ଜାତୀୟ

ଆଦିତ୍ୟଙ୍କୁ ମିଳିପାରେ ମନ୍ତ୍ରୀପଦ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଆଉ କିଛି ସମୟ ପରେ କରାଯିବ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଆଲୋଚନା ହେଉଛି। ଉଦ୍ଧବ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ବିଧାନସଭା…

ବୁରାରି ‘ହରର ହାଉସ୍‌’ ହେଲା ଡାଇଗ୍ନୋଷ୍ଟିକ ସେଣ୍ଟର

ନୂଆଦିଲ୍ଲୀ,୩୦।୧୨: ଗତବର୍ଷ ଜୁଲାଇରେ ବୁରାରିର ସନ୍ତ ନଗରରେ ଥିବା ଏକ ଘରେ ଗୋଟିଏ ପରିବାରର ୧୧ଜଣଙ୍କ ଆତ୍ମହତ୍ୟା ଘଟଣା ସେତେବେଳେ ଚହଳ ପକାଇଥିଲା। ଘଟଣା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ…

ଉତ୍ତର ଭାରତରେ ଘନ କୁହୁଡି: ଟ୍ରେନ୍‌, ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ,୩୦।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି। ସୋମବାର ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ପାରଦ ତଳକୁ ଖସିଆସିଛି। ଉତ୍ତର ପ୍ରଦେଶ, ବିହାର ସମେତ ଆଉ କିଛି ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ତଳକୁ…

୨୪ ବୁଡ଼ାଜାହାଜ ନିର୍ମାଣ କରିବ ନୌସେନା: ୬ଟିରେ ରହିବ ଆଣବିକ ଆକ୍ରମଣ କ୍ଷମତା

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଭାରତୀୟ ନୌସେନା ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ନିଜ କ୍ଷମତା ବୃଦ୍ଧି ପାଇଁ ୨୪ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯାଉଛି। ସେଥିମଧ୍ୟରୁ ୬ଟି ବୁଡ଼ାଜାହାଜର ଆଣବିକ ଆକ୍ରମଣ କ୍ଷମତା ରହିବ ବୋଲି ଏକ ପାର୍ଲାମେଣ୍ଟାରି କମିଟି ପକ୍ଷରୁ ରବିବାର କୁହାଯାଇଛି।…

ଏଲ୍‌ଓସିରେ ବ୍ୟାଟ୍‌ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା

ଜମ୍ମୁ,୩୦।୧୨(ଆଇଏଏନ୍‌ଏସ୍‌):ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅନ୍ତର୍ଗତ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ରବିବାର ପାକିସ୍ତାନୀ ସେନାର ସୀମାନ୍ତ କାର୍ଯ୍ୟାନୁଷ୍ଠାନ ଟିମ୍‌ (ବ୍ୟାଟ୍‌)ର ଆକ୍ରମଣ ଯୋଜନାକୁ ଭାରତୀୟ ଯବାନମାନେ ପଣ୍ଡ କରିଦେଇଛନ୍ତି। ବ୍ୟାଟ୍‌ ଆକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ପାକିସ୍ତାନୀ ସୈନ୍ୟମାନେ ଗୁଳି…

ରାଷ୍ଟ୍ରଦୂତ ପଦରୁ ହଟିଲେ ରେଣୁ ପଲ୍‌

ନୂଆଦିଲ୍ଲୀ,୩୦।୧୨(ଆଇଏଏନ୍‌ଏସ୍‌): ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ରେଣୁ ପଲ୍‌ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ସେ ସେଠାରେ ମାସକୁ ୧୫ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ ନିଜ ପାଇଁ ଭଡ଼ାରେ ନେଇଥିଲେ। ରେଣୁଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଓ ସରକାରୀ ଅର୍ଥର…

ଶାହାଙ୍କ ଫୋନ୍‌ ନମ୍ବରରେ ଜାଲିଆତି: ୩ କୋଟି ଦାବିକରି ୨ ଗିରଫ

ନୂଆଦିଲ୍ଲୀ,୩୦।୧୨(ଆଇଏଏନ୍‌ଏସ୍‌): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଥିବା ଲ୍ୟାଣ୍ଡଲାଇନ୍‌ ଫୋନ୍‌ ନମ୍ବରକୁ ଜାଲିଆତି କରି ହରିୟାଣାର ଜଣେ ମନ୍ତ୍ରୀଙ୍କଠାରୁ ୩ କୋଟି ଟଙ୍କା ଦାବି କରିବା ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଗତର ସିଂ…

ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ସୀମା ସୁରକ୍ଷା ବାହିନୀ (ବିଜିବି) ମହାନିର୍ଦ୍ଦେଶକ ମେଜର ଜେନେରାଲ ଶଫିନୁଲ ଇସ୍‌ଲାମ କହିଛନ୍ତି। ଦୁଇ ଦେଶର ସୀମା ସୁରକ୍ଷା ବାହିନୀ ମଧ୍ୟରେ ଉତ୍ତମ ସମ୍ପର୍କ…

ଚଳନ୍ତା ଟ୍ରେନ୍‌ରେ ପ୍ରସବ କରାଇ ଚର୍ଚ୍ଚାରେ ଦୁଇ ସେନା ଡାକ୍ତର

ଚଣ୍ଡିଗଡ଼, ୨୯।୧୨: ଭାରତୀୟ ସେନାର ଦୁଇ ଡାକ୍ତର ଏବେ ବେଶ୍‌ ଚର୍ଚ୍ଚାରେ। କ୍ୟାପ୍‌ଟେନ ଲଲିତା ହଂସ ଓ ଅମନଦୀପ କୌର ଏହି କାର୍ଯ୍ୟ ପାଇଁ ସାରା ଦେଶରେ ପ୍ରଶଂସିତ ହୋଇଛନ୍ତି। ଆର୍ମିର ୧୭୨ ମିଲିଟାରୀ ହସ୍ପିଟାଲରେ କାର୍ଯ୍ୟରତ ଏହି ଦୁଇ ସେନା…

ସିଏଏକୁ ସମର୍ଥନ ଦେବା ମହଙ୍ଗା ପଡ଼ିଲା: ଦଳରୁ ନିଲମ୍ବିତ ହେଲେ ବିଧାୟିକା

ଭୋପାଳ, ୨୯।୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି)କୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଦୃଢ଼ ବିରୋଧ କରୁଛି। କିନ୍ତୁ ମଧ୍ୟପ୍ରଦେଶର ଜଣେ ବିଏସ୍‌ପି ବିଧାୟିକା ଏହି ଆଇନକୁ ସମର୍ଥନ କରିବାରୁ ତାଙ୍କୁ ଦଳରୁ ନିଲମ୍ବନ…

ପ୍ରିୟଙ୍କା ଗାନ୍ଧୀଙ୍କ କଟିଲା ଚାଲାଣ

ଲକ୍ଷ୍ନୌ, ୨୯।୧୨: ବିନା ହେଲମେଟରେ ସ୍କୁଟିରେ ବସି ଯାତ୍ରା କରୁଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉତ୍ତରପ୍ରଦେଶ ପୋଲିସ। ସିଏଏ ବିରୋଧୀ ବିକ୍ଷୋଭବେଳେ ଏକ ସ୍କୁଟିରେ ବସି ବୁଲୁଥିବାବେଳେ ଟ୍ରାଫିକ୍‌ ପୋଲିସ ତାଙ୍କ ଚାଲାଣ କାଟିଛି।…

ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ, ୨୯।୧୨: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୮୦ ବର୍ଷୀୟ ମୁଲାୟମ ପେଟ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି। ଗତ ୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri