ଜାତୀୟ

ସିକିମ୍‌ରେ ତୁଷାରପାତ: ୧୭୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ,୨୯ା୧୨: ସିକିମ୍‌ର ନାଥୁ ଲା ଠାରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୧୭୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି। ପାଖାପାଖି ୩୦୦ ଟ୍ୟାକ୍ସିରେ ଯାଇଥିବା ଏହି ପର୍ଯ୍ୟଟକମାନେ ନାଥୁ ଲା ଗିରିପଥ- ସୋଙ୍ଗୋ ହ୍ରଦରୁ ଫେରୁଥିବା ବେଳେ ଶୁକ୍ରବାର…

ପ୍ରିୟଙ୍କାଙ୍କୁ ୟୁପି ପୋଲିସର ଦୁର୍ବ୍ୟବହାର

ଲକ୍ଷ୍ନୌ,୨୯ା୧୨: ସିଏଏ ଏବଂ ଏନ୍‌ଆର୍‌ସି ବିରୋଧୀ ବିକ୍ଷୋଭ ବେଳେ ଗିରଫ ହୋଇଥିବା ପୂର୍ବତନ ଆଇପିଏସ୍‌ ଅଫିସର ତଥା ସାମାଜିକ କର୍ମୀ ଏସ୍‌.ଆର୍‌. ଦାରାପୁରୀଙ୍କ ପରିବାରଙ୍କୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ଅଟକାଇବା ସହ ଦୁର୍ବ୍ୟବହାର…

କଂଗ୍ରେସ ପ୍ରତିଷ୍ଠା ଦିବସରେ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱିତୀୟ ବିମୁଦ୍ରୀକରଣ

ନୂଆଦିଲ୍ଲୀ/ ଗୁଆହାଟୀ,୨୯ା୧୨(ପି.ଟି.): କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ସମାଲୋଚନା କରି ଏହାକୁ…

୧୦ ହଜାର ନୁହେଁ, ହଜାରେ ଏଏମ୍‌ୟୁ ଛାତ୍ରଙ୍କ ବିରୋଧରେ ହୋଇଛି ମାମଲା: ସ୍ପଷ୍ଟ କଲା ୟୁପି ପୋଲିସ

ଆଲିଗଡ,୨୮।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଛି। ଏଥିରେ ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା ହୋଇଥିବା ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଉତ୍ତର ପ୍ରଦେଶ ପୋଲିସ…

ପିଆଜ-ରସୁଣ ଉପରେ ଲୁଟେରାଙ୍କ ଆଖି: ଟ୍ରକ୍‌ ଚାଳକଙ୍କୁ ବନ୍ଧକ ରଖି ଲୁଟିନେଲେ ୫୧ କ୍ୱିଣ୍ଟାଲ ପିଆଜ

କୈମୁର୍‌,୨୮।୧୨: ଦେଶରେ ପିଆଜ ରସୁଣ ଦାମ୍‌ ବଢ଼ିଚାଲିଥିବାବେଳେ କେତେକ ଅଞ୍ଚଳରେ ପିଆଜ-ରସୁଣ ଲୁଟ୍‌ ଘଟଣାମାନ ଘଟୁଛି। ବିହାରର କୈମୁର ଜିଲାର ମୋହନିଆ ଥାନା ଅଞ୍ଚଳରେ କିଛି ଲୁଟେରା ଏକ ଟ୍ରକ୍‌କୁ ଅଟକାଇ ୫୧ କ୍ୱିଣ୍ଟାଲ୍‌ ପିଆଜ ଲୁଟ୍‌ କରିଛନ୍ତି। ୬ରୁ ଅଧିକ…

ଅନ୍‌ଲାଇନ୍‌ରେ ବର୍ଜ୍ୟବସ୍ତୁ କାରବାର ଆରମ୍ଭ

ଚେନ୍ନାଇ,୨୮।୧୨: ବଜର୍ର୍‌ୟବସ୍ତୁ ପରିଚାଳନା ନେଇ ଚେନ୍ନାଇରେ ଅନ୍‌ଲାଇନ୍‌ କାରବାର ଆରମ୍ଭ ହୋଇଛି। ଏଥିରେ ୯ ଶହରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି। ଗ୍ରେଟର ଚେନ୍ନାଇ କର୍ପୋରେଶନ ସହଯୋଗରେ ମାଡ୍ରାସ୍‌ ଓ୍ବେଷ୍ଟ୍‌ ଏକ୍ସଚେଞ୍ଜ୍‌ ପୋର୍ଟାଲ୍‌ ନିର୍ମିତ ହୋଇଛି। ବର୍ଜ୍ୟବସ୍ତୁକୁ ବାହାରେ ନ ଫୋପାଡ଼ି…

ସାଧାରଣ ଲୋକଙ୍କ କଣ୍ଠରୋଧ କରୁଛନ୍ତି ଭାଜପା ସରକାର: ପ୍ରିୟଙ୍କା

ଲକ୍ଷ୍ନୌ,୨୮।୧୨: ଭାଜପା ସରକାର ସାଧାରଣ ଲୋକଙ୍କ କଣ୍ଠରୋଧ କରୁଛନ୍ତି ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି। ସେ ଲକ୍ଷ୍ନୌଠାରେ ରାଲିରେ ଯୋଗଦେଇ ଏପରି କହିଛନ୍ତି। ଭାଜପା ସରକାର ସମ୍ବିଧାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। କଂଗ୍ରେସ ଲୋକଙ୍କ…

ଭାଜପାକୁ କଡ଼ା ସମାଲୋଚନା କଲେ ଆଦିତ୍ୟ

ମୁମ୍ବାଇ,୨୮।୧୨: ସରକାର ଗଠନ ପାଇଁ କିଛି ଦିନ ଧରି ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଚାଲିଥିଲା। ଏହାର ଅନ୍ତ ପରେ ଠାକରେ ପରିବାରର ଇତିହାସ ଭାଙ୍ଗି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ବିଧାନସଭା ନିର୍ବାଚନ ଫଳାଫଳରେ…

ଏନ୍‌ଡ଼ିଏ ସରକାର ‘ଜୋକର ଅଫ୍‌ ଦି ଇୟର’: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୨୮।୧୨: ଭାଜପା-କଂଗ୍ରେସ ପରସ୍ପର ବିରୋଧରେ ଲଗାତାର ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏହି ମର୍ମରେ ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏ ସରକାରଙ୍କୁ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ କଡ଼ା ସମାଲୋଚନା କରିଛନ୍ତି। ସେ ଏନ୍‌ଡ଼ିଏ ସରକାରଙ୍କୁ ‘ଜୋକର ଅଫ୍‌ ଦି ଇୟର’କହିଛନ୍ତି।…

ସିଏଏ ହିଂସା: ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ କହିଲେ ଏସ୍‌ପି; ଭିଡ଼ିଓ ଭାଇରାଲ

ମିରଟ,୨୮।୧୨: ସିଏଏ ହିଂସା ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣ ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ କହୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ଭାଇରାଲ ହେବାପରେ ଏସ୍‌ପି କହିଛନ୍ତି ଯେ, ପ୍ରଦର୍ଶନ…

ଆର୍ଥିକ ପ୍ରସଙ୍ଗଠାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର: ଆଣ୍ଟୋନୀ

ନୂଆଦିଲ୍ଲୀ,୨୮।୧୨: ଦେଶର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଲୋକଙ୍କ ଦୃଷ୍ଟି ଏହି ପ୍ରମୁଖ ପ୍ରସଙ୍ଗଠାରୁ ହଟାଇବା ପାଇଁ ଯୋଜନା କରୁଛନ୍ତି। ଏନେଇ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀ ଅଭିଯୋଗ କରିଛନ୍ତି। ଦେଶରେ…

ସିଏଏ ହିଂସାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ: ଏଏମ୍‌ୟୁର ୧୦ହଜାର ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଅଲିଗଡ଼,୨୮।୧୨: ଉତ୍ତରପ୍ରଦେଶର ଅଲିଗଡ ମୁସ୍‌ଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ କହିବା ଅନୁସାରେ, ଡିସେମ୍ବର ୧୫ରେ ଏଏମ୍‌ୟୁ କ୍ୟାମ୍ପସ୍‌ରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri