ଭୁଲ ନ କରୁ ଭାରତ: ୧୦ ସପ୍ତାହରୁ କମ୍‌ ହେଲେ ଲକ୍‌ଡାଉନ, ପରିସ୍ଥିତି ହେବ ଅସମ୍ଭାଳ

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ୪୦ ଦିନିଆ ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ସାଧାରଣ ଜନତା ଭାବୁଛନ୍ତି ଏହାପରେ ଜୀବନ ଯାତ୍ରା ସ୍ବାଭାବିକ ହୋଇଯିବ। ହେଲେ ବିଶ୍ୱର ତେତେ ଜଣ ହେଲ୍‌ଥ ଏକ୍ସପର୍ଟଙ୍କ ମତରେ ଭାରତ ଯଦି ଶୀଘ୍ର ଅର୍ଥାତ୍‌ ୪୦ଦିନ ପରେ ପରେ ଲକ୍‌ଡାଉନ୍‌ ଖୋଲି ଦେଉଛି ତେବେ ପରିସ୍ଥିତି ଅସମ୍ଭାଳ ହୋଇପାରେ। ଭାରତରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖିଲେ ସେଠାରେ ଅତିକମ୍‌ରେ ୧୦ ସପ୍ତାହ ଲକ୍‌ଡାଉନର ଆବଶ୍ୟକତା ରହିଛି ବୋଲି ହେଲ୍‌ଥ ଏକ୍ସପର୍ଟ ମତ ଦେଇଛନ୍ତି। ବିଶ୍ୱର ପ୍ରତିଷ୍ଠିତ ମେଡିକାଲ ରିସର୍ଚ୍ଚ ଜର୍ନାଲ ଲାନସେଟର ଏଡିଟର ଇନ୍‌ ଚିଫ୍‌ ରିଚାର୍ଡ ହର୍ଟନ କହିଛନ୍ତି ଭାରତରେ ଲକ୍‌ଡାଉନ ଅବଧି ଅତିକମରେ ୧୦ ସପ୍ତାହ ରହିବା ଜରୁରୀ। ନଚେତ୍‌ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ଯଦି ଭାରତ ୭୦ ଦିନିଆ ଲକ୍‌ଡାଉନ୍‌ ପାଳନ ନ କରେ ତେବେ ୪୦ ଦିନିଆ ଲକ୍‌ଡାଉନର ଅର୍ଥ କିଛି ରହିବ ନାହିଁ ବୋଲି ସେ ମତ ଦେଇଛନ୍ତି। ହର୍ଟନଙ୍କ ମତରେ କୌଣସି ମହାମାରୀ ଦୀର୍ଘସ୍ଥାୟୀ ନୁହେଁ। ଏହା ଅପାଣାଛାଏଁ ଠିକ୍‌ ହୋଇଯିବ। ଭାରତରେ କରୋନା ବିରୋଧରେ ଯେଭଳି ଲକ୍‌ଡାଉନ ନିୟମ ପାଳନ କରାଯାଇଛି ଆଉ ଯଦି ଏହା ୧୦ ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯାଏ ତେବେ ଭାରତରେ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri