ଜାତୀୟ

କରୋନାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ମୁମ୍ବାଇ,୨୪।୩: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନି। ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ସେଠାରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୧୦୬ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।…

ଅନିଶ୍ଚିତକାଳ ପାଇଁ ମଣିପୁରରେ କର୍ଫ୍ୟୁ

ଇମ୍ଫାଲ,୨୪।୩: ମଣିପୁରରେ ଜଣେ ମହିଳା କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ମଙ୍ଗଳବାର ସେଠାରେ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟ ସରକାର କରୋନା ସହ ମୁକାବିଲା ଏବଂ ସୁରକ୍ଷା ଦୃଷ୍ଟିରୁ ଆଗୁଆ ରାଜ୍ୟରେ କର୍ଫ୍ୟୁ ଜାରି କରିଥିବା ଜଣାପଡ଼ିଛି।…

ପଞ୍ଜାବ ସରକାରଙ୍କ ଚିନ୍ତା ବଢ଼ାଇଲେ ୯୦ହଜାର ବିଦେଶ ଫେରନ୍ତା

ଚଣ୍ଡିଗଡ଼,୨୪।୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ସାରା ଦେଶ ବିଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସମସ୍ତ ରାଜ୍ୟଗୁଡ଼ିକରେ ଲକ୍‌ଡାଉନ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବରୁ କରୋନା ଯୋଗୁ ପଞ୍ଜାବରେ ୨୨ଟି ଜିଲାରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଏବେ…

ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶ ଲକ୍‌ଡାଉନ୍‌

ଲକ୍ଷ୍ନୌ,୨୪।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଉତ୍ତରପ୍ରଦେଶର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶର ସମସ୍ତ ଜିଲାରେ ଲକ୍‌ଡାଉନ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଘୋଷଣା କରିଛନ୍ତି।…

କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସଙ୍କୁ ମିଳିବ ଅଧିକ ଗୋଟିଏ ମାସର ଦରମା

ଚେନ୍ନାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଭାରତରେ ମଧ୍ୟ ଏହା ଲୋକଙ୍କୁ ଭୟଭୀତ କରାଇଛି। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ମଙ୍ଗଳବାର ସକାଳ ସୁଦ୍ଧା ୫ଶହ ଅତିକ୍ରମ କଲାଣି। ଏମାନଙ୍କ ମଧ୍ୟରୁ…

କରୋନା ପାଇଁ ସମର୍ପିତ ହେଲା ଭାରତର ପ୍ରଥମ ହସ୍ପିଟାଲ

ମୁମ୍ବାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ଏଥିରୁ ବାଦ୍‌ ପଡିନାହିଁ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ମଙ୍ଗଳବାର ସକାଳ ସୁଦ୍ଧା…

କରୋନା ଭାଇରସ: ସ୍ଥଗିତ ରହିଲା ରାଜ୍ୟ ସଭା ନିର୍ବାଚନ

ନୂଆଦିଲ୍ଲୀ,୨୪।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ଆଗାମୀ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ କରି ଦିଆଯାଇଛି। ମଙ୍ଗଳବାର ନିର୍ବାଚନ କମିଶନ ଏହା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା। ୭ ରାଜ୍ୟର ୧୮ଟି ଆସନ ପାଇଁ…

ବହୁମତରେ ବିଜୟଲାଭ କଲେ ଶିବରାଜ: ଆସିଲେ ନାହିଁ କଂଗ୍ରେସ ବିଧାୟକ

ଭୋପାଳ,୨୪।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶିବରାଜ ସିଂ ଚୌହାନ ମଙ୍ଗଳବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ଏହି ସମୟରେ ବିଧାନସଭାରେ କୌଣସି ଜଣେ ହେଲେ କଂଗ୍ରେସ ବିଧାୟକ ଉପସ୍ଥିତ ନ ଥିବା କୁହାଯାଉଛି। ସୋମବାର ରାତି…

ନିୟମ ଉଲ୍ଲଂଘନକାରୀଙ୍କୁ ‘ମୁଁ ସମାଜର ଶତ୍ରୁ’ ଲେଖି ପୋଷ୍ଟର ଧରାଇଲା ପୋଲିସ

ଡେରାଡୁନ,୨୪।୩: ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ‘ଜନତା କର୍ଫ୍ୟୁ’ ଘୋଷଣା କରିଥିବା ବେଳେ ଏହାକୁ ଅଧିକାଂଶ ଲୋକ ଅବମାନନା କରୁଥିବା ଦେଖାଯାଇଛି। ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ‘ଜନତା କର୍ଫ୍ୟୁ’ ଘୋଷଣା କରାଯାଇଥିବା…

ଶାହିନବାଗ ଆନ୍ଦୋଳନ: ପୋଲିସକୁ ଧନ୍ୟବାଦ ଦେଲେ ଜନତା

ନୂଆଦିଲ୍ଲୀ,୨୪।୩: ଦୀର୍ଘ ପ୍ରାୟ ୧୦୦ ଦିନର ଆନ୍ଦୋଳନ ପରେ ମଙ୍ଗଳବାର ଖାଲି ହୋଇଛି ଶାହିନବାଗ। ଏହାକୁ ଦେଖି ଦକ୍ଷିଣ ଦିଲ୍ଲୀର ଡିସିପି ଆର୍‌ପି ମିନା ଓ ତାଙ୍କ ସହଯୋଗୀଙ୍କୁ ସାଧାରଣ ଜନତା ଧନ୍ୟବାଦ ଜଣାଇବା ସହ ଫୁଲ ଦେଇ ଶୁଭେଚ୍ଛା ଜଣାଇଛନ୍ତି।…

ଦିଲ୍ଲୀରୁ ଆସିଲା ଭଲ ଖବର: ୨୪ ଘଣ୍ଟାରେ ମିଳି ନାହାନ୍ତି ଗୋଟିଏ ବି କରୋନା ପଜିଟିଭ

ନୂଆଦିଲ୍ଲୀ,୨୪।୩: କରୋନା ଭାଇରସ ସଂକ୍ରମଣକୁ ନେଇ ସବୁଆଡେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ବି ସୋମବାର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ଛୁଇଁଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଗୋଟିଏ ବି କରୋନା…

୮ମାସ ପରେ ଗୃହବନ୍ଦୀରୁ ମୁକୁଳିଲେ ଓମାର ଅବଦ୍ଦୁଲା

ଶ୍ରୀନଗର,୨୪।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲାଙ୍କୁ ଦୀର୍ଘ ୮ମାସ ପରେ ଗୃହବନ୍ଦୀରୁ ମୁକ୍ତ କରାଯାଇଛି। ଓମାରଙ୍କ ଉପରେ ଲାଗିଥିବା ପିଏସ୍‌ଏ ହଟାଇ ଦିଆଯାଇଛି ବୋଲି ଜମ୍ମୁ-କଶ୍ମୀରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଓମାରଙ୍କ ଭଉଣୀ ସାରା ଅବଦ୍ଦୁଲା ପାଇଲଟ ଗୃହବନ୍ଦୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?