପି.ଟି.): ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ବିକ୍ଷୋଭର ଦିନକ ପରେ ଶନିବାର ଦିଲ୍ଲୀରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ଫ୍ଲାଗମାର୍ଚ୍ଚ କରିଛନ୍ତି। ଶନିବାର ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ, ରାଜଘାଟ, ଉତ୍ତରପ୍ରଦେଶ ଭବନ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଥିଲା।…
୩ କୋଟି ପରିବାର ସହ ସମ୍ପର୍କ କରିବ ଭାଜପା
ନୂଆଦିଲ୍ଲୀ,୨୨ା୧୨: ସିଏଏକୁ ନେଇ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହୋଇଥିବା ଶାସକ ଭାଜପା ଆଗାମୀ ୧୦ ଦିନରେ ୩ କୋଟି ପରିବାର ନିକଟରେ ପହଞ୍ଚତ୍ ଉକ୍ତ ଆଇନ ସମ୍ପର୍କରେ ବୁଝାଇବାକୁ ଯୋଜନା କରିଛି। ସିଏଏକୁ ନେଇ ଲୋକଙ୍କ ମନରେ ରହିଥିବା ଭୁଲ ଧାରଣାକୁ…
ରାଜ୍ଘାଟରେ ଧାରଣା ଦେବେ ସୋନିଆ
ନୂଆଦିଲ୍ଲୀ, ୨୨ା୧୨: ସିଏଏକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ସୋମବାର ରାଜ୍ଘାଟଠାରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯିବ। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଲୋକଙ୍କ ଅଧିକାର ଓ ସମ୍ବିଧାନର ସୁରକ୍ଷା ଦାବିରେ ପ୍ରତିବାଦ କରାଯିବ ବୋଲି ଜଣାପଡ଼ିଛି।…
ଜେଲ ଗଲେ ଭୀମ୍ ଆର୍ମି ମୁଖ୍ୟ
ନୂଆଦିଲ୍ଲୀ, ୨୨ା୧୨(ପି.ଟି.): ସିଏଏକୁ ବିରୋଧ କରି ଦେଶରେ ପ୍ରତିବାଦର ସ୍ବର ବଢ଼ିବାରେ ଲାଗିଥିବାବେଳେ ଶନିବାର ଦିଲ୍ଲୀ ପୋଲିସ ବିକ୍ଷୋଭରତ ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଓ ତାଙ୍କ ସହଯୋଗୀଙ୍କୁ ଜାମା ମସ୍ଜିଦ ନିକଟରୁ ଗିରଫ କରିଛି। ତାଙ୍କୁ କୋର୍ଟରେ ହାଜର…
ସିଏଏକୁ ୧୧୦୦ ଶିକ୍ଷାବିତ୍ଙ୍କ ସମର୍ଥନ
ନୂଆଦିଲ୍ଲୀ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ସମର୍ଥନ କରି ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଦେଶ ବାହାରୁ ୧୧୦୦ ଶିକ୍ଷାବିତ୍ ଓ ଗବେଷକ ଏକ ବିବୃତି ଜାରି କରିଛନ୍ତି। ମିଥ୍ୟା ପ୍ରଚାର, ସାମ୍ପ୍ରଦାୟିକତାବାଦ ଓ ବଂଶବାଦର ଫାଶରେ ନ ପଡିବା…
ହିଂସ୍ର ହେଉଛି ସିଏଏ ବିରୋଧୀ ଆନ୍ଦୋଳନ: ୟୁପିରେ ଗଲାଣି ୧୭ ଜୀବନ
ଲକ୍ଷ୍ନୌ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଉତ୍ତରପ୍ରଦେଶରେ ବିକ୍ଷୋଭ ହିଂସାରେ ୩ ଦିନରେ ୧୭ ଜଣଙ୍କ ଜୀବନ ଗଲାଣି। ଶନିବାର ରାମପୁର ସହରରେ ବିକ୍ଷୋଭ ବେଳେ ୨ଜଣ ପ୍ରାଣ ହରାଇଛନ୍ତି। ସେଠାରେ ବିକ୍ଷୋଭକାରୀମାନେ ଗାଡ଼ିମୋଟର…
ନିଲମ ଉପତ୍ୟକାରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀ ଶିବିର ଧ୍ୱଂସ
ନୂଆଦିଲ୍ଲୀ,୨୨ା୧୨: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ନିଲମ ଉପତ୍ୟକାରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସେନା କାର୍ଯ୍ୟାନୁଷ୍ଠାନରେ ଉକ୍ତ ଅଞ୍ଚଳରେ ଥିବା କେତେକ ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଛି। ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବ ଦେବାକୁ…
ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଶନିବାର ଏହାକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି ଦେଶରେ ସାଧାରଣ ନାଗରିକଙ୍କ ସ୍ବରକୁ…
କୃଷି ଋଣ ଛାଡ଼ ଘୋଷଣା କଲେ ଉଦ୍ଧବ
ମୁମ୍ବାଇ,୨୧।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି। ଏଥିରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ। ଏଥିପାଇଁ ସରକାର ସିଧାସଳଖ ବ୍ୟାଙ୍କରେ ଟଙ୍କା ଜମା କରିବେ। ଏହାକୁ ନେଇ ବିରୋଧୀ ଦାବି…
Archives


