ଜାତୀୟ

ଦିଲ୍ଲୀ ଦଙ୍ଗା: ୪୩୬ ମାମଲା ରୁଜୁ, ୧୪୨୭ ଗିରଫ

ନୂଆଦିଲ୍ଲୀ,୪ା୩(ପି.ଟି.): ଦିଲ୍ଲୀ ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ଏପର୍ଯ୍ୟନ୍ତ ୪୩୬ଟି ମାମଲା ରୁଜୁ ହେବା ସହ ୧୪୨୭ ଜଣଙ୍କୁ ଗିରଫ କିମ୍ବା ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅସ୍ତ୍ରଶସ୍ତ୍ର ଆଇନରେ ୪୫ ମାମଲା ରୁଜୁ ହୋଇଛି। ଗତ ୬ ଦିନ…

ପୁଲ୍‌ଓ୍ବାମା ଆକ୍ରମଣ: ବାପ-ଝିଅ ଗିରଫ

ଶ୍ରୀନଗର,୪ା୩(ପି.ଟି.): ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମଙ୍ଗଳବାର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ଏହି ଆକ୍ରମଣ…

ବିକ୍ଷୋଭ ବେଳେ ୧୮୫ ଛାତ୍ରୀଛାତ୍ର ଅଟକ

ନୂଆଦିଲ୍ଲୀ,୪ା୩(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଓ ଜାତୀୟ ରାଜଧାନୀରେ ସଦ୍ୟ ଘଟିଥିବା ସାମ୍ପ୍ରଦାୟିକ ହିଂସା ପ୍ରତିବାଦରେ ମଙ୍ଗଳବାର ଦିଲ୍ଲୀର ରାମଲୀଲା ମଇଦାନକୁ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ବେଳେ ୧୮୫ ଛାତ୍ରୀଛାତ୍ରଙ୍କୁ ଅଟକ ରଖାଯାଇଥିଲା। କମଲା ମାର୍କେଟ, ହରି…

୫ ବିଦେଶୀଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪ା୩: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିବା ୫ ଜଣ ବିଦେଶୀ ଭିଜା ନିୟମର ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ଦେଶ ଛାଡ଼ି ଚାଲିଯିବା ଲାଗି କୁହାଯାଇଛି। ମଙ୍ଗଳବାର ଲୋକ ସଭାରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

୫ ଦେଶର ନାଗରିକଙ୍କ ଭିଜା ରଦ୍ଦ

ନୂଆଦିଲ୍ଲୀ,୪ା୩: ଚାଇନା ପରେ ସର୍ବାଧିକ କରୋନା ଆକ୍ରାନ୍ତ ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ଜାପାନର ନାଗରିକଙ୍କୁ ମିଳିଥିବା ନିୟମିତ ଭିଜାଗୁଡିକୁ ସରକାର ମଙ୍ଗଳବାର ରଦ୍ଦ କରିଛନ୍ତି। ମାର୍ଚ୍ଚ ୩ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ନିୟମିତ ଭିଜା ଓ ଇ- ଭିଜା…

ସଙ୍ଗୀତା ସିଂଦେଓଙ୍କୁ ପାର୍ଲାମେଣ୍ଟରେ ଆକ୍ରମଣ

ନୂଆଦିଲ୍ଲୀ,୪ା୩(ଆଇଏଏନ୍‌ଏସ୍‌): ବଲାଙ୍ଗୀରର ଭାଜପା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଲୋକ ସଭାରେ ଆକ୍ରମଣ ହୋଇଥିବା ସେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଗୃହକାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ କଂଗ୍ରେସ ଏମ୍‌ପି ତାଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା।…

କରୋନା ଭାଇରସ ଭୟରେ ବନ୍ଦ ହେଉଛି ସ୍କୁଲ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀ ନଏଡାର ସେକ୍ଟର ୧୩୫ରେ ଥିବା ଜଣେ ୬ଷ୍ଠ ଶ୍ରେଶୀ ପିଲାଙ୍କ ପରିବାରରେ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଉକ୍ତ ସ୍କୁଲକୁ ମଙ୍ଗଳବାର ବନ୍ଦ କରି ଦିଆଯାଇଥିବା…

ସୋସିଆଲ ମିଡିଆ ନୁହେଁ କରୋନା ଭାଇରସଠାରୁ ଦୂରେଇ ରହିବା କଥା ଚିନ୍ତା କରନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କରୋନା ଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏବେ ମୋଦି ସୋସିଆଲ ମିଡିଆରୁ ଦୂରେଇ ଯିବା ଖବର ଦେଇ ସମୟ ନଷ୍ଟ କରିବା ଅପେକ୍ଷା କରୋନା ଭାଇରସଠାରୁ…

ଉତ୍ତର ପ୍ରଦେଶରେ ପାଦ ରଖିଲା କରୋନା ଭାଇରସ: ଗୋଟିଏ ପରିବାରର ୬ ଆକ୍ରାନ୍ତ!

ଆଗ୍ରା,୩।୩: ଭାରତରେ କରୋନା ଭାଇରସର ପ୍ରବେଶକୁ ନେଇ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ଏହା ଉତ୍ତର ପ୍ରଦେଶରେ ପାଦ ରଖିଛି ବୋଲି କୁହାଯାଉଛି। ଆଗ୍ରାର ଗୋଟିଏ ପରିବାରର ୬ ଜଣ ସଦସ୍ୟ ଏହି କରୋନା ଭାଇରସରେ ପୀଡିତ ଥିବା ସନ୍ଦେହ…

ଦିଲ୍ଲୀ ଦଙ୍ଗା ନେଇ ବିବାଦୀୟ ମନ୍ତବ୍ୟ: ଇରାନ ରାଷ୍ଟ୍ରଦୂତଙ୍କୁ ସମନ ଜାରି

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ନେଇ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ ଟୁଇଟ୍‌ କରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଭାରତ ପକ୍ଷରୁ ଦିଲ୍ଲୀରେ ଅବସ୍ଥାପିତ ଥିବା ଇରାନ ରାଷ୍ଟ୍ରଦୂତ ଅଲୀ ଚେଗେନିଙ୍କୁ ମଙ୍ଗଳବାର ସମନ ଜାରି କରାଯାଇଛି। ଭାରତର…

ଦିଲ୍ଲୀ ଦଙ୍ଗା ଉପରେ ଆଲୋଚନା ହୋଲି ପରେ: ବାଚସ୍ପତି

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ଉପରେ ସରକାର ଆଲୋଚନା କରନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଦାବି କରାଯାଉଛି। ଏନେଇ ଲୋକ ସଭା ବାଚସ୍ପତି ଓମ୍‌ ବିରଳା କହିଛନ୍ତି ଯେ, ସରକାର ବିରୋଧୀଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ। ତେବେ ଏହା ମାର୍ଚ୍ଚ…

ଫଡ଼ନଭୀସଙ୍କ ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୩।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କୁ ବଡ଼ ଝଟ୍‌କା ଲାଗିଛି। ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କ ଦ୍ୱାରା କରାଯାଇଥିବା ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ଖାରଜ ହୋଇଛି। ୨୦୧୪ ବିଧାନସଭା ନିର୍ବାଚନରେ ନାମାଙ୍କନ ସମୟରେ ଦାଖଲ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?