କରୋନା ଭୟ: ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିପାରନ୍ତି ପଞ୍ଜାବ ସରକାର
ଚଣ୍ଡିଗଡ଼,୧୮।୩: ଦିନକୁ ଦିନ ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୫୨ ଛୁଇଁଥିବା ବେଳେ ପଞ୍ଜାବରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କରୋନାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର…
କରୋନା ଭୟ: ଶ୍ରଦ୍ଧାଳୁଙ୍କ ପାଇଁ ବୈଷ୍ଣୋଦେବୀ ଯାତ୍ରା ବନ୍ଦ
ଜମ୍ମୁ,୧୮।୩: କରୋନା ଭାଇରସ୍ ଯୋଗୁ ଜମ୍ମୁ-କଶ୍ମୀରର ପ୍ରମୁଖ ତୀର୍ଥସ୍ଥଳୀ ମା’ ବୈଷ୍ଣୋଦେବୀଙ୍କ ଯାତ୍ରାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାରଠାରୁ ଏହି ଯାତ୍ରାକୁ ସରକାର ବନ୍ଦ କରିଦେଇଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ଆସୁଥିବା ଓ ଯାଉଥିବା ସମସ୍ତ ଅନ୍ତର୍ଜାତୀୟ ବସ୍ ପରିଚାଳନା ଉପରେ…
ନୋଏଡାରେ ଚତୁର୍ଥ କରୋନା ରୋଗୀ
ନୋଏଡା,୧୮।୩: ଉତ୍ତରପ୍ରଦେଶ ନୋଏଡାରେ କରୋନା ଭାଇରସ୍ ସଂକ୍ରମଣରେ ଆଉ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ନୋଏଡାରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୪ ହୋଇଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛ। ସୂଚନାଯୋଗ୍ୟ, ନୋଏଡାରେ…
କେରଳ ପୋଲିସର ହ୍ୟାଣ୍ଡ୍ ଓ୍ବାଶିଂ ଡ୍ୟାନ୍ସ୍: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଥିରୁଭାନନ୍ତପୁରମ୍,୧୮।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୬୫ ଦେଶରେ ସଙ୍କଟ ଦେଖାଦେଇଛି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ କେରଳ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଏକ ହ୍ୟାଣ୍ଡ୍ ଓ୍ବାଶିଂ ଡ୍ୟାନ୍ସ୍ ଏବେ ଫେସବୁକ୍ରେ…
ଭାରତୀୟ ଯବାନଙ୍କୁ କରୋନା ସଂକ୍ରମଣ
ଲେହ,୧୮।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି। ଭାରତୀୟ ସେନାରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଦୃଷ୍ଟିକୁ ଆସିଛି। ଲଦାଖର ଲେହଠାରେ ଥିବା ଜଣେ ଭାରତୀୟ ଯବାନଙ୍କ ନମୁନା ପରୀକ୍ଷଣରେ ପଜେଟିଭ୍ ରିପୋର୍ଟ ମିଳିଛି। ଯବାନଙ୍କ ପିତା ଇରାନ…
ଗୋଗୋଇଙ୍କୁ ଶିବଲ୍ଙ୍କ ୫ ପ୍ରଶ୍ନ
ନୂଆଦିଲ୍ଲୀ,୧୮।୩: ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି। ଗୋଗୋଇଙ୍କ ରାଜ୍ୟ ସଭା ସଦସ୍ୟତା ନେଇ ନାନା ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏନେଇ କଂଗ୍ରେସ ପକ୍ଷରୁ କପିଲ୍ ଶିବଲ୍…
ବିଦେଶରୁ ଫେରି ନିଜକୁ କ୍ୱାରାଣ୍ଟାଇନ୍ କଲେ ସୁରେଶ ପ୍ରଭୁ
ନୂଆଦିଲ୍ଲୀ,୧୮।୩: ଭାଜପା ଏମ୍ପି ସୁରେଶ ପ୍ରଭୁ ବିଦେଶରୁ ସ୍ବଦେଶ ଫେରିବା ପରେ ନିଜକୁ ସରକାରଙ୍କ କରୋନା ସୁରକ୍ଷା ମାର୍ଗଦର୍ଶିକା ଅର୍ନ୍ତଗତ କ୍ୱାରାଣ୍ଟାଇନ କରିଛନ୍ତି। ସେ ସୌଦି ଯାତ୍ରା କରିଥିଲେ। ୧୦ ମାର୍ଚ୍ଚରେ ସେ ସୌଦି ଗସ୍ତରେ ଯାଇଥିଲେ। ଭାରତ ଫେରିବା ପରେ…
ଟଙ୍କା ଦ୍ୱାରା ବି କରୋନା ସଂକ୍ରମଣ ଆଶଙ୍କା: ଡିଜିଟାଲ କାରବାର ପରାମର୍ଶ ଦେଲା ଆରବିଆଇ
ନୂଆଦିଲ୍ଲୀ,୧୮।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଡିଜିଟାଲ କାରବାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଟଙ୍କା ଏବଂ କଏନ୍ ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ରହିଛି। ତେବେ ଏହାକୁ ରୋକିବା ଲାଗି ଡିଜିଟାଲ…
କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମଣ ହେବ କି ନାହିଁ ତାହା ଡାକ୍ତରଙ୍କୁ ବି ଅଜଣା !
ନୂଆଦିଲ୍ଲୀ, ୧୮।୩: କରୋନା ସଂକ୍ରମଣକୁ ନେଇ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ କିଛି ଗୁଜବ ମଧ୍ୟ ଉଠୁଛି। ତେବେ ଏଭଳି ଗୁଜବଠାରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କରୋନାରୁ ସୁସ୍ଥ…
ଦୋକାନର ନାମ କରୋନା ଟେକ୍ସଟାଇଲ
କୋଚି,୧୮।୩: ଦେଶରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେରଳର ଜଣେ କପଡ଼ା ଦୋକାନୀ ତାଙ୍କ ଦୋକାନ ନାମ କରୋନା ଟେକ୍ସଟାଇଲ ରଖିଛନ୍ତି। ସ୍ଥାନୀୟ ତୁବତୁପୁଝା ଗାଁରେ ଏହି ଦୋକାନ ରହିଛି। ଦୋକାନ ମାଲିକ ପାରିଦ ଇଂଲିଶ୍ ଶବ୍ଦକୋଷରୁ…
କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ପୁରସ୍କାର ମିଳିବ ଲକ୍ଷେ ୭୫ ହଜାର: ମୋଦି
ନୂଆଦିଲ୍ଲୀ,୧୮।୩: କରୋନା ଭାରତରେ ଆତଙ୍କ ସୃଷ୍ଟି କରିଛି। ତେବେ ସରକାର ଏହାର ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ଲକ୍ଷେ ୭୫ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
‘ଭୁଶୁଡ଼ିଗଲା କି ଶେଷ ଦୁର୍ଗ’
ନୂଆଦିଲ୍ଲୀ,୧୮ା୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭାକୁ ମନୋନୀତ କରିବା ପରେ ବିବାଦ ଉଠିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର…
Archives


