ଜାତୀୟ

କରୋନା ସାଜିଲା ବାଧକ: ବିବାହ ସ୍ଥଗିତ ରଖିଲେ ଉପ ଜିଲାପାଳ

ରାୟପୁର,୨୬।୩: କରାନା ଭାଇରସ ସଂକ୍ରମଣକୁ ରୋକିବାକୁ ସରକାର ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ସାରା ଦେଶ ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ନିକଟରେ ଛତିଶଗଡ଼ ରାୟପୁରର ଉପ ଜିଲାପାଳ ଶୀତଲ ବଂଶଲ…

ଲକ୍‌ଡାଉନ୍‌କୁ ମହାଭାରତ ଯୁଦ୍ଧ ସହ ତୁଳନା କଲେ ମୋଦି

ନୂଆଦିଲ୍ଲୀ,୨୬ା୩(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘାତକ କରୋନା ଭାଇରସ୍‌ ପରିପ୍ରେକ୍ଷୀରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ୍‌କୁ ମହାଭାରତ ଯୁଦ୍ଧ ସହ ତୁଳନା କରିଛନ୍ତି। ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଜନତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରି ମୋଦି କହିଛନ୍ତି, ମହାଭାରତ…

କଶ୍ମୀରରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଶ୍ରୀନଗର,୨୬।୩: ଜମ୍ମୁ-କଶ୍ମୀର ଶ୍ରୀଗନରରେ କରୋନା ଭାଇରସରେ ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଶ୍ରୀନଗର ହାଇଦରପୋରା ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଜମ୍ମୁ-କଶ୍ମୀରର ପ୍ରିନ୍ସପାଲ ସେକ୍ରେଟାରୀ(ଯୋଜନା ଆୟୋଗ)ରୋହିତ କନସଲ ଟୁଇଟ୍‌ କରି…

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା ୧୨୦ ବିଲିୟନ ଡଲାର(୯ ଲକ୍ଷ କୋଟି)ର ଝଟକା ଲାଗିବା ନେଇ ଆଶଙ୍କା କରାଯାଉଛି। ଏ…

ଏନ୍‌ପିଆର୍‌, ଜନଗଣନା ସ୍ଥଗିତ

ନୂଆଦିଲ୍ଲୀ,୨୬ା୩(ପି.ଟି.) : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଯୋଗୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହି ଦୁଇ ପ୍ରକ୍ରିୟା ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ସେନ୍‌ସସ୍‌ ଏବଂ…

କରୋନା ଆତଙ୍କ ଅତିରଞ୍ଜିତ

ନୂଆଦିଲ୍ଲୀ,୨୬ା୩(ଆଇଏଏନ୍‌ଏସ୍‌) : କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। କିନ୍ତୁ ଭାରତରେ ଏହାର ପ୍ରାଦୁର୍ଭାବ ଯେତିକି ନାହିଁ, ତା’ଠୁ ବଳି ଏହାକୁ ନେଇ ଲୋକଙ୍କୁ ଭୟଭୀତ କରାଯାଉଛି। କରୋନା…

ଭିଡିଓ କଲ୍‌ରେ ବାହାଘର

ପାଟନା, ୨୫।୩: କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୫ଶହ ଟପିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ବିହାରରେ ଏକ ମୁସଲମାନ ଦମ୍ପତିଙ୍କ ବାହାଘର (ନିକାହ) ବେଳର ଭିଡିଓ…

ପୁଅ ବିଦେଶରୁ ଫେରିଥିବା ସୂଚନା ଦେଇ ନ ଥିବାରୁ ଡିଏସ୍‌ପିଙ୍କ ନାଁରେ ଏତଲା

ହାଇଦ୍ରାବାଦ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କିନ୍ତୁ…

ମଧ୍ୟପ୍ରଦେଶରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୋପାଳ,୨୫।୩: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉଜୈନରେ ରହୁଥିବା ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିବଲା। ସୂଚନାଯୋଗ୍ୟ, ଉକ୍ତ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ଦେଶରେ ପ୍ରଥମ ଖବରଦାତା କରୋନାରେ ହେଲେ ସଂକ୍ରମିତ

ଭୋପାଳ,୨୫।୩: ମଧ୍ୟପ୍ରଦେଶ ଭୋପାଳରେ ବୁଧବାର କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଉକ୍ତ ସଂକ୍ରମିତ ରୋଗୀ ହେଉଛନ୍ତି ଜଣେ ଖବରଦାତା। ତେବେ ଭାରତରେ କରୋନା ଭାଇରସ୍‌ରେ ଜଣେ ଖବରଦାତା ସଂକ୍ରମିତ ହୋଇଥିବା ଘଟଣା ହେଉଛି ପ୍ରଥମ। ଯେଉଁ ଖବରଦାତାଙ୍କ…

କରୋନା ସ୍ଥିତିରେ ସୁଧାର ଆସିବା ପରେ ଚାଇନାରେ ପୁଣି ଖୋଲିଲା ଫିଲ୍ମ ହଲ୍‌, ରିଲିଜ୍‌ ହେବ ପୁରୁଣା ହିଟ୍‌ ଫିଲ୍ମ

ବେଜିଂ: କରୋନା ଭାଇରସ୍‌ ଚାଇନାର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା। ଫଳରେ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଚାଇନାର ପ୍ରାୟ ୬୦୦ରୁ ୭୦୦ ଫିଲ୍ମ ହଲ୍‌ ପୁଣି ଆରମ୍ଭ ହୋଇଛି। ଏମିତିରେ ବି…

ଉତ୍ତରପ୍ରଦେଶ ପରେ ବିହାର ସରକାରଙ୍କ ଘୋଷଣା: ସମସ୍ତ ରାଶନକାର୍ଡଧାରୀଙ୍କୁ ମିଳିବ ହଜାରେ ଲେଖାଏଁ ସହାୟତା ରାଶି

ପାଟନା,୨୫।୩: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ବେଲଗାମ ହୋଇପଡ଼ିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଅଧିକାଂଶ ଲୋକ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?