Posted inଜାତୀୟ

ଉତ୍ତରପ୍ରଦେଶରେ ମାର୍ଚ୍ଚ ୨୨ଯାଏଁ ସମସ୍ତ ସ୍କୁଲ, କଲେଜ ବନ୍ଦ

ଲକ୍ଷ୍ନୌ,୧୩।୩: କରୋନା ଭାଇରସ ସାରା ଦେଶରେ ଆତଙ୍କ ଖେଳାଇଛି। ଦେଶର ବିଭିନ୍ନ ସ୍ଥାନରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗରେ ସଂକ୍ରମିତ ହୋଇ କର୍ନାଟକରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ୧୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ସଂକ୍ରମଣରୁ ବଞ୍ଚିବା ପାଇଁ ଉତ୍ତରପ୍ରଦେଶ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟକୁ କରୋନା ମହାମାରୀ ଘୋଷଣା କରାଯାଇ ନ ଥିବା ବେଳେ ମାର୍ଚ୍ଚ ୨୨ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଯେଉଁ ଶିକ୍ଷାନୁଷ୍ଠାନଗୁଡିକରେ ପରୀକ୍ଷା ଚାଲିଛି ସେଗୁଡିକରେ ପରୀକ୍ଷା ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ପରୀକ୍ଷା ଶେଷ ହେବା ପରେ ଉକ୍ତ ସ୍କୁଲ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶୁକ୍ରବାର କରୋନା ଭାଇରସକୁ ନେଇ ଯୋଗୀଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ରାଜ୍ୟରେ ଦେଢ଼ ମାସ ପୂର୍ବରୁ କରୋନା ଭାଇରସକୁ ନେଇ ଲୋକଙ୍କୁ ଚେତାବନି ଦିଆଯିବା ସହ ଏସମ୍ବନ୍ଧୀୟ ଏକ ଆଡଭାଇଜରି ଜାରି କରାଯାଇଥିଲା ବୋଲି ବୈଠକରେ ଆଲୋଚନା ହୋଇଥିଲା। ପ୍ରତି ଜିଲାରେ ଆଇସୋଲେଶନ୍‌ ଓ୍ବାର୍ଡ ଖୋଲାଯିବ ବୋଲି ଆଦିତ୍ୟନାଥ ଘୋଷଣା କରିଛନ୍ତି। ରାଜ୍ୟର ୭୫ଟି ଜିଲାରେ ଆଇସୋଲେଶନ୍‌ ଓ୍ବାର୍ଡ ଖୋଲାଯାଇଥିବା ବେଳେ ୮୦୦ବେଡ୍‌ ଆରକ୍ଷଣ ରଖାଯାଇଛି। ଆଉ ୨୪ଟି ମେଡିକାଲ କଲେଜରେ ୪୪୮ ବେଡ୍‌ ଆରକ୍ଷଣ ରଖାଯାଇଥିବା ଜଣାପଡ଼ିଛି। ଏଥିପାଇଁ ୪୧୦୦ଚିକିତ୍ସକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ସୂଚନା ମୁତାବକ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୧୧ଟି କରୋନା ମାମଲା ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

ମୋଦିଙ୍କୁ ପ୍ରଶଂସାରେ ପୋତିଲା ପାକିସ୍ତାନର ବନ୍ଧୁ ଦେଶ: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ’ ଏବେ କହୁଛନ୍ତି…

ନୂଆଦିଲ୍ଲୀ,୧୦।୬: ନରେନ୍ଦ୍ର ମୋଦି ସ୍ବାଧୀନ ଭାରତର ଇତିହାସରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ଦିନ ଧରି ରହିବାର ରେକର୍ଡ ସ୍ଥାପନ କରିଥିଲେ। ଏହି ଐତିହାସିକ ସଫଳତା…

ମୋହନ ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କ ୨ଟି ପିଲା ଥିଲେ…

ଭୋପାଳ,୧୦।୬: ସରକାରୀ କର୍ମଚାରୀ ଏବଂ ଚାକିରି ଆଶାୟୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି: ସେମାନେ ଆଉ “ଦୁଇ ସନ୍ତାନ” ନିୟମର ଅଧୀନରେ ରହିବେ ନାହିଁ। ମଧ୍ୟପ୍ରଦେଶ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ଜଳୁଛି ଜଙ୍ଗଲ: ବନ୍ୟଜନ୍ତୁ ଗାଁ ମୁହାଁ

ମାଲକାନଗିରି,୧୦।୬: ମାଲକାନଗିରି ସଦର ମହକୁମାର ନିକଟ ଜଙ୍ଗଲରେ ନିଆଁ ଲାଗିଯାଇଛି। ନିଆଁ ମଙ୍ଗଳବାରଠାରୁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇନାହିଁ। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି।…

କଂଗ୍ରେସରେ ମିଶିଯିବ TMC? ରାହୁଲଙ୍କୁ ଭେଟିଲେ… ରାଜନୀତିରେ ବଡ଼ ହଲଚଲ!

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଖିନ୍‌ଭିନ୍‌ ହେଉଥିବା ପରି ମନେ ହେଉଛି, ଦଳର ନେତାମାନେ ତୁରନ୍ତ ଇସ୍ତଫା ଦେଉଛନ୍ତି। ଏହା…

ଦିଦିଙ୍କୁ ଝଟ୍‌କା ପରେ ଝଟ୍‌କା: ପୁଣି ଏମ୍‌ପି ଦେଲେ ଇସ୍ତଫା

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି)କୁ ଆଉ ଏକ ଝଟକା ଲାଗିଛି। ଏମ୍‌ପି ସୁସ୍ମିତା ଦେବ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ଆସାମ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି: ଦୀପ ଲଗାଇ ସ୍ବତନ୍ତ୍ର ପୂଜା, ପ୍ରାର୍ଥନା କଲେ ବିଧାୟକଙ୍କ ସହିତ ଶହ ଶହ ନେତା, କର୍ମୀ

ଛତ୍ରପୁର,୧୦।୬ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri