ଜାତୀୟ

ଘରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଥିବା ସନ୍ଦିଗ୍ଧଙ୍କ ହାତରେ ଲଗାଯାଉଛି ମୋହର

ମୁମ୍ବାଇ,୧୭।୩: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିଯୋଗୁ ମହାରାଷ୍ଟ୍ର ଅତ୍ୟଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏପର୍ଯ୍ୟନ୍ତ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।…

ଫ୍ଲୋର ଟେଷ୍ଟ ପାଇଁ ଭାଜପାକୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ

ଭୋପାଳ,୧୭।୩: ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏବେ ସଙ୍କଟରେ। ଏହାକୁ ଦେଖି ବିରୋଧୀ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ପ୍ରୟାସ ଜାରି ରଖିଛି। କରୋନା ଭାଇରସର ପ୍ରଭାବ ଯୋଗୁ ମଧ୍ୟପ୍ରଦେଶ ବିଧାନସଭା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମୁଲତବି ଥିବା…

ଭାରତରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। କେବଳ ମଙ୍ଗଳବାର ୧୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଭାରତର ୧୫ ରାଜ୍ୟରେ…

କରୋନାଜନିତ ଭାରତରେ ତୃତୀୟ ମୃତ୍ୟୁ

ମୁମ୍ବାଇ,୧୭।୩: କରୋନା ଭାଇରସ୍‌ର ପ୍ରକୋପ ଥମିବାର ନା ନେଉ ନ ଥିବା ବେଳେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେର ଲାଗିଛି। ଗତ ୨୪ଘଣ୍ଟାରେ ୧୨ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ ଭାରତରେ ୧୨୮ଟି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ…

କୋଭିଡ-୧୯: ମହାକାଳେଶ୍ୱର ମନ୍ଦିରରେ ହେଲା ଭଷ୍ମ ଆଳତି

ଉଜ୍ଜୟିନୀ,୧୭।୩: ମହାମାରୀ କରୋନା ଭୟରେ ଏବେ ଦେଶର ଅଧିକାଂଶ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି। ମଲ୍‌, ସିନେମା ହଲ୍‌ଠାରୁ ଆରମ୍ଭ କରି ବଡ ବଡ ମନ୍ଦିର ସବୁକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ମଧ୍ୟପ୍ରଦେଶ ଉଜ୍ଜୟିନୀରେ ଥିବା ମହାକାଳେଶ୍ୱର…

ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କ ପରଲୋକ

ପୁନେ,୧୭।୩: ଭେଟେରାନ ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କର ୮୮ ବର୍ଷ ବୟସରେ ପୁନେଠାରେ ପରଲୋକ ହୋଇଛି। ବୃଦ୍ଧାବସ୍ଥା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ବର୍ଷି ତହସିଲର ସୋଲାପୁର ଜିଲାରେ ଜନ୍ମ ନେଇଥିବା କୁଲକର୍ନି…

ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ଫେରିଲେ ୫୩ ଭାରତୀୟ

ନୂଆଦିଲ୍ଲୀ,୧୭।୩(ପି.ଟି.): ସର୍ବାଧିକ କରୋନା ପ୍ରଭାବିତ ମଧ୍ୟପ୍ରାଚ୍ୟ ଦେଶ ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆଉ ୫୩ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ମହାନ୍‌ ଏୟାର ବିମାନରେ ଆସିଥିବା ଏହି ଭାରତୀୟମାନେ ନୂଆଦିଲ୍ଲୀରେ ଅବତରଣ କରିବା ପରେ ସେମାନଙ୍କୁ ଜୟସାଲମେରସ୍ଥିତ ସେନା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ…

ଗୁଜରାଟର ୬୭ ବିଧାୟକଙ୍କୁ ଜୟପୁର ନେଲା କଂଗ୍ରେସ

ଅହମଦାବାଦ, ୧୭।୩: ୨୬ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ନିଜ ୬୭ ବିଧାୟକଙ୍କୁ ଜୟପୁର ନେଇଯାଇଛି। ୧୮୨ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାlରେ କଂଗ୍ରେସର ୭୩ ବିଧାୟକ ଥିବାବେଳେ ୫ ଜଣ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କରିସାରିଛନ୍ତି।…

ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସର ପରାମର୍ଶ

ନୂଆଦିଲ୍ଲୀ,୧୭।୩(ଆଇଏଏନ୍‌ଏସ୍‌): କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିବାକୁ ସୋମବାର କଂଗ୍ରେସ ପରାମର୍ଶ ଦେଇଛି। ପାର୍ଲାମେଣ୍ଟ ଅଧିବେଶନକୁ ମୁଲତବୀ ରଖାଯିବ କିମ୍ବା ଏହା ଆଂଶିକ ଭାବେ କାର୍ଯ୍ୟ କରିବ ସେ ନେଇ ବୈଠକରେ ନିଷ୍ପତ୍ତି ନେବାକୁ କଂଗ୍ରେସ ନେତା…

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ସନ୍ଧ୍ୟାରେ ଶିବସେନା କୋପାରଗାଁଓ ୟୁନିଟ ଉପଜିଲା ସଭାପତି ସୁରେଶ ଗିର୍‌ ପାଟିଲଙ୍କ ଘରେ ୬…

ପାନ୍‌-ଆଧାର ସଂଯୋଗର ଶେଷ ତାରିଖ ମାର୍ଚ୍ଚ ୩୧

ନୂଆଦିଲ୍ଲୀ,୧୭।୩ (ପି.ଟି.): ପାନ୍‌ ସହ ଆଧାର ନମ୍ବର ସଂଯୋଗ ବାଧ୍ୟତାମୂଳକ ହୋଇଥିବାବେଳେ ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ଧାର୍ଯ୍ୟ ହୋଇଥିବା ଆୟକର ବିଭାଗ ପକ୍ଷରୁ ସୋମବାର କୁହାଯାଇଛି। ଏହାକୁ ହାତଛଡ଼ା ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପାନ୍‌ ସହ…

ପାର୍ଲାମେଣ୍ଟ ଭବନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା

ନୂଆଦିଲ୍ଲୀ,୧୭।୩(ପି.ଟି.):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟ ଭବନ ପରିସରକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ସୋମବାର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାର୍ଲାମେଣ୍ଟ ଭିତରକୁ ଯାଉଥିବା କର୍ମଚାରୀ ଓ ଖବରଦାତାଙ୍କର ଥର୍ମାଲ ଯାଞ୍ଚ କରାଯିବ। ପାର୍ଲାମେଣ୍ଟ ଅଧିବେଶନ ଦେଖିବା ଲାଗି ଆଗ୍ରହୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri