ଜାତୀୟ

ସଂସଦ କ୍ୟାଣ୍ଟିନ୍‌ରେ ଏବେ ମିଳିବନି ଖାଦ୍ୟରେ ରିହାତି: ବର୍ଷକୁ ସଞ୍ଚୟ ହେବ ୧୭ କୋଟି !

ନୂଆଦିଲ୍ଲୀ,୫।୧୨: ଏଣିକି ସଂସଦ କ୍ୟାଣ୍ଟିନ୍‌ରେ ଆଉ ଖାଦ୍ୟରେ ରିହାତି ମିଳିବନି। ଏଠାରେ ଖାଦ୍ୟ ଉପରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ଦିଆଯିବ। ଲୋକସଭା ବାଚସ୍ପତି ଓମ୍‌ ବିରଳାଙ୍କ ଏହି ପ୍ରସ୍ତାବ ଉପରେ ବିଜ୍‌ନେସ୍‌ ଆଡ଼ଭାଇଜରୀ କମିଟି ଆଲୋଚନା କରିଥିଲେ। ଏହି ପ୍ରସ୍ତାବକୁ…

ମୋଦି ସରକାରଙ୍କୁ ପୁଣି ଝଟକା ଦେଲା ରିଜର୍ଭ ବ୍ୟାଙ୍କ: ଜିଡ଼ିପି ଅଭିବୃଦ୍ଧି ଆକଳନ ୬.୧ରୁ ୫ ପ୍ରତିଶତକୁ କମିଲା

ନୂଆଦିଲ୍ଲୀ,୫।୧୨: ଦେଶରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଥିବାବେଳେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଏକ ଝଟ୍‌କା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଡ଼ିପି ଅଭିବୃଦ୍ଧି ହାର ନେଇ ପୂର୍ବରୁ କରିଥିବା ଆକଳନକୁ…

ଜାମିନ୍‌ ମିଳିବାର ଦିନକ ପରେ ମୋଦି ସରକାରଙ୍କୁ ଘେରିଲେ ଚିଦାମ୍ବରମ୍‌: ଦେଶର ଜିଡ଼ିପି ୪.୫ ନୁହେଁ ୧.୫ ପ୍ରତିଶତ

ନୂଆଦିଲ୍ଲୀ,୫।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବାର ଗୋଟିଏ ଦିନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ନେଇ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜିଡ଼ିପି ନେଇ ସରକାର…

୧୯୮୪ ଶିଖ୍‌ଦଙ୍ଗାକୁ ରୋକାଯାଇ ପାରିଥାନ୍ତା: ମନମୋହନ

ନୂଆଦିଲ୍ଲୀ, ୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗାକୁ ରୋକାଯାଇ ପାରିଥାନ୍ତା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି। କଂଗ୍ରେସ ସଦସ୍ୟ ଇନ୍ଦ୍ରକୁମାର ଗୁଜରାଲ ତତ୍‌କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ନରସିଂହ ରାଓଙ୍କୁ ଶୀଘ୍ର…

ଡିଏମ୍‌କେରେ ଯୋଗଦେଲେ ତାମିଲନାଡୁ ଭାଜପା ଉପାଧ୍ୟକ୍ଷ

ଚେନ୍ନାଇ,୫।୧୨: ତାମିଲନାଡୁର ଭାରତୀୟ ଜନତା ପାର୍ଟି(ଭାଜପା) ଉପାଧ୍ୟକ୍ଷ ବିଟି. ଅରସକୁମାର ଗୁରୁବାର ଡିଏମ୍‌କେରେ ଯୋଗ ଦେଇଛନ୍ତି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଅରିଭାଲୟମଠାରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟରେ ଡିଏମ୍‌କେରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଅରସକୁମାର ଡିସେମ୍ବର ୧ରେ…

ନିଜ କଳ୍ପନା ରାଇଜରେ ବଞ୍ଚୁଛନ୍ତି ମୋଦି, ଶାହ: ରାହୁଲ

ମାଲାପୁରମ,୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋଦି ଓ ଶାହ ତାଙ୍କ କଳ୍ପନା ରାଇଜରେ ବଞ୍ଚୁଛନ୍ତି। ତାଙ୍କର…

କ୍ଷତାକ୍ତ ଯବାନଙ୍କ ସେବା ହିଁ ଦେଶସେବା

ସିକନ୍ଦରାବାଦ: ଶତ୍ରୁଙ୍କ କବଳରୁ ଦେଶକୁ ରକ୍ଷା କରିବାପାଇଁ କେବଳ ବନ୍ଧୁକ ଚଳାଇବା ନୁହେଁ, ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଗୁଳିରେ ଆହତ ଯବାନଙ୍କ ସେବା ସୁଶ୍ରୂଷା କରିବା ମଧ୍ୟ ଦେଶସେବା। ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ନାଏବ ସୁବେଦାର ଗୋପୁ ରାମଣା ରେଡ୍ଡୀ ଏହାକୁ ନିଜର…

ନିରବ ମୋଦିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ

ନୂଆଦିଲ୍ଲୀ,୫।୧୨: ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଗୁରୁବାର ପ୍ରିଭେନଶନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ) କୋର୍ଟ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ମୋଦିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯାଇଛି। ତାଙ୍କ ସମ୍ପତି…

ପ୍ରଥମ ଗେଟ୍‌ ବନ୍ଦ, ଦୁଇ ନମ୍ବର ଗେଟ୍‌ରେ ପ୍ରବେଶ କଲେ ରାଜ୍ୟପାଳ

କୋଲକତା,୫।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦିପ ଧନକରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ପୁଣିଥରେ ଦେଖିବାକୁ ମିଳିଛି। ଗୁରୁବାର ରାଜ୍ୟପାଳ ବିଧାନସଭାରେ ପହଞ୍ଚିବା ବେଳକୁ ଏହାର ପ୍ରଥମ ଗେଟ୍‌ ବନ୍ଦ ରହିଥିବା ଦେଖି ସେ ଦୁଇ…

ଅର୍ଥମନ୍ତ୍ରୀ କ’ଣ ଆଭୋକାଡୋ ଖାଉଛନ୍ତି: ଚିଦାମ୍ବରମ

ନୂଆଦିଲ୍ଲୀ,୫।୧୨: ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦରେ ଉପସ୍ଥିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ଏବେ ପିଆଜ ଦରବୃଦ୍ଧିକୁ ନେଇ ଗୃହ ସରଗରମ ଥିବା ବେଳେ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ କହିଥିଲେ…

ଡାଟା ସୁରକ୍ଷା ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ୫ା୧୨: ବହୁ ପ୍ରତୀକ୍ଷିତ ଡାଟା ସୁରକ୍ଷା ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ଶୀତ ଅଧିବେଶନରେ ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବ। ଡାଟା ସୁରକ୍ଷା ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହାକୁ ସରକାର ଧ୍ୟାନରେ…

ନାଟକୀୟ ଢଙ୍ଗରେ ପୁଣିଥରେ କଂଗ୍ରେସରେ ଯୋଗଦେଲେ ବସନ୍ତ କୁମାର

ନୂଆଦିଲ୍ଲୀ,୫।୧୨: ମହାରାଷ୍ଟ୍ର ପରେ ଏପେ ପୁଣିଥରେ କର୍ନାଟକରେ ରାଜନୀତି ଡ୍ରାମା ଆରମ୍ଭ ହୋଇଯାଇଛି। ଦୁଇଦିନ ପୂର୍ବରୁ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା କର୍ପୋରେଟର ଆର୍‌. ବସନ୍ତ କୁମାର ପୁଣିଥରେ ନାଟକୀୟ ଢଙ୍ଗରେ କଂଗ୍ରେସକୁ ଫେରିଛନ୍ତି। କର୍ନାଟକ କଂଗ୍ରେସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri