ଜାତୀୟ

ଖୁସି ଖବର: କରୋନା ଯୁଦ୍ଧରେ ବିଜୟୀ ହେଲେ ୯ ମାସର ଶିଶୁ

ଡେରାଡୁନ,୨୩।୪: ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହେବା ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉତ୍ତରାଖଣ୍ଡର ଏହି ଶିଶୁଟି କମ୍‌ ବୟସର ପ୍ରଥମ ସଂକ୍ରମିତ…

ବିନା ସୁରକ୍ଷାରେ କାମ କରୁଛନ୍ତି କରୋନା ଯୋଦ୍ଧା

ଭୋପାଳ,୨୩।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧା ପାଲଟି ଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶରେ ବହୁ ସଫେଇ…

ଦେଶବାସୀଙ୍କ ହୃଦୟ ଜିତିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ

ନୂଆଦିଲ୍ଲୀ,୨୩।୪: ଦେଶର ‘ଫାଷ୍ଟ ଲେଡି’ ସବିତା କୋବିନ୍ଦ ଏବେ ଦେଶବାସୀଙ୍କ ହୃଦୟ ଜିତି ନେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମୁହଁରେ ମାସ୍କ ବାନ୍ଧି ସିଲେଇ ମେଶିନରେ ସିଲେଇ କରୁଥିବା ଦେଖାଯାଇଛି।…

ଭୁଲ ନ କରୁ ଭାରତ: ୧୦ ସପ୍ତାହରୁ କମ୍‌ ହେଲେ ଲକ୍‌ଡାଉନ, ପରିସ୍ଥିତି ହେବ ଅସମ୍ଭାଳ

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ୪୦ ଦିନିଆ ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ସାଧାରଣ ଜନତା ଭାବୁଛନ୍ତି ଏହାପରେ ଜୀବନ ଯାତ୍ରା ସ୍ବାଭାବିକ ହୋଇଯିବ। ହେଲେ ବିଶ୍ୱର ତେତେ ଜଣ ହେଲ୍‌ଥ ଏକ୍ସପର୍ଟଙ୍କ ମତରେ…

କରୋନା ସଙ୍କଟ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇଲେ ସରକାର

ନୂଆଦିଲ୍ଲୀ,୨୩।୪: ଦେଶରେ ଜାରି ରହିଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପକ୍ଷରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୦ ଜାନୁୟାରୀ ପହିଲାଠାରୁ ୧ଠାରୁ…

କରୋନା କାରଣରୁ ବାତିଲ ହେଲା କୈଳାସ ମାନସରୋବର ଯାତ୍ରା

ଗ୍ୟାଙ୍ଗଟକ୍‌,୨୩।୪: କରୋନା ଭାଇରସ୍‌ ମହାମାରୀ ଯୋଗୁ ସିକ୍କିମ ସରକାର ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସିକ୍କିମ ପର୍ଯ୍ୟଟନ ମନ୍ତ୍ରୀ ବିଏସ୍‌ ପନ୍ଥ ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ନାଥୁଲା ପାସ୍‌ ଜରିଆରେ ଭାରତ…

କୋଟାରୁ ଆସିଥିବା ପିଲାଙ୍କୁ ଯାଞ୍ଚ ପରେ ପଠାଗଲା କ୍ୱାରାଣ୍ଟାଇନ୍‌ରେ

ଶାହଜହାଁପୁର,୨୩।୪: ଉତ୍ତରପ୍ରଦେଶରେ ରାଜସ୍ଥାନ କୋଟାରୁ ଫେରିଥିବା ସମସ୍ତ ପିଲାଙ୍କ ରାପିଡ୍‌ ଟେଷ୍ଟ କରାଯାଇ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ପଠାଯାଇଛି। କୋଟାରୁ ଉତ୍ତରପ୍ରଦେଶର ସହାରାନପୁରକୁ ଆସିଥିବା ୯୩ ପିଲାଙ୍କ ସମେତ ୧୨୦ ଜଣଙ୍କୁ ଘରେ ପୃଥକ ରଖାଯିବା ସହ ପ୍ରଶାସନ ପକ୍ଷରୁ…

ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାଇପାରୁ ନାହାଁନ୍ତି ଶୌଚାଳୟ: ପିନ୍ଧୁଛନ୍ତି ଆଡଲ୍ଟ ଡାଏପର

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଡାକ୍ତର ନିଜ ଜୀବନକୁ ତୁଛ ମଣି କାର୍ଯ୍ୟ କରୁଛନ୍ତି। ଏପରିସ୍ଥଳେ କେତେକ ସ୍ଥାନରେ ସେମାନଙ୍କୁ ସାଧାରଣ ଲୋକେ ମାଡ଼ ମାରୁଥିତ୍ବା, ଟେକାପଥର ଫିଙ୍ଗୁଥିବା ଭଳି ଘଟଣାମାନ ଘଟୁଛି। ତେବେ ଏହି କରୋନା…

କରୋନା ପରୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୩।୪: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ଗୁରୁବାର କରୋନା ଟେଷ୍ଟ କରିଛନ୍ତି। ତାଙ୍କ ସହ ବିଧାନସଭା ବାଚସ୍ପତି ଭିପି ଶିବକୋଲୁଣ୍ଡୁ, ବିଧାନସଭାର ସମସ୍ତ ମନ୍ତ୍ରୀ,ବିଧାୟକ ଓ ସାଂସଦ ମାନେ ମଧ୍ୟ ଗୁରୁବାର କରୋନା ପରୀକ୍ଷା କରିଥିବା ଦେଖାଯାଇଛି। ଦେଶରେ କେରାନା…

ଗରିବ-ଦିନମଜୁରିଆ-ଚାଷୀମୁଲିଆଙ୍କୁ ମିଳୁ ୭୫୦୦ଟଙ୍କା କରୋନା ସହାୟତା: ସୋନିଆ

ନୂଆଦିଲ୍ଲୀ,୨୩।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଗରିବ, ଦିନ ମଜୁରିଆ ଏବଂ ଚାଷୀ ମୁଲିଆଙ୍କ ଉପରେ ଅଧିକ ପଡ଼ିଛି। କାମଧନ୍ଧା ବନ୍ଦ ହେବାରୁ ସେମାନଙ୍କ ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏପରିସ୍ଥଳେ…

ଏକଜୁଟ ହୋଇ କରୋନା ବିରୋଧରେ ଲଢ଼ିବା ପରିବର୍ତ୍ତେ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛି ଭାଜପା: ସୋନିଆ

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ଦେଶବାସୀ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ରହିଛି। ତେବେ ଏପରିସ୍ଥଳେ ବି ଭାଜପା ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି କଂଗ୍ରେସ…

ଉତ୍ତରପ୍ରଦେଶରେ ତିଆରି ହେଲା ୩୪ଟି ଅସ୍ଥାୟୀ ଜେଲ

ଲକ୍ଷ୍ନୌ,୨୩।୪: ଉତ୍ତରପ୍ରଦେଶ ସରକାର ରାଜ୍ୟରେ ୩୪ଟି ଅସ୍ଥାୟୀ ଜେଲ ସ୍ଥାପନା କରିଛନ୍ତି। ଲକ୍ଷ୍ନୌର କଶ୍ମୀରି ମୋହଲ୍ଲା ମ୍ୟୁନସିପାଲ ବାଳିକା ଇଣ୍ଟର କଲେଜ ଓ ସହରର ବିଭିନ୍ନ ସ୍କୁଲରେ ଏହି ଅସ୍ଥାୟୀ ଜେଲ ତିଆରି କରାଯାଇଥିବା ସୂଚନା ମିଳିଛି। ଏଠାରେ ୧୫୬ଜଣ ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?