ଜାତୀୟ

ଗ୍ରୀନ୍‌ଜୋନ୍‌ରେ ରାତିରେ ଖୋଲିବ ଫିଲ୍ମହଲ୍‌-ଶପିଂମଲ୍‌ !

ନୂଆଦିଲ୍ଲୀ,୭।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାଯୋଗୁ ଫିଲ୍ମହଲ୍‌, ଶପିଂମଲ୍‌, ରିଟେଲ୍‌…

ଅପରେଶନ୍‌ ସମୁଦ୍ର ସେତୁ: ଭାରତୀୟଙ୍କୁ ଆଣିବା ଲାଗି ମାଳଦ୍ୱୀପରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲଶ୍ୱା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହୋଇଛି।…

ଘରେଥିବା ସଜ୍ଞାହୀନ ଲୋକଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଉଛି

ଭାଇଜାଗ,୭।୫: ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲ୍‌ଜି ପଲିମର୍ସରେ ଗୁରୁବାର ସକାଳୁ ହୋଇଥିବା ଗ୍ୟାସ ଲିକ୍‌ ପରେ ସେଠାକାର ଆଖପାଖରେ ଥିବା ହଜାର ହଜାର ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ଏମିତିକି ସେହି ଅଞ୍ଚଳର ପାଖାପାଖି ଥିବା ଲୋକେ ଘର ଭିତରେ ଥାଇ…

କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ଘଟଣାକୁ ନେଇ ଏନ୍‌ଡିଏମ୍‌ଏର ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୭।୫: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଗୁରୁବାର ସକାଳେ ହୋଇଥିବା କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏନ୍‌ଡିଏମ୍‌ଏ) ଅଧିକାରୀଙ୍କର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ମୋଦିଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ…

କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ମାମଲା: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୫: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ହୋଇଥିବା ଗ୍ୟାସ ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି। ଏହାସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ନ୍ୟାଶନାଲ…

କରୋନାର କରୁଣ ଦୃଶ୍ୟ: ମୃତଦେହ ଥିବା ବେଡ୍‌ ନିକଟରେ ଶୋଇ ଚିକିତ୍ସିତ ହେଉଛନ୍ତି ସଂକ୍ରମିତ

ମୁମ୍ବାଇ,୭।୫:ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି। ଫଳରେ ମୃତଦେହ ରହିଥିବା ଓ୍ବାର୍ଡରେ ମଧ୍ୟ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଛି। ଏଭଳି ଏକ…

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୫: ସାରା ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସାରା ବିଶ୍ୱ ସମ୍ମାନ କରୁଛି। ଏହି କ୍ରମରେ ଗୁରୁବାର ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି।…

ଲକ୍‌ଡାଉନ୍‌ ପରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ୯୩% କର୍ମଚାରୀ: ୫୯% ସ୍ବାସ୍ଥ୍ୟ ସଚେତନକୁ ଦେଉଛନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଗତ ମାର୍ଚ୍ଚ ୨୫ରୁ ସାରାଦେଶରେ ଲକ୍‌ଡାଉନ ଜାରି ରହିଛି। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ ଯୋଗୁ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ପ୍ରାୟ ସବୁ ଅନୁଷ୍ଠାନ ବନ୍ଦ ରହିଛି। କର୍ମକ୍ଷେତ୍ର ଏକପ୍ରକାର…

କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌: ୮ ମୃତ, ୫ହଜାର ଅସୁସ୍ଥ

ବିଶାଖାପଟନମ,୭।୫: ଆନ୍ଧ୍ର ପ୍ରଦେଶର ଭାଇଜାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ଗ୍ୟାସ୍‌ ଲିକ୍‌ ହେବା ପରେ ସକାଳ ୧୦ଟା ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାର ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ମୃତକଙ୍କ…

ଯୋଧପୁରରେ ୩୦ ଯବାନଙ୍କୁ କରୋନା

ଯୋଧପୁର,୭ା୫(ପି.ଟି.): ଦିଲ୍ଲୀର ଜାମା ମସ୍‌ଜିଦ ଅଞ୍ଚଳରେ ସୁରକ୍ଷା ପାଇଁ ପୂର୍ବରୁ ମୁତୟନ ଥିବା ୩୦ ବିଏସ୍‌ଏଫ୍‌ ଯବାନ କରୋନା ସଂକ୍ରମିତ ଥିବା ଜଣାପଡିଛି। ଉକ୍ତ ଯବାନମାନଙ୍କର ସମ୍ପୂର୍ଣ୍ଣ କମ୍ପାନୀକୁ ସୋମବାର ବିମାନରେ ଯୋଧପୁର ନିଆଯାଇ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ବୁଧବାର ନମୁନା ପରୀକ୍ଷାରୁ…

ପଶ୍ଚିମବଙ୍ଗ: ୨ ଦିନରେ ୮୦ ମୃତ

କୋଲକାତା,୭ା୫: ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୪କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ଏଠାରେ ସର୍ବାଧିକ ରହିଛି। ଗତ ଦୁଇଦିନରେ ଏହି ରାଜ୍ୟରେ ୮୦ରୁ ଅଧିକ ଲୋକ କୋଭିଡ୍‌-୧୯ରେ ପ୍ରାଣ ହରାଇଲେଣି। ମଙ୍ଗଳବାର ୭୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କଠାରେ ଅନ୍ୟାନ୍ୟ ରୋଗ…

କର୍ନାଟକର କୋଭିଡ୍‌ ମୁକାବିଲା : ୧୬୧୦ କୋଟିର ପ୍ୟାକେଜ୍‌ ଘୋଷଣା

ବେଙ୍ଗାଲୁରୁ,୭ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କ ସହାୟତା ଲାଗି କର୍ନାଟକ ସରକାର ବୁଧବାର ୧୬୧୦ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର କୃଷକ, ଫୁଲଚାଷୀ, ଧୁଲେଇ କର୍ମଚାରୀ, ଅଟୋରିକ୍ସା ଓ ଟ୍ୟାକ୍ସି ଚାଳକ, ଏମ୍‌ଏସ୍‌ଏମ୍‌ଇ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?